Odisha news

ଭାରତରେ ପାଦ ଥାପିଲା ମଙ୍କିପକ୍ସ : ଆକ୍ସନ ମୋଡ଼ ରେ ସ୍ୱାସ୍ଥ୍ୟ ବିଭାଗ, ସବୁ ରାଜ୍ୟକୁ ଜାରି ହେଲା ଦିଶାନିର୍ଦେଶ

0

ଭାରତରେ ଜଣେ ବ୍ୟକ୍ତି ମଙ୍କିପକ୍ସ ରେ ପୀଡିତ ହେବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଆକ୍ସନ ମୋଡ଼ ରେ ଆସିଛି, ଏହାକୁ ନେଇ ସମସ୍ତ ରାଜ୍ୟ ପାଇଁ ଗାଇଡ଼ ଲାଇନ ସ୍ଥିର କରାଯାଇଛି l ଏଥିପାଇଁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଯାଞ୍ଚ କରି ତାଙ୍କ ସଂସ୍ପର୍ଶ ରେ ଆସିଥିବା ବ୍ୟକ୍ତି ମାନଙ୍କର ଅନୁସନ୍ଧାନ କରିବାକୁ ନିର୍ଦେଶ ଦିଆଯାଇଛି l ସେପ୍ଟେମ୍ବର ୮ ତାରିଖ ଦିନ ଜଣେ ବ୍ୟକ୍ତି ମଙ୍କିପକ୍ସ ରେ ପୀଡିତ ହେବାର ସୂଚନା ମିଳିଥିଲା, ଉକ୍ତ ବ୍ୟକ୍ତି ଜଣଙ୍କ ବିଦେଶ ରୁ ମଙ୍କିପକ୍ସ ରେ ପୀଡିତ ହୋଇ ଭାରତ ଆସିଛନ୍ତି l ଉକ୍ତ ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନା ରେ ଭର୍ତି କରାଯାଇଛି ଏବଂ ତାଙ୍କ ସଂସ୍ପର୍ଶ ରେ ଆସିଥିବା ବ୍ୟକ୍ତିଙ୍କୁ ଷ୍ଟ୍ରେସ କରାଯାଉଛି l

ମଙ୍କିପକ୍ସ କଣ ?
ମଙ୍କିପକ୍ସ ଗୋଟିଏ ସଂକ୍ରମିତ ରୋଗ ଅଟେ, ଯାହାକି ସାଧାରଣ ଭାବରେ ସଂକ୍ରମିତ ଯିବଜନ୍ତୁଙ୍କ ନିକଟ ରୁ ମଣିଷ ଙ୍କୁ ବ୍ୟାପି ଥାଏ l ମଙ୍କିପକ୍ସ ର ଲକ୍ଷଣ ୩-୧୭ ଦିନ ମଧ୍ୟରେ ଜଣାପଡି ଥାଏ l ଯେତେବେଳେ
ମଙ୍କିପକ୍ସ ର ଲକ୍ଷଣ ଦେଖିବାକୁ ମିଳିଥାଏ ସେହି ସମୟ କୁ ଇନକ୍ୟୁ ବେସନ ପିରିଅଡ କୁହାଯାଇ ଥାଏ l
ମଙ୍କିପକ୍ସ ଦ୍ୱାରା ସବୁଠୁ ଅଧିକ ଗର୍ଭବତୀ ମହିଳା , ଛୋଟ ପିଲା ଏବଂ ଦୁର୍ବଳ ଇମ୍ୟୁନିଟି ଥିବା ବ୍ୟକ୍ତି ପ୍ରଭାବିତ ହେଉଛନ୍ତି l ଏହାଛଡା ଜୌନ ସମ୍ବନ୍ଧୀତ ରୋଗରେ ପୀଡିତ ଥିବା ବ୍ୟକ୍ତି ମଧ୍ୟ ମଙ୍କିପକ୍ସ ରେ ଅଧିକ ପୀଡିତ ହୋଇ ଥାଆନ୍ତି l

ଆସନ୍ତୁ ଜାଣିବା ମଙ୍କିପକ୍ସ ର ଲକ୍ଷଣ କଣ ?
– ଗମ୍ଭୀର ଜ୍ବରରେ ପୀଡିତ ହେବା
– ମୁଣ୍ଡ ବିନ୍ଧାରେ ପିଡୀତ ହେବା
– ମାଂସ ପେଶୀ ରେ ଯନ୍ତ୍ରଣା
– ପିଠି ରେ ଯନ୍ତ୍ରଣା
– ଶୀତ ଲାଗିବା
– ଥକା ଲାଗିବା
– ଦେହ ସାରା ଫଳି ଯିବା
– ଏବଂ ଛୋଟ ଛୋଟ ଫୋଟକା ଆକାରର ଶରୀରରେ ଭର୍ତି ହୋଇଯିବା l

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ର ଗାଇଡ଼ ଲାଇନ –
– ରାଜ୍ୟ ଓ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ସୁବିଧାର ବରିଷ୍ଠ ଅଧିକାରୀ ସାର୍ବଜନିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ର ସମୀକ୍ଷା କରିବେ l

– ସନ୍ଦିଗ୍ଧ ଓ ପୀଡିତ ଉଭୟ ଙ୍କୁ ସ୍ୱାସ୍ଥ୍ୟ ବିଭାଗ ରେ ଆଇସଲେସନ ରେ ରଖାଯିବା ଜରୁରୀ l

– ରାଜ୍ୟ ର ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ବିଶେଷ ଭାବରେ ତ୍ୱଚା ଓ ଯୌନ ସମ୍ବନ୍ଧୀତ ରୋଗ କୁ ନେଇ କ୍ଲିନିକ ଗୁଡିକରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ଧ୍ୟାନ ଦେବାକୁ କୁହାଯାଇଛି l

– ଏହାଛଡା ସମସ୍ତ ରାଜ୍ୟ ର ସ୍ୱାସ୍ଥ୍ୟ କର୍ମୀମାନେ ଓ ସ୍ୱାସ୍ଥ୍ୟ ବିଭାଗ କର୍ତୃପକ୍ଷ ଜନସାଧାରଣ ଙ୍କୁ ସଚେତନ କରାଇବା ଜରୁରୀ l

Leave A Reply