କୋଣାର୍କ:୨୬/୫ କୋଣାର୍କ ଅଂଚଳର ଜଣେ ଶିକ୍ଷକ ତଥା ସିଆରସି ସ୍କୁଲ ଗୁଡିକର କାର୍ଯ୍ୟ ଅନୁଧ୍ୟାନ କରିବାପାଇଁ ସରକାରୀ କାର୍ଯ୍ୟରେ ମଟର ସାଇକଲ ରେ ଗ୍ରସ୍ତ କରୁଥିଲାବେଳେ ଚଳନ୍ତା ଗାଡିଉପରକୁ ଏକ ହନୁ ମାଙ୍କଡ ଡେଇଁ ପଡିବାରୁ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ଶିକ୍ଷକ ଗୁରୁତର ହୋଇଥିବା ଜଣାପଡିଛି ।ଖବର ନେବାରେ ଜଣାପଡେ କି କୋଣାର୍କ ନିକଟସ୍ଥ ଆମ୍ବିଳିଗ୍ରାମ ର ଶିକ୍ଷକ ରବୀନ୍ଦ୍ରନାଥ ବାହିନୀପତି କୋଣାର୍କ ଏନ ଏ ଏସି ର ୧୨ ନମ୍ବର ୱାର୍ଡ ଖରାଗାଁ ଗ୍ରାମ ମଧ୍ୟଦେଇ ମଟରସାଇକଲ ରେ ପାଖ ସ୍କୁଲ କୁ ସରକାରୀ କାର୍ଯ୍ୟରେ ଯାଉଥିଲାବେଳେ ଉକ୍ତ ଗ୍ରାମ ମଝିରେ ଏକ ଗଛ ଉପରୁ ହନୁ ମାଙ୍କଡ ଟି ଗାଡି ଉପରକୁ ହଠାତ ଡେଇପଡିବାରୁ ଗାଡିଟି ତଳେ ପଡି ଯାଇଥିଲା ଫଳରେ ଶିକ୍ଷକ ଶ୍ରୀ ବାହିନୀପତି ରାସ୍ତା କଡରେ ଛିଟିକି ପଡି ଖଣ୍ଡିଆ ଖବରା ହୋଇ ଗୁରୁତର ଭାବେ ରାସ୍ତା ମଝିରେ ଚେତା ଶୂନ୍ୟ ହୋଇ ପଡିଥିବା ଦେଖି ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରି ସେବାସ୍ରୁତ୍ସା କରିବା ସହିତ କୋଣାର୍କ ମେଡିକାଲ କୁ ଆଣି ଚିକିତ୍ସା କରିଥିଲେ । ବର୍ତ୍ତମାନ ଶ୍ରୀଯୁକ୍ତ ବାହିନୀପତି ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସେ କହିଛନ୍ତି।
