ଦୀର୍ଘାୟୁ ହେବାର ଇଛା ପ୍ରତ୍ୟେକ ବ୍ୟକ୍ତି ରଖି ଥାଆନ୍ତି l କିନ୍ତୁ ଆଜି କାଲି ଦୁନିଆରେ ଲୋକେ ବିଭିନ୍ନ ରୋଗ ରେ ଏତେ ଅଧିକ ପ୍ରଭାବିତ ହେଉଛନ୍ତି ଯେ ଯାହା ଦ୍ୱାରା ଦୀର୍ଘାୟୁ ହେବାର ସମ୍ଭାବନା ଖୁବ କମ l ସଂଯୁକ୍ତ ରାଷ୍ଟ୍ର ର ତଥ୍ୟ ଅନୁସାରେ ଏହି ଶତାବ୍ଦୀ ର ମଧ୍ୟ ଭାଗ ବେଳକୁ ଲୋକେ ୭୭ ବର୍ଷ ପର୍ଯ୍ୟନ୍ତ ଜୀବିତ ରହି ପାରିବେ l କିନ୍ତୁ ଦୁନିଆର ସମସ୍ତ ଦେଶ ର ସ୍ଥିତି ସମାନ ନାହିଁ l ୟୁରପିୟ ଦେଶ ମୋନାକୋ ର ଲୋକେ ୮୯ ବର୍ଷ ପର୍ଯ୍ୟନ୍ତ ଜୀବିତ ରୁହନ୍ତି l କିନ୍ତୁ କିଛିଟା ଦେଶ ରେ ଲୋକେ ଦୀର୍ଘାୟୁ ହେବା ପଛରେ କଣ ରହିଛି କାରଣ l
* ସର୍ବାଧିକ ଆୟୁ ର ଲୋକେ ଯଦି କେଉଁଠି ରହୁଛନ୍ତି ତେବେ ପ୍ରଥମ ନାମ ୟୁରପିୟ ଦେଶ ମୋନାକୋ ର ନାମ ଆସିବ l
-,ପ୍ରଥମ କଥାଟି ହେଲା ଏଠାରେ କେହି ଗରିବ ନୁହନ୍ତି l
– ଏଠାକାର ଲୋକ ମାନଙ୍କର ଖାଦ୍ୟ ପେୟ ଶୈଳୀ ଦୁନିଆ ଠାରୁ ସମ୍ପୂର୍ଣ ଅଲଗା l
– ଏମାନେ ନିଜକୁ ପ୍ରଦ୍ୟୁଷଣ ଠାରୁ ଦୂରେଇ ରଖନ୍ତି l
– ଏହିସବୁ କାରଣକୁ ଦେଖି କୁହାଯାଏ ଯେ ମୋନାକ ର ଲୋକେ ଦୀର୍ଘାୟୁ ହେବାର କାରଣ ଅଟେ l
* ଦୀର୍ଘାୟୁ ହେବାର ଦେଶ ମଧ୍ୟରେ ଦ୍ଵିତୀୟ ସ୍ଥାନ ରେ ରହିଛି ହଂଗକଙ୍ଗ l ଏହା ପଛର କାରଣ ହେଉଛି
– ଏଠାକାର ଲୋକ ଙ୍କ ପାଇଁ ବିଭିନ୍ନ ଆଧୁନିକ ଚିକିତ୍ସା ପଦ୍ଧତି ର ସୁବିଧା ରହିଛହି l
– ସମସ୍ତେ ଏଠାରେ ରୋଜଗାର୍ କ୍ଷମ ଅଟନ୍ତି l ତେଣୁ ମାନସିକ ଚିନ୍ତା ଠାରୁ ଦୂରରେ l ଯାହାକି ଦୀର୍ଘାୟୁ ହେବାର ଗୋଟିଏ କାରଣ l
– ଇହାଛଡା ହଂଗକଙ୍ଗ ର ଲୋକେ ପ୍ରକୃତିକ ଖାଦ୍ୟ ଖାଇବାର ସୁଯୋଗ ପାଆନ୍ତି l ତେଣୁ ରୋଗ ଠାରୁ ଦୂରେଇ ରୁହନ୍ତି l
* ଦୀର୍ଘାୟୁ ତାଲିକାର ତୃତୀୟ ସ୍ଥାନରେ ମକାଉ ରହିଛି l ଏହା ପଛର କାରଣ ହେଲା –
– ଦୁନିଆର ସବୁଠୁ ଭଲ ମେଡିକାଲ ଫ୍ୟାସିଲିଟି ମକାଉ ରେ ରହିଛି l
– ୧୮ ବର୍ଷରୁ ଉର୍ଧ୍ଵ ବ୍ୟକ୍ତି ଙ୍କୁ ସମସ୍ତ ପ୍ରକାରର ଟିକା କରଣ କରାଯାଇ ରୋଗ ଠାରୁ ଦୂରେଇ ରଖାଯାଏ l ସେହି କାରଣରୁ ସେମାନେ ସୁସ୍ଥ ରହିବା ସହ ଦୀର୍ଘାୟୁ ହୋଇ ଥାଆନ୍ତି l
* ଚତୁର୍ଥ ସ୍ଥାନରେ ରହିଛି ଯାପନ l ଏହା ପଛର କାରଣ ହେଲା
– ଜାପାନୀ ଲୋକେ ତଟକା ପନିପରିବା ଓ ଫଳ ମୂଳ ସେବନ କରନ୍ତି ଓ ଖୁବ ପରିଶ୍ରମୀ ଅଟନ୍ତି l
– ସେମାନେ ବିଭିନ୍ନ ପ୍ରକାର ଯନ୍ତ୍ର ଚଳିତ ଗାଡି ବଦଳରେ ନିଜକୁ ସୁସ୍ଥ ରଖିବା ପାଇଁ ସାଇକିଲ ବ୍ୟବହାର କରନ୍ତି l ନଚେତ ଚାଲିକି ଯିବାକୁ ପସନ୍ଦ କରନ୍ତି l
– ଏହାଛଡା ନିଜକୁ ସର୍ବଦା ଉତେଜନା ଠାରୁ ଦୂରେଇ ରଖି ଥାଆନ୍ତି l