ୟୁଥପିଆ କମ୍ପିଲା ମୋଦି ମୋଦି ନାରା ରେ , ହୋଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବ୍ୟ ସ୍ୱାଗତ , ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଦି ଗ୍ରେଟ ଅନର ନିଶାନ ଅଫ ୟୁଥପିଆ ‘ ସମ୍ମାନିତ କରାଯାଇଛି , ଯାହା ମୋଦିଙ୍କ ପାଇଁ ୨୮ ତମ ଅନ୍ତର୍ଜାତୀୟ ସମ୍ମାନ ଅଟେ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ୟୁଥପିଆ ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲ୍ଲୀ ଏହି  ସର୍ବୋଚ୍ଚ ସମ୍ମାନ  ସମ୍ମାନିତ କରିଥିଲେ l  ବୁଧବାର ଡିସେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ୟୁଥପିଆ ସଂସଦ କୁ ସମ୍ବୋଧିତ କରିଛନ୍ତି l

ନିଜ ସମ୍ବୋଧନ ରେ ମୋଦି ୟୁଥପିଆ କୁ ‘ଲ୍ୟାଣ୍ଡ ଅଫ ଲାୟନସ ‘ ବୋଲି ସମ୍ବୋଧନ କରିଥିଲେ, ଏହାପରେ ସମଗ୍ର ୟୁଥପିଆ ସଂସଦ କରତାଳି ରେ ଗୁଞ୍ଜରଣ ହୋଇଥିଲା l ମୋଦି କହିଥିଲେ ଯେ  ଲୋକତନ୍ତ୍ର ର ମନ୍ଦିରକୁ ଆସିବା ମୋ ପାଇଁ ସମ୍ମାନର କଥା , ଏହା କେବଳ ମୋର ସମ୍ମାନ ନୁହେଁ ୧୪୦ କୋଟି ଭାରତୀୟ ଙ୍କର ସମ୍ମାନ ଅଟେ l

ୟୁଥପିଆ ସଂସଦ , ୧୮ ତମ  ତମ ସଂସଦ ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି ଭାଷଣ ଦେଇଛନ୍ତି, ୟୁଥପିଆ ର ସର୍ବୋଚ୍ଚ ସମ୍ମାନ ପାଇଁ ସମସ୍ତଙ୍କ ନିକଟରେ ଋଣୀ ବୋଲି କହିଛନ୍ତି ନିଜ ଭାଷଣ ରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି  ଏହି ସମ୍ମାନ ମୋର ନୁହେଁ ଏହା ସାରା ଭାରତର ସମ୍ମାନ ଅଟେ l

ୟୁଥପିଆ ର ମାଟି  ତାର  ସ୍ଥାପତ୍ୟ ଓ କଳା ପାରମ୍ପରିକ ସଂସ୍କୃତିକୁ ଦର୍ଶାଉଛି l ଯାହାକି ବୀର ପୁରୁଷ ଓ ଵୀରାଂଗନା ଦେଶର ପରିଚୟ ଦେଉଛି l ମୁଁ ଆଜି ଆପଣ ମାନଙ୍କ ସମୁଖ ରେ ଠିଆ ହୋଇ ଦୁଇପଦ କହୁଛି ଏହା ମୋ ପାଇଁ ସୌଭାଗ୍ୟ ର କଥା l ମୁଁ ଭାରତର ଜନତା ଙ୍କ ନିକଟରୁ ମିତ୍ରତା, ସଦ୍ଭାବନା ଓ ଭାଇଚାରା ର ସନ୍ଦେଶ ନେଇ ଆସିଛି l

ପ୍ରଧାନମନ୍ତ୍ରୀ ମୋଦି ୨ ଦିବସୀୟ ଐତିହାସିକ ୟୁଥପିଆ ଯାତ୍ରା କରିଛନ୍ତି, ଏହି ସମୟରେ ଭାରତର ରାଷ୍ଟ୍ରୀୟ ଗାନ ବନ୍ଦେ ମା ତରମ ଧ୍ୱନି ଶୁଣିବାକୁ ମିଳିଥିଲା, ବୁଧବାର ଦିନ ମୋଦି ନିଜ X ହ୍ୟାଣ୍ଡେଲ ଗୋଟିଏ  ଭିଡିଓ କୁ ସେୟାର କରିଛନ୍ତି, ଏବଂ ଲେଖିଛନ୍ତି ଯେ ମଙ୍ଗଳବାର ଦିନ ୟୁଥପିଆ ପ୍ରଧାନମନ୍ତ୍ରୀ ଅବି ଅହମଦ ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଗୋଟିଏ ଅଫିସିଆଲ ରାତ୍ରି ଭୋଜନ ରେ ୟୁଥପିଆ ଗାୟକ ଙ୍କ ଦ୍ୱାରା ‘ବନ୍ଦେ ମାତରମ ପରିବେଷଣ l ଏହି ସମୟଟି ମୋ ପାଇଁ ଖୁବ ଭାବ ପୁର୍ଣ ଥିଲା l ଏବଂ ମୁଁ ନିଜକୁ ଭାରତୀୟ ଭାବରେ ଗୌରବାନ୍ୱିତ ମାନେ କରିଥିଲି l

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଯାତ୍ରା ଅନେକ କ୍ଷେତ୍ରରେ ଐତିହାସିକ ଅଟେ, ଏହା ୧୦ ବର୍ଷରୁ ଉର୍ଧ୍ଵ ସମୟ ହୋଇଯାଇଛି ଯେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ପ୍ରଥମ ଦ୍ୱିପାକ୍ଷିକ ୟୁଥପିଆ ଯାତ୍ରା କରିଛନ୍ତି l ଏହି ଯାତ୍ରା ଦ୍ୱାରା ଉଭୟ ଦେଶର ଐତିହାସିକ ସମ୍ବନ୍ଧ କୁ ନୂଆ ଦିଗ ଯୋଗାଇଛି l ଉଭୟ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ବିଭିନ୍ନ ଡୀଲ ମଧ୍ୟ ହୋଇଛି, ଯେପରିକି କଷ୍ଟମ ସହଯୋଗ, ଡିଜିଟାଲ ଇନ୍ଫ୍ରାଷ୍ଟ୍ରକ୍ଚର, ଯୁଏନ ଶାନ୍ତି ମିଶନ ପ୍ରଶିକ୍ଷଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ସହଯୋଗ ସମେତ ଆଠଟି କ୍ଷେତ୍ରରେ ରାଜିନାମା ସ୍ଵାକ୍ଷର ହୋଇଛି l

ୟୁଥପିଆ ପ୍ରଧାନମନ୍ତ୍ରୀ ଅବି ଅହମଦ ନିଜେ ପ୍ରଧାନମନ୍ତ୍ରୀ ମୋଦି ଙ୍କର ସ୍ୱାଗତ କରିଥିଲେ ଏବଂ ନିଜେ ଗାଡି ଡ୍ରାଇଭ କରି ହୋଟେଲ ପାଛୋଟି ନେଇଥିଲେ l