ଟେରୀଫ ୱାର ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କ ୟୁ -ଟର୍ନ , ବାନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ପ୍ରସଂସାର ପୋଲ ,ହ୍ୱାଇଟ ହାଉସରେ ଟ୍ରମ୍ପ କରିଥିଲେ ମୋଦୀ ଙ୍କ ପ୍ରଶଂସା କହିଲେ ଆମେରିକା-ଭାରତ ଚିର ସ୍ଥାୟୀ ବନ୍ଧୁ ଅଟନ୍ତି , ମୋଦୀଙ୍କୁ କହିଲେ ଜଣେ ମହାନ ପ୍ରଧାନମନ୍ତ୍ରୀ , ପତ୍ରକାରଙ୍କ ସମୁଖରେ ମୋଦୀ ଙ୍କୁ କରିଥିଲେ ଖୁବ ପ୍ରଶଂସା ,ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ କହିଥିଲେ ଜଣେ ବିଶେଷ ବ୍ୟକ୍ତିତ୍ୱ l
ଭାରତ-ଆମେରିକା ଟେରୀଫ ୱାର ମଧ୍ୟରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି , ସେପ୍ଟେମ୍ବର ୫ ତାରିଖ ଦିନ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ହ୍ୱାଇଟ ହାଉସ ର ଅଫିସ ରେ ପତ୍ରକାର ମାନଙ୍କ ସହିତ କଥା ହୋଇ ପ୍ରଧାନମନ୍ତ୍ରୀ ମୋଦୀ ଙ୍କର ପ୍ରଶଂସା କରିଥିଲେ, ଆମେରିକା ସର୍ବଦା ସବୁବେଳେ ଭାରତର ବନ୍ଧୁ ହୋଇରହିବ, ଆମେରିକା-ଭାରତର ସମ୍ପର୍କ ରେ ରହିଛି ବିଶେଷତା, ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଜଣେ ବିଶେଷ ବ୍ୟକ୍ତିତ୍ୱ ସହିତ ଜଣେ ମହାନ ପ୍ରଧାନମନ୍ତ୍ରୀ , ଚିନ୍ତାର କୌଣସି କଥା ନାହିଁ ଆମେ ଦୁଇ ଭଲ ବନ୍ଧୁ l
ଏହାର ଜବାବ ରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ X ରେ ଜବାବ ରଖି କହିଛନ୍ତି, ‘ ମୁଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ଭାବନା ଏବଂ ଆମ ସମ୍ବନ୍ଧ କୁ ସକାରତ୍ମକ ଭାବରେ ସମ୍ମାନ କରୁଛି, ମୁଁ ସମ୍ପୂର୍ଣ ଭାବରେ ତାଙ୍କର ସମର୍ଥନ କରୁଛି, ଭାରତ ଓ ଆମେରିକା ମଧ୍ୟରେ ଗୋଟିଏ ବହୁତ ସକାରାତ୍ମକ ରାଜନୀତି ସହଯୋଗ ଅଟେ l ‘
ଭାରତ ରୁଷ ନିକଟରୁ କଞ୍ଚା ତେଲ କିଣିବାକୁ ନେଇ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟେରୀଫ ଲଗାଇଥିଲା, ଯାହାକି ଅଗଷ୍ଟ ମାସରୁ ଲାଗୁ ହୋଇଛି l ଏହାପରେ ଭାରତ , ରୁଷ ଏବଂ ଚୀନ SCO ସମିଟ ରେ ସାରା ବିଶ୍ୱକୁ ବାର୍ତା ଦେଇଥିଲେ ,ରୁଷ କହିଥିଲା ଯେ ଆମେରିକାର ଦାଦାଗିରୀ କୁ ଗ୍ରହଣ କରାଯିବ ନାହିଁ l