ନୂଆଦିଲ୍ଲୀ : ଅବୈଧ ବିଲଡିଂ ଯେଉଁଠିବି ଦେଖା ଯାଇଥାଏ, ତାହାକୁ ଭାଙ୍ଗିବା ହେଉଛି ସରକାରଙ୍କର ପ୍ରଥମ କାର୍ଯ୍ୟ ହେଉଛି ତାହାକୁ ଭାଙ୍ଗିବା l କିନ୍ତୁ ନିକଟରେ ଗୁଜୁରାଟ ରେ ଗୋଟିଏ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା l ଗୁଜୁରାଟ ର ଭରୁଚ ରେ ଗୋଟିଏ ଅବୈଧ ବିଲଡିଙ୍ଗ ଙ୍କୁ ଭାଙ୍ଗିବା କୁ ନେଇ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି l ଏହି ଅବୈଧ ବିଲଡିଂ ଭରୁଚ ସହର ର ବିକାଶ ପ୍ରାଧିକରଣ ର ଅଧିକାରୀ ଉକ୍ତ ବିଲଡିଂ ଉପରେ ବୁଲଡୋଜର ଚଢ଼ାଇ ଭାଙ୍ଗିବାକୁ ଆସିଥିଲେ l ବିଲଡିଂ କୁ କିପରି ଭଙ୍ଗା ନଯିବ ସେଥିପାଇଁ ବ୍ୟବସାୟୀ ମୋହନ ଲାଲ ଗୋଟିଏ ଉପାୟ ଗ୍ରହଣ କରିଥିଲେ l
ମୋହନଲାଲ ଉକ୍ତ ବିଲଡିଂ ର ଛାତ ଉପରେ ଭଗବାନ ରାମ, ମା ସୀତା, ଲକ୍ଷ୍ମଣ ଙ୍କ ମନ୍ଦିର ତିଆରି କରିଥିଲେ l ଭଗବାନ ଙ୍କ ବ୍ୟତୀତ ମୋହନ ଲାଲ ଛାତ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଙ୍କ ମୂର୍ତି ମଧ୍ୟ ରଖି ଦେଇଥିଲେ l ଏହାକୁ ଦେଖି ପ୍ରଶାସନ ପକ୍ଷରୁ ବୁଲଡୋଜର ନେଇ ଆସିଥିବା ଅଧିକାରୀ ମାନଙ୍କର ଅବୈଧ ନିର୍ମାଣ କୁ ଭାଙ୍ଗିବା ପାଇଁ ସାହସ ହୋଇ ନଥିଲା l ମୋହନ କହିଥିଲେ ଯେ ମୋ ପଡୋଶୀ ଭାବରେ ରହିଥିବା କିଛି ଅସହିଷ୍ଣୁ ଲୋକ ମତେ ସୋସାଇଟି ଛାଡି ଯିବା ପାଇଁ ଧମକ ଦେଇଥିଲେ l ଯେଉଁ କାରଣରୁ ସେମାନେ ପ୍ରଶାସନ ରେ ଏହାକୁ ଗୋଟିଏ ଅବୈଧ ନିର୍ମାଣ ଦର୍ଶାଇ ଥିଲେ l ଏବଂ ପ୍ରଶାସନ ପକ୍ଷରୁ ମତେ ନୋଟିସ ମଧ୍ୟ ଆସିଥିଲା , କିନ୍ତୁ ମୁଁ ଏହି ପଦକ୍ଷେପ ନେଇଥିଲି l