Odisha news

ଚୌଦ୍ଵାର ରୁ ଆରମ୍ଭ ହେଲା ମିସନ ସ୍ବଚ୍ଛତା କାର୍ଯ୍ୟକ୍ରମ

କଟକ ଜିଲ୍ଲା ରେ ସମସ୍ତ ସ୍କୁଲ ଗୁଡିକରେ ପରିମଳ ବ୍ୟବସ୍ଥା ରେ ସୁଧାର ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମିସନ ସ୍ବଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହାକୁ ଗୁରୁତ୍ବ ଦେବା ସହ ପ୍ରତ୍ୟେକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଚୌଦ୍ବାର ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକ ପରିଦର୍ଶନ କରିଛନ୍ତି । ସେ ବରିଷ୍ଠ ଅଧିକାରୀଙ୍କ ସହ ଚୌଦ୍ଵାର ମହାବିଦ୍ୟାଳୟ ଏବଂ ଓ.ଟି.ଏମ୍ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ମିସନ ସ୍ବଚ୍ଛତା କାର୍ଯ୍ୟକ୍ରମ ଜରିଆରେ ଶୈ।ଚାଳୟ ଓ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଆଦି ସମ୍ପର୍କରେ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳ ସମର ଶିକ୍ଷାର୍ଥୀ ବାହିନୀ ଏନସିସି ର ସହଯୋଗ ଲୋଡ଼ିଥିଲେ । ଏଥିପାଇଁ ଏନସିସି ଗ୍ରୁପ କମାଣ୍ଡର ରଜନିଶ୍ କପୁରଙ୍କ ସହିତ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ କମାଣ୍ଡିଙ୍ଗ୍ ଅଫିସର ସୈ।ମ୍ୟ ପ୍ରକାଶ ଓତା, ଅତିରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ଡାୟତ ରାୟ , ପୂର୍ଣ୍ଣଚନ୍ଦ୍ର ମିଶ୍ର,ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଶୋକ ଷଡ଼ଙ୍ଗୀ, ସ୍ଥାନୀୟ ତହସିଲଦାର, ବିଡ଼ିଓ ଓ ବିଦ୍ୟାଳୟ ର ଅଧୀପିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ

Comments are closed.