ମଣିଷ ନିଜ ମନ ଓ ମସ୍ତିସ୍କ ଉପରେ ଅନେକ ସମୟରେ ନିୟନ୍ତ୍ରଣ ରଖିବାକୁ ଚାହିଁ ମଧ୍ୟ ରଖିପାରି ନଥାଏ l ବିଭିନ୍ନ ପ୍ରକାର ଖରାପ ଚିନ୍ତା ତାର ଚତୁର୍ପାଶ୍ୱରେ ଅନେକ ସମୟରେ ଘୁରି ବୁଲିଥାଏ l ଯାହାର ଖରାପ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ l
* ଆମେ ଆମ ନିଜ ବ୍ୟସ୍ତ ବହୁଳ ଜୀବନ ରୁ ନିଜ ପାଇଁ କିଛି ସମୟ ବାହାର କରିବା ପାଇଁ ଚେଷ୍ଟା କରିବା ନିହାତି ଜରୁରୀ l ଯାହାଦ୍ଦ୍ୱାରା ଆପଣ ନିଜ ବିଚାର ଉପରେ ଧ୍ୟାନ ଦେଇ ପାରିବେ l ଏହାଦ୍ୱାରା ଆପଣ ନିଜ ମଧ୍ୟରେ ପରିବର୍ତନ ଅନୁଭବ କରି ପାରିବେ l
* ସର୍ବ ପ୍ରଥମେ ଆପଣ ନିଜ ମଧ୍ୟରେ ପ୍ରତିଶୋଧର ଭାବନା କୁ ତ୍ୟାଗ କରନ୍ତୁ l ଅନ୍ୟକୁ କ୍ଷମା ଦେବା କୁ ଅଭ୍ୟାସ ରଖନ୍ତୁ l ଏହାଦ୍ୱାରା ଆପଣଙ୍କ ମାନସିକ ଚାପ ଦୂର ହେବ , ଏବଂ ମାନସିକ ଶାନ୍ତି ମିଳିବ l
* ଆମେ ନିଜ ଭୁଲ କୁ ଗ୍ରହଣ କରିବା ଶିଖିବା ଉଚିତ l ନିଜ ଭୁଲ କୁ ଅନ୍ୟ ଉପରେ ଥୋପିବା ଆଦୌ ଜରୁରୀ ନୁହେଁ l ନିଜ ଫେଲିଓର ରୁ ଶିଖନ୍ତୁ ଏବଂ ଆଗକୁ ବଢନ୍ତୁ l
* ଯଦି ଆପଣ ଶାନ୍ତିରେ ରହିବାକୁ ଚାହୁଁଛନ୍ତି l କ୍ଷଣିକ ଖୁସି ପଛରେ ଦଉଡ଼ନ୍ତୁ ନାହିଁ l ଆପଣ ଏଭଳି ଦୁନିଆ ଠାରୁ ଦୂରେଇ ରୁହନ୍ତୁ , ଯେଉଁଠି ଆପଣ ଅନ୍ୟ ଉପରେ ସନ୍ଦେହ କରୁଛନ୍ତି l ଏହି କାରଣରୁ ଆପଣଙ୍କର ମାନସିକ ଚାପ ବୃଦ୍ଧି ହୋଇଥାଏ l
* ଯେତେବେଳେ ମଧ୍ୟ ଆପଣ ଏକାକୀ ବସୁଛନ୍ତି ସେତେବେଳେ ନିଜ କୁ ନିଜେ ବିସ୍ଲେସଣ କରନ୍ତୁ l ଏବଂ ନିଜ ମଧ୍ୟରେ ଥିବା ଖରାପ ଗୁଣ କୁ ଜାଣନ୍ତୁ l
* ସେହି ସମ୍ପର୍କ କୁ ନିଜ ନିକଟ ରୁ ଦୂର କରନ୍ତୁ ଯାହାଦ୍ୱାରା ଆପଣ ଙ୍କ ର ମାନସିକ ଚାପ ବୃଦ୍ଧି ପାଉଛି ଏବଂ ଜୀବନ ରେ ବିଭିନ୍ନ ସମସ୍ୟା ଦେଖା ଦେଉଛି l