Odisha news

ୱେଟ ଲସ ଡ୍ରିଂକ୍ସ : ରାତିରେ ଶୋଇବା ପୂର୍ବରୁ ଏହିସବୁ ଜିନିଷ ସେବନ କରନ୍ତୁ ଓ ଓଜନ ହ୍ରାସ କରନ୍ତୁ

ଆଜିକାଲି ସମସ୍ତେ ନିଜର ଓଜନ ହ୍ରାସ କରିବାରେ ଲାଗି ପଡିଛନ୍ତି l ନଚେତ ବଢୁଥିବା ଓଜନ ପାଇଁ ଚିନ୍ତାରେ ରହୁଛନ୍ତି l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ରାତ୍ରି ଭୋଜନରେ ଯଦି କିଛି ଅସୁବିଧା ଦେଖାଦିଏ ତେବେ ତାହା ଆପଣଙ୍କ ଓଜନ ହ୍ରାସରେ ବାଧା ଦେଇଥାଏ l ସେଥିପାଇଁ କିଛିଟା ଘରୋଇ ଜିନିଷକୁ ନେଇ ହୋଇଥିବା ଗବେଷଣା ଅନୁସାରେ ଜଣା ପଡିଛି ଯେ ଏପରି କିଛି ଡ୍ରିଂକ୍ସ ରହିଛି ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l

* ହଳଦୀ କ୍ଷୀର – ରାତିରେ ଶୋଇବା ପୂର୍ବରୁ ଦୁଗ୍ଧ ପିଇବା ଖୁବ ଲାଭ ଦାୟକ l ତେଣୁ ଓଜନ ହ୍ରାସ କରିବା ପାଇଁ ରାତିରେ ଶୋଇବା ପୂର୍ବରୁ ଦୁଗ୍ଧ ହଳଦୀ ସେବନ କରନ୍ତୁ l ଏହା ଆପଣଙ୍କୁ ଥଣ୍ଡା କାଶରୁ ଆରାମ ଦେବା ସହିତ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ l ହଳଦୀରେ ଆଣ୍ଟି ଅକ୍ସୀଡାଣ୍ଟ ଭରପୁର ମାତ୍ରାରେ ରହିଛି l ଯାହା ଶରୀରରୁ ହାନି କାରକ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ l ଏଥିରେ କ୍ୟାଲସିୟମ ଓ ପ୍ରୋଟିନ ରହିଥିବା କାରଣରୁ ଓଜନ ହ୍ରାସ କରି ଭଲ ନିଦ ଦେଇଥାଏ l

* ଗୁଜୁରାତି ଚା – ଗୁଜୁରାତିରେ ଆଣ୍ଟିଅକ୍ସିଡେଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି l ଯାହା ଏହାକୁ ଏକ ଡିଟେକ୍ସ ଡ୍ରିଂକ୍ସ କରିଥାଏ l ଏହା ଆପଣଙ୍କୁ ଫ୍ୟାଟ ବର୍ନ କରିବାରେ ସାହାଯ୍ୟ କରିଥାଏ l ଶୋଇବା ପୂର୍ବରୁ ଏହାକୁ ସେବନ କରିବା ଦ୍ୱାରା ଶରୀରରୁ ପାଣିର କମି ଦୂର ହୋଇଥାଏ l

* ବିଟ ରୁଟ ଓ ଲେମ୍ବୁ – ବିଟରୁଟ  ଓ ଲେମ୍ବୁରେ ପ୍ରସ୍ତୁତ ଏହି ଡ୍ରିଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ l ରାତ୍ରି ଭୋଜନ କରି ସାରିବାର କିଛି ସମୟ ପରେ ଏହାକୁ ସେବନ କରିବା ଦ୍ୱାରା ଓଜନ ହ୍ରାସ ହେବାର ସମ୍ଭାବନା ଅଧିକ ଥାଏ l

* ମେଥିଦାନା ପାଣି – ମେଥି ରକ୍ତ ଶର୍କରା କୁ ନିୟନ୍ତ୍ରଣ କରିଥାଏ l ମଧୁମେହ ପାଇଁ ସକାଳେ ଖାଲି ପେଟରେ ମେଥି ପାଣି ସେବନ କରାଯାଇ ଥାଏ l କିନ୍ତୁ ରାତି ସମୟରେ ମେଥି ପାଣି ସେବନ କରିବା ଦ୍ୱାରା ଶରୀରରେ ଉତ୍ତାପ ବୃଦ୍ଧି କରି ଓଜନ ହ୍ରାସ କରାଇ ଥାଏ l

Comments are closed.