ଆମ ରୋଷେଇ ଘରେ ଏପରି କିଛି ଜିନିଷ ରହିଛି ଯାହା ଆମକୁ ବିଭିନ୍ନ ପ୍ରକାରର ଋତୁ ରେ ରୋଗ ବୈରାଗ ଠାରୁ ଦୂରେଇ ରଖି ଥାଏ । କାରଣ ଗୋଟିଏ ଋତୁର ପରିବର୍ତ୍ତନ ପରେ ଆଉ ଗୋଟିଏ ଋତୁ ଆସିବା କ୍ଷଣି ଆମ ଶରୀର କିଛିଟା ସଂକ୍ରମଣ ଦ୍ଵାରା ଆକ୍ରାନ୍ତ ହୋଇଥାଏ । ତେଣୁ ଏହିସବୁ ସଂକ୍ରମିତ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ଆମ ଇମ୍ୟୁନିଟି ବଢ଼ାଇବା ନିହାତି ଆବଶ୍ୟକ ।
ତେଣୁ ଆୟୁର୍ବେଦ ରେ କୁହାଯାଇଛି ଯେ ଏହିସବୁ ସଂକ୍ରମଣ ରୁ ନିଜକୁ ଦୂରେଇ ରଖିବା ପାଇଁ ଗାର୍ଲିକ୍ ମିଲ୍କ ହେଉଛି ଗୋଟିଏ ଭଲ ବିକଳ୍ପ ।
* ବିଶେଷ ଭାବରେ ଋତୁ ପରିବର୍ତ୍ତନ ହେବା କ୍ଷଣି ସବୁଠୁ ପ୍ରଥମେ ଆମେ ଥଣ୍ଡା କାଶ ଓ ବିଭିନ୍ନ ପ୍ରକାରର ସମସ୍ୟାରେ ପିଡିତ ହୋଇଥାଉ । ଯେଉଁ କାରଣରୁ ଅଧିକାଂଶ ସମୟରେ ଔଷଧ ଆମ ଶରୀରରେ କାର୍ଯ୍ୟ କରିବା ପାଇଁ ସମୟ ଲାଗିଥାଏ । ଏପରି ସ୍ଥିତି ରେ ପ୍ରତିଦିନ ରାତିରେ ରସୁଣ ଓ କ୍ଷୀର ସେବନ କରନ୍ତୁ ।
* ଅଧିକାଂଶ ଲୋକଙ୍କ ନିକଟରେ ଅର୍ଶ ରୋଗ ପ୍ରାୟ ଦେଖା ଯାଇଥାଏ । ତେଣୁ ଏହି ସମୟରେ ଶରୀରରେ ବାତ ଦୋଷକୁ ନିୟନ୍ତ୍ରିତ କରିବା ପାଇଁ ଓ ଅର୍ଷର ସମସ୍ୟା ଦୂର କରିବା ପାଇଁ ସେହି ସମୟରେ ଦୁଗ୍ଧ ଏବଂ ରସୁଣ ସେବନ କରନ୍ତୁ ।
* ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଆଜିକାଲି ଆଣ୍ଠୁ ଗଣ୍ଠି ସମସ୍ୟା ଦ୍ଵାରା ପୀଡିତ ହେଉଛନ୍ତି। ଏହାକୁ ଠିକ୍ କରିବା ପାଇଁ ରସୁଣ ଦୁଗ୍ଧ ସେବନ ଖୁବ୍ ହିତକର । ଏହା ଗଣ୍ଠି ଜନିତ ସମସ୍ୟା ଦୂର କରିଥାଏ । ତା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।
* ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ -:
ଅଧା ଲିଟର ଦୁଗ୍ଧ ନିଅନ୍ତୁ , ତାହାକୁ ପ୍ରଥମେ ଥରେ ଫୁଟାଇ ନିଅନ୍ତୁ । ଏହାପରେ ସେଥି ରେ ୬କୋଲା ରସୁଣକୁ ଚୋପା ଛଡ଼ାଇ କାଟି ରଖନ୍ତୁ । ଏକପରେ ରସୁଣ କଟାକୁ କ୍ଷୀର ରେ ପକାଇ ୭ ମିନିଟ୍ ଫୁଟାନ୍ତୁ । ଦେଖିବେ ଯେପରି ଏହା ଭଲରେ ଶିଝି ମିଳେଇ ଯାଏ , ରସୁଣ ଦୁଗ୍ଧକୁ ଓହ୍ଲାଇ ଉଷୁମ ଉଷୁମ ସେବନ କରନ୍ତୁ ।
Comments are closed.