Odisha news

ଓଡିଶା ମିଲେଟ୍ ମିଶନ ପକ୍ଷରୁ ବାଙ୍ଗିରିପୋଷି ଠାରେ ପୃଷ୍ଟି ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ସ୍ଥିତ ଶ୍ୟାମସୁନ୍ଦରପୁରର ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ ସ୍କୁଲ ନିକଟରେ ଥିବା ଖେଳ ପଡିଆ ଠାରେ ଓଡିଶା ମିଲେଟ ମିଶନ ପକ୍ଷରୁ ସହଯୋଗୀ ଅନୁଷ୍ଠାନ ଗ୍ରାମ ସ୍ୱରାଜ ଏବଂ କୃଷି ବିଭାଗ, ମିଶନ ଶକ୍ତି ବିଭାଗ ଆଇସିଡିସି, ବାଙ୍ଗିରିପୋଷି ପ୍ରମୁଖ ବିଭାଗଙ୍କ ସହାୟତାରେ ଆନ୍ତର୍ଜାତୀୟ ପୃଷ୍ଟି ଶସ୍ୟ ବର୍ଷ ୨୦୨୩ ଉପଲକ୍ଷେ ଏକ ପୃଷ୍ଟି ଶସ୍ୟର ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା । ଉକ୍ତ ଖାଦ୍ୟ ମେଳାରେ ବାଙ୍ଗିରିପୋଷି ବ୍ଲକର ବ୍ଲକ କୃଷି ଅଧିକାରୀ ଚାରୁଲତା ପି ସିଂ, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଅଳକା ସାହୁ, ମିଶନ ଶକ୍ତି ବିଭାଗର ବ୍ଲକ ପ୍ରକଳ୍ପ ସଂଯୋଜକ ବସନ୍ତ କୁମାର ନାଏକ, ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରାନୀ ସିଂଙ୍କ ସମେତ ଗ୍ରାମ ସ୍ୱରାଜର ବ୍ଲକ ସଂଯୋଜକ ତପନ କୁମାର ବେହେରା, ଅତିରିକ୍ତ ବ୍ଲକ ସଂଯୋଜକ ସତ୍ୟଜିତ୍ ପାତ୍ର ଏବଂ ବାଙ୍ଗିରିପୋଷି କୃଷକ ଉତ୍ପାଦକ ସଂଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ଶଙ୍କର ଘୋଷ ଏବଂ ଗୋଷ୍ଠୀ ସମ୍ବଳ କର୍ମୀ ଅଶୋକ କୁମାର ନାଏକ, ଦିୱାନ ନାଏକ, ଗଣେଶ୍ୱର ନାଏକ, ଫଗୁରାମ ଟୁଡୁ, ମୋଚିରାମ ଟୁଡୁଙ୍କ ସମେତ ବାବା ଶିମିଳେଶ୍ୱର ମିଲେଟ ଶକ୍ତି ଟିଫିନ୍ ସେଣ୍ଟରର ସମ୍ପାଦକ ସିତାମଣି ପାତ୍ର ଏବଂ ବିନୋଦିନି ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ଅପୂର୍ବ ସ୍ୱଂୟ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଯୋଗଦାନ କରି ପୃଷ୍ଟି ଶଶ୍ୟ ଖାଦ୍ୟ ମେଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଖାଦ୍ୟ ମେଳାର ମୁଖ୍ୟ ଉଦେ୍ଦଶ୍ୟ ଥିଲା ପୃଷ୍ଟି ଶସ୍ୟ ଖାଦ୍ୟର ଘରୋଇ ଉପାଯୋକୁ ବୃଦ୍ଧି କରିବା ଏବଂ ନିଜର ଦୈନନ୍ଦିନ ଜୀବନରେ ପୃଷ୍ଟି ଶସ୍ୟ ଜାତୀୟ ଖାଦ୍ୟକୁ ନିଜ ଖାଦ୍ୟ ଥାଳିରେ ସାମିଲ କରିବା ପାଇଁ ଏକ ବୃହତ ଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୨୦ରୁ ଉଦ୍ଧ୍ୱର୍ ପ୍ରକାରର ପୃଷ୍ଟଶସ୍ୟ ଜାତୀୟ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା ଏବଂ ଏହି ପୃଷ୍ଟି ଶସ୍ୟ ଜାତୀୟ ଖାଦ୍ୟକୁ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply