Odisha news

ବାଲ୍ଡିହା ଅଗ୍ନିଶମ କେନ୍ଦ୍ର ସ୍ଥାନାନ୍ତରଣକୁ ବିରୋଧ କରି ରାସ୍ତାରୋକ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଶମାଖୁଣ୍ଟା ବ୍ଲକ ସ୍ଥିତ ବାଲ୍ଡିହା ଅଗ୍ନିଶମ କେନ୍ଦ୍ର ସ୍ଥାନାନ୍ତତରଣକୁ ନେଇ ଗ୍ରାମବାସୀ ଓ ବିଭାଗ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଉକ୍ତ କେନ୍ଦ୍ର ସ୍ଥାନତାରଣକୁ ବିରୋଧ କରି ବୁଧୁବାର ବାରିପଦା-ବାଙ୍ଗରିପୋଷି ରାସ୍ତାକୁ ବାଲଡିହା ଛକ ଠାରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରି ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ଜନଅସନ୍ତୋଷ ତୀବ୍ର ରୂପ ନେଇଥିବା ସମୟରେ ଘଟଣାସ୍ଥଳ ରେ କୁଳିଅଣା ଥାନା ଅଧିକାରୀ ରମାକାନ୍ତ ନାୟକ ସଦଳବଳେ ପହଂଚି ଆନେ୍ଦାଳନ କାରୀଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଆନେ୍ଦାଳନକାରୀ ନିଜ ଜିଦ୍ରେ ଓଡି ବସିଥିଲେ । ଆନେ୍ଦାଳନକୁ ରୋକିବାକୁ ଜିଲ୍ଲାପ୍ରଶାସନ ତରଫରୁ ଶମାଖୁଣ୍ଟା ତହସିଲଦାର ରାଧାରଞ୍ଜନ ଦାସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଦାବୀପୂରଣ ଦିଗରେ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ପାଇବା ପରେ ଗ୍ରାମବାସୀ ମାନେ ଆନେ୍ଦାଳନକୁ ସ୍ଥଗିତ ରଖିଥିଲେ ।

ଏନେଇ ସ୍ଥାନାନ୍ତରଣ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ନିଷ୍ପତି ବୋଲି ଅଗ୍ନିଶମ ଅଧିକାରୀ ପ୍ରକାଶ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟସରକାରଙ୍କ ନିଦେ୍ର୍ଦଶ କ୍ରମେ ବାଲଡିହା ଠାରେ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ରଟି ୨୦୧୬ ମସିହାରେ ପ୍ରତିଷ୍ଠା ହୋଇଥିଲା । ପରବର୍ତ୍ତୀ ସମୟରେ ସ୍ଥାୟୀ ଅଗ୍ନିଶମ କେନ୍ଦ୍ର ନିର୍ମାଣ ପାଇଁ ରାଜ୍ୟ ସରକାର ରଙ୍ଗାମାଟିଆ ପଂଚାୟତର ସରପଂଚୁଆ ଠାରେ ସ୍ଥାନ ନିର୍ଦ୍ଧାରିତ କରିଥିଲେ । ହେଲେ ଏହାକୁ ବାଲଡିହା ବାସିନ୍ଦା ବିରୋଧ କରିଥିଲେ । ଚଳିତବର୍ଷ ଜାନୁଆରୀ ମାସ ସରପଂଚୁଆ ଅଗ୍ନିଶମ କେନ୍ଦ୍ରକୁ ବିଭାଗୀୟ ଅଧିକାରୀ ଉଦ୍ଘାଟନ କରିବା ପରେ ଜନଅସନ୍ତୋଷ ଉଗ୍ର ରୂପ ନେଇଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ତାଲା ପକାଇ ଆନେ୍ଦାଳନ କରିଥିଲେ ଏବଂ ସରକାରଙ୍କ ନିଷ୍ପତିକୁ ବିରୋଧ କରି ଉଚ୍ଚନ୍ୟାଳୟର ଦ୍ୱାରାସ୍ତ ମଧ୍ୟ ହୋଇଥିଲେ । ତେବେ ଏନେଇ ତହସିଲଦାର ଶ୍ରୀଦାସ, ଉଚ୍ଚନ୍ୟାଳୟ ସରପଂଚୁଆ ଠାରେ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା ସପକ୍ଷରେ ରାୟ ପ୍ରକାଶ କରିଛନ୍ତି ବୋଲି କହିଛନ୍ତି । ଗ୍ରାମବାସୀଙ୍କ ବିରୋଧକୁ ଗୁରୁତ୍ୱ ଦେଇ ତହସିଲଦାର ଶ୍ରୀ ଦାସ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଶାନ୍ତ ହୋଇ ଆନେ୍ଦାଳନ ପ୍ରତ୍ୟାହାର କରିଥିଲେ ।

Leave A Reply