Odisha news

ଚିନ୍ତା ବଢାଉଛି ନାଉଗାଁ, ପ୍ରବାସୀଙ୍କ ପାଇଁ ବଢୁଛି ଅଡୁଆ

0

ନାଉଗାଁ,୭ା୫(ସବୁ୍ୟ): ଓଡିଶାରେ କରୋନା ଜିଲ୍ଲା ପରେ ଜିଲ୍ଲାକୁ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ମ୍ୟାପ୍‌ରେ ଜଗତସିଂହପୁର ଜିଲ୍ଲା ୫ତାରିଖ ପର୍ଯ୍ୟନ୍ତ ଗ୍ରୀନ ଜୋନରେ ରହିଥିବା ବେଳେ ଜିଲ୍ଲାବାସୀ ଆସ୍ୱସ୍ତି ଅନୁଭବ କରୁଥିଲେ । ହେଲେ ୬ ତାରିଖରେ ୪ଜଣ ଓ ୭ତାରିଖରେ ଜଣେ ମୋଟ ୫ଜଣ କରୋନା ସଂକ୍ରମିତ ଏହି ଜିଲ୍ଲାରେ ଚିହ୍ନଟ ହେବାପରେ ଏହି ଜିଲ୍ଲା ଅରେଞ୍‌ ଜୋନରେ ସ୍ଥାନ ପାଇଛି । ଯାହାକୁନେଇ ଏହି ଜିଲ୍ଲାରେ ଏକ ଭୟାବହ ପରିବେଶ ସୃଷ୍ଠି ହୋଇଛି । ବିଶେଷକରି ଏହି ଜିଲ୍ଲାର ନାଉଗାଁ ବ୍ଲକରେ ୫ଟିଯାକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଏଠାରେ ଏହାର ଅଧିକ ପ୍ରଭାବ ଦେଖାଦେଇଛି ।

ଏମିତିକି ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ତାଟିକବାଟ ପଡିଯାଇଥିବାର ଦୃଶ୍ୟ ପରିଲିଖିତ ହୋଇଛି । ପ୍ରଶାସନିକ ଖବର ଅନୁସାରେ ଏହି ବ୍ଲକର ୪ଜଣ ସୁରଟ ଫେରନ୍ତାଙ୍କ ସମେତ ଜଣେ କଲିକତା ଫେରନ୍ତା ପ୍ରବାସୀଙ୍କ ରକ୍ତ ନମୁନାରୁ କରୋନା ପଜେଟିଭ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ସୁରାଟ ଫେରନ୍ତା ଜାମୁଗାଁ ପଞ୍ଚାୟତର ଗୋଟିଏ ପରିବାରର ୩ଜଣ ଓ ତିରୁଣା ପଞ୍ଚାୟତର ଜଣେ ବୋଲି ଜଣାପଡିଛି । ସେମାନଙ୍କୁ ନାଉଗାଁ ବ୍ଲକ ଅନ୍ତର୍ଗତ କଣ୍ଟୁଣିଆହାଟ ହାଇସ୍କୁଲର ସଂଘରୋଧ ଗୃହରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ୬ତାରିଖରେ ସେମାନଙ୍କ ଠାରେ କରୋନା ପଜେଟିଭ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଭୁବନେଶ୍ୱରର କିମସ୍‌ କୁ ସ୍ଥାନାନ୍ତରିତ କରାଯାଇଛି । ଓ ଉକ୍ତ ସଂଘରୋଧ ଗୃହକୁ କଣ୍ଟେନମେଣ୍ଟ ଜୋନ ଭାବରେ ସିଲ୍‌ କରିଦିଆଯାଇଛି ।

ଏବଂ ଉକ୍ତ ସେଣ୍ଟରଟିକୁ ଅଗ୍ନିସମ ବିଭାଗ ପକ୍ଷରୁ ୨ଥର ସାନିଟାରିଜ କରାଯାଇ ସେଠାରେ ଥିବା ଅନ୍ୟ ୯ଜଣ ପ୍ରବାସୀଙ୍କ ପ୍ରତି ପ୍ରଶାସନ ଯନôବାନ ରହିଛି । ଅନ୍ୟପଟେ ୭ତାରୀଖରେ ଉକ୍ତ ବ୍ଲକର ଡେରିକି ପଞ୍ଚାୟତର କଲିକତାରୁ ଫେରିଥିବା ଜଣେ ପ୍ରବାସୀ ଯେକି ସ୍ଥାନୀୟ ମଉଳାଭଣାଜା ମହାବିଦ୍ୟାଳୟରେ କରାଯାଇଥିବା ସଂଘରୋଧ ଗୃହରେ କ୍ୱାରେଣ୍ଟାଇନରେ ରହିଥିଲେ ତାଙ୍କ ରକ୍ତ ନମୁନାରେ ମଧ୍ୟ କରୋନା ପଜେଟିଭ ଚିହ୍ନଟ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଉକ୍ତ ସେଣ୍ଟରଟିକୁ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି । ଯାହା ଏବେ ଏହି ବ୍ଲକ ବାସିନ୍ଦା ମନାଙ୍କ ମନରେ ଭୟର ଆତଙ୍କ ସୃଷ୍ଟି କରିଛି ।

ଅନ୍ୟପକ୍ଷେ ଉକ୍ତ ସଂଘରୋଧ ଗୃହ ରହିଥିବା ଅଞ୍ଚଳରେ ଉକ୍ତ ବ୍ୟକ୍ତିମାନେ ସେଠାରେ କ୍ୱାରେଣ୍ଟାଇନରେ ରହିଥିବା ସମୟରେ ବାହାରକୁ ଆସି ଅନ୍ୟମାନଙ୍କ ସଂସ୍ପର୍ଷରେ ତଥା ପରିବାର ଲୋକମାନଙ୍କ ସଂସ୍ପର୍ଷରେ ଆସିଥିବା ଆଲୋଚନା ହେଉଛି । ସରକାର ଏମାନଙ୍କ ପାଇଁ ପ୍ରତ୍ୟକ ପଞ୍ଚାୟତରେ କ୍ୱାରେଣ୍ଟାଇନର ସମ୍ପୁର୍ଣ୍ଣ ବ୍ୟବସ୍ତା କରି ପ୍ରବାସୀଙ୍କ ପ୍ରତି ଗୁରୁତ୍ୱ ଦେବାକୁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିଲେ ମଧ୍ୟ ଏହି ବ୍ଲକରେ ହୁଗୁଳା କ୍ୱାରେଣ୍ଟାଇନ ପାଇଁ ସାରା ଜିଲ୍ଲା ଆଜି ମହାମାରୀର ଶିକାର ହେବାକୁ ଯାଉଛି । ତେଣୁ ଏହି ବ୍ଲକର ୧୬ଟି ପଞ୍ଚାୟତରେ ପ୍ରବାସୀ ମାନଙ୍କ ପାଇଁ ଖୋଲା ଯାଇଥିବା ସଂଘରୋଧ ଗୃହକୁ ପୁଲିସର କଡା ସୁରକ୍ଷାରେ ରଖିବାକୁ ସାଧାରଣରେ ଦାବି ହେଉଛି ।

Leave A Reply