ଭୁବନେଶ୍ୱର: ରାଜ୍ୟରେ ଆଜି ସନ୍ଧ୍ୟାରେ ପୁଣି ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୭ ଜଣ ହୋଇଥିବା ବେଳେ ଅନ୍ୟ ୩ ଜଣ ହେଉଛନ୍ତି ଭୁବନେଶ୍ୱରର ବାସିନ୍ଦା । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି ।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୪୩, ୪୮, ୨୫, ୨୯, ୩୯, ୨୫ ଓ ୬୦ ବର୍ଷ । ଏହି ସମସ୍ତ ଆକ୍ରାନ୍ତ ଏମାନେ ସମସ୍ତେ ସୁରତରୁ ଫେରିଛଡ଼୍ତି। ଗଂଜାମରେ ଆଜି ସକାଳୁ ମଧ୍ୟ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଯାଏଁ ଗଂଜାମ ଜିଲ୍ଲାରୁ ମୋଟ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।
5th Health Update, 7th May
7 new cases in Ganjam
43 yr Male, 48 yr Male, 25 yr Male, 29 yr Male, 39 yr Male, 25 yr Male & 60 yr Male.
(All Surat returnees. All symptomatic)
Contact tracing and follow-up action is being done.Total Positive Case: 219
4th Health Update, 7th May
Three positive cases in Bhubaneswar
M 36 yr Male, Mancheswar
M 34 yr Male, VSS Nagar
M 67 yr Male SuryanagarContact tracing and followup action is being done.
Total Case: 212