Odisha news

କେଉଁ ଧାତୁର ବାସନାରେ କଣ ଖାଇବା ଦ୍ଵାରା ଶରୀର କୁ ମିଳିଥାଏ ଅମୃତ ଭଳି ଲାଭ

0
ଆୟୁର୍ବେଦ ରେ ଖାଦ୍ୟ କୁ ନେଇ ଅନେକ କିଛି ତଥ୍ୟ ଦିଆଯାଇଛି । ଆୟୁର୍ବେଦ ଅନୁସାରେ ଆମେ ଯେଉଁ ପାତ୍ର ରେ ଖାଦ୍ୟ ଖାଇଥାଉ ଏହାର ସିଧାସଳଖ ପ୍ରଭାବ ଆମର ଶରୀର ଉପରେ ପଡ଼ିଥାଏ । କିନ୍ତୁ ଆଜି ଆସନ୍ତୁ ଆମେ ଜାଣିବା କେଉଁ ଧାତୁ ର ବାସନ ରେ କଣ ଖାଇବା ଦ୍ଵାରା ଶରୀର କୁ କେଉଁ ଲାଭ ମିଳିଥାଏ ।
* ସୁନା – ଆୟୁର୍ବେଦ ଅନୁସାରେ ସୁନା ଗୋଟିଏ ଗରମ ଧାତୁ ଅଟେ । ଏହି ଧାତୁରେ ଖାଦ୍ୟ ଖାଇବା ଦ୍ବାରା ମଣିଷ ଶାରିରୀକ ଓ ଅନ୍ତରୀଣ ଭାବରେ ଷ୍ଟ୍ରଙ୍ଗ ହୋଇଥାଏ । ବିଶେଷ ଭାବରେ ଚକ୍ଷୁ ପାଇଁ ମଧ୍ୟ ଖୁବ୍ ହିତକର ଅଟେ । ସୁନାର ବାସନ ରେ ଦୁଗ୍ଧ ଜାତୀୟ କୌଣସି ଜିନିଷ ଖାଇବା ହିତକର ।
* ରୂପା ବା ଚାନ୍ଦି :
ସୁନାର ଓଲଟା ରୂପା ଅଟେ , ଅର୍ଥାତ୍ ଏହା ଗୋଟିଏ ଥଣ୍ଡା ଧାତୁ ଅଟେ । ତେଣୁ ରୂପା ଧାତୁରେ ଖାଦ୍ୟ ପ୍ରସ୍ତୁତ କରିବା କିମ୍ବା ଖାଦ୍ୟ ଖାଇବା ଦ୍ବାରା ଶରୀର ଥଣ୍ଡା ରହିଥାଏ । ମସ୍ତିସ୍କ ର କାର୍ଯ୍ୟ ଦକ୍ଷତା ବୃଦ୍ଧି ହୋଇଥାଏ । ଏହାଛଡା ଗ୍ୟାସ୍ , ଏସିଡିଟି ଓ କଫ ନିୟନ୍ତ୍ରିତ ହୋଇଥାଏ । ବିଭିନ୍ନ ପ୍ରକାରର ଫଳ ଖାଇବା ରୂପା ବାସନ ରେ ହିତକର ।
* କଂସା ଧାତୁ :
ଯେତେବେଳେ ମଧ୍ୟ ଆପଣ କଂସା ବାସନ ରେ ଖାଦ୍ୟ ପ୍ରସ୍ତୁତ କରି ଖାଇବେ ଏହାର ଲାଭ ଆପଣ ନିହାତି ଜାଣି ପାରିବେ । କଂସା ବାସନ ରେ ଖାଦ୍ୟ ଖାଇବା ଦ୍ବାରା ମସ୍ତିସ୍କ ସୁସ୍ଥ ରହିଥାଏ ଓ ରକ୍ତ ସଫା ହୋଇଥାଏ । ଏସିଡ ସମସ୍ୟା ଦୂର ହୋଇଥାଏ ଓ ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ଖଟା ଜିନିଷ କୁ ଛାଡ଼ି ସବୁକିଛି କଂସା ବାସନ ରେ ଖାଇ ପାରିବେ ।
* ତମ୍ବା :
ଆମେ ଖାଲି ଶୁଣିଛୁ ଯେ ତମ୍ବା ବାସନ ରେ ପାଣି ପିଇବା କଥା , ଯାହାଦ୍ଵାରା ଶରୀର କୁ ବିଭିନ୍ନ ଚମତ୍କାର ଲାଭ ମିଳିଥାଏ । ମସ୍ତିସ୍କ ଓ ଲିଭର୍ ସୁସ୍ଥ ରହିଥାଏ , ଏହାଛଡା ପାଚନ ସମସ୍ୟା ଠିକ୍ ହୋଇଥାଏ । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ତମ୍ବା ବାସନ ରେ ଖାଦ୍ୟ ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ଶରୀର ରୁ ଟକ୍ସିନ ବାହାରିବାର ସାହାଯ୍ୟ କରିଥାଏ ଓ ମେଟାବୋଲିଯିମ୍ ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ । ତମ୍ବା ବାସନ ରେ ସବୁକିଛି ଖାଇବେ କିନ୍ତୁ କଦାପି ଦୁଗ୍ଧ ରଖି ସେବନ କରିବେ ନାହିଁ ।
* ପିତଳ ବାସନ :
ପିତଳ ବାସନ ରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ଵାରା ବାତ, ପିତ ଓ କଫ ସମସ୍ୟା ଦୂର ହୋଇଥାଏ । ପିତଳ ବାସନ ରେ କଦାପି ଖଟା ଦ୍ରବ୍ୟ ଖାଇବା ଉଚିତ୍ ନୁହେଁ ।
* ଲୁହା:
ଲୁହା ବାସନ ରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ଵାରା ଶରୀର କୁ ଶକ୍ତି ମିଳିଥାଏ । ଲୁହା ବାସନ ରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ଵାରା ଶରୀର କୁ ଆଇରନ ମିଳିଥାଏ । ଲୁହା ବାସନ ରେ ଖାଦ୍ୟ ପ୍ରସ୍ତୁତ କରିବା ହିତକର କିନ୍ତୁ ଏହି ବାସନ ରେ ଖାଦ୍ୟ ପରଷିବା ଠିକ୍ ନୁହେଁ । ଲୁହା ବାସନ ରେ ଦୁଗ୍ଧ ସେବନ ହିତକର ।
* ଷ୍ଟିଲ :
ଷ୍ଟିଲ ବାସନ ପ୍ରାୟ ସମସ୍ତ ଙ୍କ ଘରେ ଦେଖିବାକୁ ମିଳିଥାଏ । ଷ୍ଟିଲ ବାସନ ରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଏହାର ପୋଷାକ ତତ୍ତ୍ଵ ନଷ୍ଟ ହୋଇ ନଥାଏ । ଏହି ବାସନ ରେ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ଶରୀର ପକ୍ଷରେ ହିତକର ଅଟେ ।
* ଆଲୁମିନିୟମ :
ଆଲୁମିନିୟମ ବାସନ ମଧ୍ୟ ଅଧିକାଂଶ ଘରେ ଦେଖିବାକୁ ମିଳିଥାଏ । ଆଲୁମିନିୟମ ବକ୍ସାଇଟ ରେ ତିଆରି ହୋଇଥାଏ । ଆୟୁର୍ବେଦ ଅନୁସାରେ ଆଲୁମିନିୟମ ଶରୀରରୁ ଆଇରନ ଓ କ୍ୟାଲସିୟମ ହ୍ରାସ କରିଥାଏ ।
Leave A Reply