ନୂଆଦିଲ୍ଲୀ : ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଉପରେ ବୟାନ ଦେବା ପରେ ବିବାଦରେ ଘେରି ହୋଇଥିବା ଜାମୁ କାଶ୍ମୀର ର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆଉଥରେ ପାକିସ୍ତାନ ର ଉଦାହରଣ ଦେଇଛନ୍ତି l ମୁଫତି କହିଛନ୍ତି ଭାରତ କୁ ବିଶ୍ଵଗୁରୁ ହେବାର ସ୍ବପ୍ନ ଛାଡ଼ିଦେବା ଆବଶ୍ୟକ କାରଣ ଦେଶ ବର୍ତମାନ SAARC ର ମଧ୍ୟ ଗୁରୁ ହୋଇପାରି ନାହିଁ l ଯଦି ଭାରତ ସାର୍କ ର ଗୁରୁ ହୋଇ ପାରିବନି ତେବେ ବିଶ୍ଵଗୁରୁ ମଧ୍ୟ ହୋଇପାରିବ ନାହିଁ l ପିଡିପି ମୁଖ୍ୟ କହିଛନ୍ତି ଯେ ପିଓକେ କୁ ପିସ ଜୋନ୍ ଭାବରେ ଘୋଷଣା କରାଯାଉ l
ମୁଫତି କହିଛନ୍ତି ଜାମୁ କାଶ୍ମୀର ଓ ପିଓକେ କୁ ସାର୍କ କୋଅପରେସନ ଜୋନ୍ ରେ ସାମିଲ କରାଯାଉ l ମେହବୁବା ମୁଫତି ପାକିସ୍ତାନ ଓ ଚୀନ ସିପିଇସି ପ୍ରୋଜେକ୍ଟ ର ଯେଭଳି ଭାବରେ ପାକିସ୍ତାନ ଓ ଚୀନ ର ପ୍ରଶଂସା କରି କହିଥିଲେ ପାକିସ୍ତାନ ଓ ଚୀନ ବିଶ୍ୱକୁ ଗୋଟିଏ ନୂଆ ଦୁନିଆରେ ଯୋଡ଼ିଛନ୍ତି l ସେଭଳି କାର୍ଯ୍ୟ ଭାରତକୁ ମଧ୍ୟ କରିବା ଆବଶ୍ୟକ l କହି ରଖୁଛୁ ଯେ କିଛିଦିନ ପୂର୍ବରୁ ଚୀନ ଓ ପାକିସ୍ତାନ CPEC ପ୍ରୋଜେକ୍ଟ ସହିତ ତୃତୀୟ ଦେଶକୁ ଯୋଡିବା ପାଇଁ ଇଚ୍ଛା ରଖିଥିଲେ l
ଭାରତ CPEC ପ୍ରୋଜେକ୍ଟ କୁ ସର୍ବଦା ବିରୋଧ କରି ଆସିଛି l ଏହି ପ୍ରୋଜେକ୍ଟ ପିଓକେ ଦେଇ ଯାଇଛି l ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି ନିକଟରେ କହିଛନ୍ତି ଏହା ଆଇନ ବିରୁଦ୍ଧ ରେ ଅଟେ ଏହାକୁ ଭାରତ ଗ୍ରହଣ କରିବ ନାହିଁ l
ହର ଘର ତ୍ରିରଙ୍ଗା ଅଭିଯାନ କୁ ନେଇ ମେହବୁବା ମୁଫତି କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଛନ୍ତି l ସେ କହିଛନ୍ତି ଯଦି ସତ ସାହସ ଅଛି ତେବେ ଚୀନ ଅଧିକୃତ ଭାରତରେ ଯାଇ ତ୍ରିରଙ୍ଗା ଉଡାଇ ଦେଖାନ୍ତୁ l ଯଦି ମୋଦି ସରକାର ଚାହିଁବେ ତେବେ କାଶ୍ମୀର ସମସ୍ୟାର ସମାଧାନ କରିବା ଆବଶ୍ୟକ l
