Odisha news

ଜୀବନ ରେ ଏହିସବୁ ରୋଗ ନିକଟରୁ ଦୂରେଇ ରହିବା ପାଇଁ ସକାଳୁ ଦାନ୍ତ ନଘଷି ସେବନ କରନ୍ତୁ ଏହି ସବୁ ଜିନିଷ

0
ଆଜିକାଲିର ମଣିଷ ସମାଜ ଧୀରେଧୀରେ ପ୍ରାକୃତିକ ଜୀବନଚର୍ଯ୍ୟା ଠାରୁ ଦୁରେଇ ରହୁଛି l ଯାହା ତାକୁ ବିଭିନ୍ନ ଗମ୍ଭୀର ରୋଗ ଆଡକୁ ଟାଣିନେଇ ଯାଉଛି l ତେଣୁ ଏହାକୁ ଆଖି ଆଗରେ ରଖି ଗବେଷକ ମାନଙ୍କ ମତରେ ଏପରି ୫ଟି ପତ୍ର ରହିଛି ଯାହାକୁ ଖାଇବା ଦ୍ୱାରା ଗମ୍ଭୀର ରୋଗରୁ ମଣିଷ ନିଜକୁ ରକ୍ଷା କରିପାରିବ l ଆଜିକାଲି ବିଶେଷ ଭାବରେ ମଧୁମେହ, କୋଲେଷ୍ଟ୍ରଲ, ହୃଦରୋଗ, କ୍ୟାନ୍ସର ଓ କିଡ୍ନୀ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳୁଛି ଯାହା ମଣିଷକୁ ମୃତ୍ୟୁ ମୁଖକୁ ଟାଣି ନେଉଛି l
୧) କୋଲେଷ୍ଟ୍ରଲ ନିୟନ୍ତ୍ରଣ ପାଇଁ ଭୃଷୁଙ୍ଗା ପତ୍ର –
ଆମେ ଭୃଷୁଙ୍ଗା ପତ୍ରକୁ ମଧ୍ୟ କଡୀ ପତ୍ର ଭାବରେ ଜାଣିଥାଉ l ଯାହା ବିଭିନ୍ନ ବ୍ୟଞ୍ଜନ ର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଇ ଥାଏ l ଏହାଛଡା ଏହି ସୁଗନ୍ଧିତପତ୍ର ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ l ଗୋଟିଏ ଗବେଷଣା ଅନୁସାରେ ବୈଜ୍ଞାନିକ ମାନେ ଭୃଷୁଙ୍ଗା ପତ୍ରରେ ବ୍ଲଡ଼ ଗୁଲକୋଜ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାର କ୍ଷମତା ରହିଛି l ଏହାଛଡା ଏଥିରେ ଓଜନ ମଧ୍ୟ ହ୍ରାସ ହୋଇଥାଏ l
୨) ହୃଦରୋଗ ପାଇଁ ସଜନା ପତ୍ର –
ସଜନା ପତ୍ରକୁ ଆମେ ଶାଗ ଭାବରେ ପ୍ରୟୋଗ କରିଥାଉ l ଏହାକୁ ମଧ୍ୟ ଆୟୁର୍ବେଦରେ ଗୋଟିଏ ଜଡିବୁଟି ଭାବରେ ପ୍ରୟୋଗ କରାଯାଇ ଥାଏ l ପ୍ରାୟ ଆମ ଭାରତର ଅଧିକାଂଶ ଘର ଅଗଣାରେ ସଜନା ଗଛଟିଏ ରହିଥାଏ, ଯାହାର ପତ୍ର, ଛୁଇଁ ସବୁକିଛି କୁ ଖାଦ୍ୟରେ ବ୍ୟବହାର କରାଯାଇଥାଏ l ବିଭିନ୍ନ ଅଧ୍ୟୟନ ଅନୁସାରେ ସକାଳୁ ଦାନ୍ତ ନଘଷି ସଜନା ପତ୍ର ଖାଇବା ଦ୍ୱାରା ହୃଦରୋଗ ଭଳି ଗମ୍ଭୀର ରୋଗରୁ ନିଜକୁ ରକ୍ଷା କରାଯାଇ ପାରିବ l
୩) କ୍ୟାନ୍ସର ପାଇଁ ରସୁଣ ପତ୍ର ବା ଷଣ୍ଢା –
ରସୁଣ କେବଳ ଖାଇବାର ସ୍ୱାଦ ବଢାଇ ନଥାଏ, ଏଥିରେ ଅନେକ ରୋଗର ନିରାକରଣ ମଧ୍ୟ ହୋଇଥାଏ l ଅଧ୍ୟୟନ ରୁ ଜଣା ପଡିଛି ଯେ ରସୁଣ ପତ୍ର ବା ଷଣ୍ଢା ସ୍ତନ କର୍କଟ ରୋଗ, କୋଲନ କର୍କଟ ରୋଗ, ବ୍ଲାଡର କର୍କଟ ରୋଗ ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l
୪) ମଧୁମେହ ପାଇଁ ଲିମ୍ବ ପତ୍ର –
ଲିମ୍ବ ପତ୍ର ମଧୁମେହ ପାଇଁ ଗୋଟିଏ ଉତ୍ତମ ଔଷଧ ଅଟେ l ଅଧ୍ୟୟନ ରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଭାବରେ ଦାନ୍ତ ନଘଷି କିଛି ପରିମାଣ ରେ ଲିମ୍ବପତ୍ର ଚୋବାଇ ଖାଇବ ତେବେ ମଧୁମେହ ଭଳି ଦୁରାରୋଗ୍ୟ ରୋଗ ଠାରୁ ନିଜକୁ ଦୁରେଇ ରଖି ପାରିବ l
୫) ଆମେରିକାନ ଜୀନସେଙ୍ଗ କିଡ୍ନୀ ରୋଗ ପାଇଁ –
ଆଜିକାଲି ର ଅନହେଲଦି ଲାଇଫ ଷ୍ଟାଇଲ ଯୋଗୁଁ ଅନେକ ଲୋକ କିଡ୍ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି l କିଡ୍ନୀ ଶରୀରରୁ ବର୍ଜ୍ୟ ବସ୍ତୁକୁ ବାହାର କରିବାରେ ସାହାଯ୍ୟ କରିଥାଏ l ଗବେଷକ ମାନଙ୍କ ମତ ଅନୁସାରେ ଆମେରିକାନ ଜୀନସେଙ୍ଗ ପତ୍ରକୁ ନିୟମିତ ସକାଳୁ ଉଠି ଖାଇବା ଦ୍ୱାରା କିଡ୍ନୀ ରୋଗରୁ ଆରାମ ମିଳିଥାଏ l
Leave A Reply