Odisha news

ଅସ୍ତରଙ୍ଗ ମସ୍ୟ ବ୍ୟବସାୟୀ ସଂଘର ବୈଠକ

0

ଅସ୍ତରଙ୍ଗ : ଅସ୍ତରଙ୍ଗ ଅଂଚଳରେ ମସ୍ୟ ଜୀବି ତଥା ଯେଉଁମାନେ ଅସ୍ତରଙ୍ଗ ବଜାର ସମେତ ବିଭିନ୍ନ ଅଂଚଳରେ ମାଛ ବିକ୍ରୀକରି ଜୀବିକା ନିର୍ବାହ ତଥା ପରିବାର ଭରଣ ପୋଷଣ କରୁଛନ୍ତି । ସେମାନଙ୍କର ଏକ ବୈଠକ ଅସ୍ତରଙ୍ଗ ବ୍ଲକ ଅଧିନ କନ୍ତପଏଁରା ଗ୍ରାମର ବାଲିଆପେଟା ମଠ ପରିଷରରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଅଛି ।

ଏହି ବୈଠକରେ ସଂଘର ସଭାପତି ଭୂପେଷ କୁମାର ଜେନା ସଭାପତିତ୍ୱ କରିଥିଲେ । ଏଥିରେ ମୂଖ୍ୟତ ମାଛ ବ୍ୟବସାୟରେ ସ୍ୱଚ୍ଛତା ଅବଳମ୍ବନ ଖାଉଟି ମାନଙ୍କୁ ସଠିକ ଓଜନ ପ୍ରଦାନ ଅସ୍ତରଙ୍ଗ ମାଛ ହାଟରେ ପାନୀୟଜଳର ବ୍ୟବସ୍ଥା, ସୁଲଭ ମଲ୍ୟରେ ମଧୁର ମାଛ, ଲୁଣି ମାଛ, ବାଗେଦା ଚିଙ୍ଗୁଡି, ମାଣ୍ଡିଆ କଙ୍କଡା ପ୍ରଦାନ ଓ ଆଲୋକିକରଣ ପ୍ରଭୃତି ଉପରେ ଆଲୋଚନା କରାଯାଇଥିଲା । ପ୍ରତି ମାସର ସଂଙ୍କ୍ରାନ୍ତି ଦିନ ମାଛ ବ୍ୟବସାୟ ବନ୍ଦ ରହୁଥିବାରୁ ସେହି ଦିନ ବ୍ୟବସାୟୀ ସଂଘର ମାସିକ ବୈଠକ ବସିବ ଓ ମାଛ ହାଟ ସଫେଇ ହେବ ବୋଲି ନିଷ୍ପତି ନିଆଗଲା ।

ଏହି ବୈଠକରେ କର୍ମକର୍ତ୍ତା ଚୟନ କରାଯାଇ ପୁନରବାର ଭୂପେଷ କୁମାର ଜେନାଙ୍କୁ ସଭାପତି ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ପ୍ରତାପ କୁମାର ସ୍ୱାଇଁ , ସଂପାଦକ ଭାବେ ସନ୍ତୋଷ କୁମାର ବେହେରା, ସହସମ୍ପାଦକ ଭାବେ କ୍ଷିର କାଣ୍ଡି, କୋଷାଧ୍ୟକ୍ଷ ଭାବେ ନରେନ୍ଦ୍ର ପ୍ରଧାନ ଚୟନ ହୋଇଛନ୍ତି । ଏହା ବ୍ୟତିତ ୯ ଜଣିଆ ଏକ ଗର୍ଭର୍ଣ୍ଣିଙ୍ଗ କମିଟି ଗଠନ କରାଯାଇଅଛି ।

Leave A Reply