Odisha news

୬ଦିନରେ 16 ଶହ କିଲୋମିଟର ଯାତ୍ରା ସାଇକେଲରେ ହାଇଦ୍ରାବାଦ ରୁ ଗୋପରେ ପହଁଚିଲେ ଦୁଇ ଯୁବକ।

0

ଗୋପ – 14-05-2020 : ଦୃଢ଼ ମନୋବଳ ଓ ଇଛାଶକ୍ତି ଥିଲେ ସବୁକିଛି ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ ଏକଥାକୁ କରି ଦେଖାଇ ଛନ୍ତି ଦୁଇ ଜଣ ପ୍ରବାସୀ ଓଡିଆ ଯୁବକ।ଦୀର୍ଘ ୬ଦିନର ଯାତ୍ରାରେ ସେସବୁ ସମ୍ଭବ ହୋଇଛି।ଏକଥା ବି ସତ ଟଙ୍କା ପଇସା ନଥାଇବି ସବୁକିଛି ସମ୍ଭବ ହୋଇଛି ଏହି ପ୍ରବାସୀ ଓଡ଼ିଆଙ୍କ କ୍ଷେତ୍ରରେ।ସାଇକେଲ୍ ରେ ଦୀର୍ଘ ୧୬୦୦ କିମି ଯାତ୍ରାକରି ହାଇଦ୍ରାବାଦରୁ ଅନେକ ଘାତ ପ୍ରତିଘାତ ତଥା ଜଙ୍ଗଲରେ ଫସିବା ସହ ନଦୀ ପାଣି ପିଇ ଭୋକ ଉପସରରହି ଆସି  ଗୋପ ରେ ପହଁଚିଛନ୍ତି ଦୁଇ ଯୁବକ।

ଗୋପ ବ୍ଲକ ଅଧିନ ତରୋକର ପଞ୍ଚୟତର ଓ ଅନ୍ୟ ଜଣେ କାକଟପୁର ବ୍ଳକ ପଞ୍ଚାୟତ ର ଏହି ଦୁଇ ଯୁବକ ଏକ କମ୍ପାନୀରେ କାର୍ଯ୍ୟକରୁଥିଲେ ଲକଡାଉନ ଯୋଗୁଁ କମ୍ପାନୀ ବନ୍ଦ ହେଇଯିବା କାରଣରୁ ଖାଦ୍ୟ ପାନୀୟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଇଥିଲେ ।ପରେ ଓଡିଶା ଆସିବା ଲାଗି ଅନଲାଇନ ରେ ନାମ ପଞ୍ଜିକରଣ କରିଥିଲେ ମଧ୍ୟ କୌଣସି ସହାୟତା ମିଳିନଥିଲା ।

ପରେ ଦୁଇ ଯୁବକ ଦୁଇଟି ସାଇକେଲରେ ଯାତ୍ରା ଆରମ୍ଭ କରି ଭୋକ ଉପାସରେ ୧୬୦୦କି ମି ଅତିକ୍ରମ  କରି ଗୋପ ବ୍ଲକରେ ପହଁଚି ଥିଲେ ପରେ ବ୍ଲକ ପ୍ରଶାସନ ପକ୍ଷରୁ ସେମାନକଙ୍କୁ ଭୁବନେଶ୍ୱର ନିଆଯାଇ ପଞ୍ଜିକରଣ କରାଯିବା ସହ ସେମାନଙ୍କଙ୍କୁ କ୍ବାରେଣ୍ଟାଇନ ରେ ରଖାଯାଇଛି ।ତେବେ ଏନେଇ ଗୋପ  ବିଡ଼ିଓ ଦୀପ୍ତିରଣୀ ଦାଶଙ୍କୁ ପଚାରିବାର ସେ କୁହନ୍ତି ମୁ ଦୁଇ ଜଣ ପ୍ରବାସୀ ଓଡ଼ିଆ ଭାଇଙ୍କୁ ଜଣଙ୍କୁ ଗୋପ ତରକର ପଂଚାୟତ କ୍ୱାରେଇନିଟାଇନରେରଖିଥିବା ବେଳେ ଅନ୍ୟ ଜଣଙ୍କୁ କାକଟପୁର ବ୍ଲକକୁ ପଠାଇ ଦେଇଛି।

Leave A Reply