ପଟ୍ଟାମୁଣ୍ଡାଇ ତା୧୪.୫- ସଂପ୍ରତି ମହାମାରୀ କରୋନା ଯୋଗୁଁ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ଥିବା ଗରିବ ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସଦଳର କର୍ମୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ପୂର୍ବତନ ବିଧାୟକଙ୍କ ନିଦେ୍ର୍ଦଶ ଅନୁଯାୟୀ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ପଚାଂୟତରେ ଖାଦ୍ୟ ସାମଗ୍ରୀ ଓ ସହାୟତା ପ୍ରଦାନ କରାଯାଇଛି ।
ରାଜନଗର ନିର୍ବାଚନମଣ୍ଡଳୀ ଯୁବକଂଗ୍ରେସ ସାଧାରଣସଂପାଦକ ସମୀର ରଞନ ଜେନାଙ୍କ ନେତୃତ୍ୱରେ ଲନ୍ଟେସ ଚୁଲା, ଟେବୁଲ ଫ୍ୟାନ, ପ୍ରେସରକୁକର, ମାସ, ସାବୁନ ପ୍ରଭୃତି ବଟଂନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସନେତା ନରେଶ ଜେନା, ପ୍ରଭାକର ମହାନ୍ତି, ରଂଜିତ ଜେନା, ଚୈତନ୍ୟ ମଳିକ, ବିଦେଶୀ ମଳିକ, ବୈକୁଣ୍ଠ ପରିଡା, ଉଦୟନାଥ ପ୍ରଧାନ, ପ୍ରଦୀପ ପାତ୍ର, ସନ୍ତୋଷ ପ୍ରଧାନ, ସଂଜିବ ମହାନ୍ତି, ବୈର୍ଷ୍ଣବ ଦାସ, ଉମାକାନ୍ତ ଦାସ, ରମେଶ ନାୟକ ଓ ପରିବେଶବିତ୍ ତଥା ପୂର୍ବତନ ସରପଚଂ କିର୍ତୀ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ ।
ରାଧାରାଣୀ ମଠର ଦାୟିତ୍ୱରେ ଥିବା ବେଣୁଧର ସେଠୀ, ସନ୍ୟାସୀ ପ୍ରଧାନ ଓ ମଠ ପୂଜକ ଲକ୍ଷ୍ମଣ ରଥଙ୍କୁ ସାମଗ୍ରୀ ପ୍ରଦାନ କରାଯାଇଛି । ଉକ୍ତ ସାମଗ୍ରୀ ପ୍ରଦାନ ସମୟରେ କଖାରୁଣୀ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଓ ଯୁବଛାତ୍ର ଉପସ୍ଥିତ ଥିଲେ ।