Odisha news

ଅଥ ଅଥର୍ବ ଅର୍ଥନୀତି

0

ମାୟାଧର ନାୟକ ,ଯାଜପୁରରୋଡ, ଯାଜପୁର: ଏ ନିବନ୍ଧ ଲେଖିବା ପୂର୍ବରୁ ପଣ୍ଡିତ ବିଷ୍ଣୁ ଶର୍ମାସଂସ୍କୃତରେଲେଖିଥିବା ଅଥ କୃଷ୍ଣସର୍ପ କଥା ମନେ ପକାଇଦେଉଛି । ଥରେଗୋଟିଏବେଙ୍ଗତା’ର ପରିବାର ଓ ସାଙ୍ଗସାଥୀ ମାନଙ୍କସହିତକୂଅରେବାସକରୁଥିଲା । ତା’ ପାଖସଂପର୍କୀୟମାନେ ତାକୁବହୁତକଟୁବାକ୍ୟ ପ୍ରୟୋଗକରୁଥିଲେ । ବେଙ୍ଗଟି ହତାଶ ମଧ୍ୟ ଦେଇ ଗତିକରୁଥିଲା । ଦିନେ ଚିନ୍ତା କଲାଏମାନଙ୍କୁ ବୁଦ୍ଧି ଶିଖାଇବାକୁ ହେବ । କୂଅ ବାହାରକୁ ଆସି ଦେଖିଲା ଏକ କଳାସାପ ଗାତଭିତରକୁ ଯାଉଛି । ସାପ ସହିତବନ୍ଧୁତାକରିତା’ ସଂପର୍କୀୟମାନଙ୍କୁ ଦମନ କରିବା ପାଇଁ ଚିନ୍ତା କରି ସାପକୁ କହିଲା- ତୁମେ ମୋର ସାଥୀ ହେବ? ସାପ ଏହାଶୁଣି ଆଶ୍ଚର୍ଯ୍ୟ ହେଲା । ଏ ବେଙ୍ଗ କ’ଣ ଜାଣିନାହିଁ ମୁଁ ସେମାନଙ୍କୁ ଖାଇବାକୁ ଭଲପାଏ! ଏ କଥା ବେଙ୍ଗକୁ କହିଲାରୁ ବେଙ୍ଗ କହିଲା- ହଁ ମୁଁ ଜାଣେ । ମୋ ସଂପର୍କୀୟ ମାନଙ୍କୁ ଖାଇ ଦିଅ ।

ବେଙ୍ଗ କଥା ଶୁଣିସାପ ଖୁସିହେଲା । କହିଲା- ମୁଁକୂଅ ଭିତରକୁ କେମିତି ଯିବି? ପହଁରା ଜାଣିନାହିଁ । ବେଙ୍ଗ ତାକୁ ସାଙ୍ଗରେ ନେଇ କୂଅ ଭିତରକୁ ଥିବା ଗାତଟି ଦେଖାଇଲା । କହିଲା ମୋ ପରିବାର ଓ ସଂପର୍କୀୟଙ୍କୁ ସବୁ ଖାଇବ, କିନ୍ତୁ ମୋସାଙ୍ଗ ଓ ଶୁଭେଚ୍ଛୁ ମାନଙ୍କୁ ଖାଇବ ନାହିଁ । ମୁଁ ସେମାନଙ୍କୁ ଚିହ୍ନେଇ ଦେବି । ସାପ ଖୁସି ହେଇ ବେଙ୍ଗ ସାଙ୍ଗରେ ଗାତ ଦେଇ କୂଅ ଭିତରକୁ ଗଲା । କିଛିଦିନ ଭିତରେ ସାପ ବେଙ୍ଗ ପରିବାର ଓ ସଂପର୍କୀୟଙ୍କୁ ଖାଇବା ରେ ଲାଗିଲା । ସାପଟି ବେଙ୍ଗ ଖାଇବାର ମଜ୍ଜାକୁ ଛାଡି ପାରିଲା ନାହିଁ । ବେଙ୍ଗର ପରିବାର ଓ ସଂପର୍କୀୟଙ୍କୁ ଖାଇସାରିଲା ପରେସାଙ୍ଗ ସାଥୀ ଓ ଶୁଭେଚ୍ଛୁ ମାନଙ୍କୁ ମଧ୍ୟ ଖାଇବାରେ ଲାଗିଲା । ବେଙ୍ଗକୁ ଡାକି କହିଲା- ବନ୍ଧୁ ସମସ୍ତ ବେଙ୍ଗଙ୍କୁ ଖାଇଲି । ବର୍ତମାନ ଆଉ ବେଙ୍ଗ ଖାଇବି । ବେଙ୍ଗ କହିଲା- ସମସ୍ତ ବେଙ୍ଗଙ୍କୁ ତ ଖାଇ ଦେଲ, ଆଉ କେଉଁଠୁ ବେଙ୍ଗ ଆଣିବି? ସାପ କହିଲା- ମୁଁ ତୁମକୂ ଅରେ ବାସ କରୁଛି । ମୋ ପାଇଁ ଆଉ ବେଙ୍ଗ ଆଣି ଦିଅ ।

ବେଙ୍ଗ ଏ କଥା ଶୁଣିତା’ ଜୀବନ ପ୍ରତିବିପଦ ଆଶଙ୍କା କଲା । ସେତତ୍କ୍ଷାଣ ତ୍ବୁଦ୍ଧି ପାଂଚିକହିଲା- ଠିକ୍ ଅଛି, ମୁଁ ଆଉ ବେଙ୍ଗ ଆଣି ଦେବି, କିନ୍ତୁ ଏଇ କୂଅରେ ଆଉ ତ ବେଙ୍ଗ ନାହିଁ, ମୁଁ ଅନ୍ୟ ଏକ କୂଅକୁ ଯାଇ ତୁମକୁ ଖବର ଦେବି, ତୁମେ ସେଠି ସବୁ ବେଙ୍ଗଙ୍କୁ ଖାଇବ । ଠିକ୍ ଅଛି- ତୁମେ ବର୍ତମାନ ଆରାମ ରେ ରୁହ । ସାପ ରାଜି ହେଲା । ବେଙ୍ଗ କୂଅ ବାହାରକୁ ଆସି ଭାବିଲା, ସାପକୁ ବିଶ୍ୱାସ କରି ବା ବୋକାମି ଥିଲା । ମୁଁ ଜାଣେ ମତେ ମଧ୍ୟ ସେ ଖାଇ ଦେଇଥାନ୍ତା । ଆହାଃ, ମୁଁ କ’ଣ କଲି! ମୋର ସମସ୍ତ ସାଙ୍ଗ ସାଥୀ, ପରିବାର, ସଂପର୍କୀୟ ଙ୍କୁ ହରେଇଲି । ଏହି ଗଳ୍ପଟିର ସାରକଥା ହେଲା- “ଦୁର୍ଜନ ସଂଗେ କଲେ ବାସ, ନିଶ୍ଚେ ହୋଇବ ସର୍ବନାଶ”ା ଏ ଗଳ୍ପଟିସବୁ ଦେଶ ପାଇଁ ପ୍ରଜୁର୍ଯ୍ୟ ।

ଏବେ ମୂଳ କଥାକୁ ଆସିବା । ବିଶ୍ୱରେ ଅର୍ଥନୈତିକ ମାନ୍ଦା ବସ୍ଥାର ଭୟାବହତା ଭୀଷଣ ଭାବେ ଦେଖା ଦେଲାଣି । ମାନ୍ଦାବସ୍ଥାରୁ ଉତ୍ପାଦନ କମିଯାଏ । ଲୋକଙ୍କ କ୍ରୟ କ୍ଷମତା କମିବା ସଂଗେସଂ ଗେଚାହିଦା ମଧ୍ୟ କମିଯାଏ । କଳ କାରଖାନା ବନ୍ଦ ହୋଇଯାଏ, ଶ୍ରମ ଜୀବିମାନେ ଜୀବିକା ହରାନ୍ତି, ଲୋକେ ଭୋକରେ ଆଉଟୁ ପାଉଟୁ ହୁଅନ୍ତି । ୧୯୨୯, ୨୦୦୮ ମାନ୍ଦା ବସ୍ଥାରେ ସମଗ୍ର ବିଶ୍ୱରେ ଅର୍ଥନୈତିକ ସଂକଟ ଦେଖା ଦେଇଥିଲା । ଏବେ ୨୦୨୦ ମାନ୍ଦା ବସ୍ଥାର ଫଳାଫଳ କ’ଣ ହେବ ତାହାଏବେଠୁ ଆକଳନ କରିବା ସମ୍ଭବ ନୁହେଁ ।

ଅଦୃଶ୍ୟ କରୋନା ଭୂତାଣୁ ଆକ୍ରମଣ ଯୋଗୁଁ ସାରା ବିଶ୍ୱବାସୀ ଗୃହ ବନ୍ଦୀ ଥିଲା ବେଳେ ସଂଚିତ ଧନ ସମ୍ପତି ସରି ସରି ଆସୁଛି । “ବସିଖାଇଲେ ନଈ ବାଲି ସରେ” ଭଳିସରକାର ଓ ଆମ ପାଖରେ ଯାହା କିଛି ଖାଦ୍ୟ, ଅର୍ଥ ଥିଲା ଦିନକୁ ଦିନ ଖାଲି ହେବାରେ ଲାଗିଛି । ଏବେ ବିଶ୍ରମ ଜୀବି ଶ୍ରେଣୀ ଯିଏ ଯେଉଁଠି ଅଟକି ରହିଛନ୍ତି, ସେମାନଙ୍କ ଦୂରାବସ୍ଥା ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ଏଣେ ରୋଜଗାର ନାହିଁ, ପୁଣି ରୋଗ ଭୋକରେ ମଣିଷ, ପଶୁ ପକ୍ଷୀ ଛଟ ପଟ ।

ବର୍ତମାନ ସମୟରେ ଆମ ପାଖରେ ଯାହାକିଛି ଅଛି ଅଳ୍ପ ଅଳ୍ପ ଖର୍ଚ୍ଚକରିବାବୁଦ୍ଧିମାନରକାମ । ନହେଲେଭୋକରେ ଛଟପଟ ହୋଇଶୀଘ୍ରଜୀବନ ଚାଲିଯିବ । ଏ ଦୁନିଆରେକେହିକେବେମରିବାକୁଚାହେଁନା । ବଂଚିବା ପାଇଁ ଆମେ ସମସ୍ତେ ମିଳି ମିଶି ଭୟଙ୍କର ଅଦୃଶ୍ୟ କରୋନା ବିରୁଦ୍ଧରେ ଲଢିଯିବା । ଲଢିଲଢି ମରିଯିବାହିଁ ମଣିଷ ପଣିଆ ।

ସମୟ ଆସୁଛି- କରୋନା ବିରୁଦ୍ଧରେ ଲଢୁଲଢୁ ଭୋକ ପାଇଁ ତୁମୁ ଳଲଢେଇ ଲାଗି ଯିବ । ଯେଉଁ ଶ୍ରମଜୀବିମାନେ କୌଳିକ ବୃତି ହେଉ କିମ୍ବା ନିଜର ରୁଚି ଅନୁସାରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଥିଲେ- ଲକ୍ଡାଉନ୍ସ ମୟରେକାମ ବନ୍ଦ ହୋଇଯିବାରୁ ଜୀବନ ଜୀବିକା ଉଛନ୍ନ ହୋଇପଡିଛି । ଅଦୃଶ୍ୟ ଶତ୍ରୁ କରୋନା ବିରୁଦ୍ଧରେ ବିଶ୍ୱବାସୀ ସମସ୍ତେ ଲଢୁଛନ୍ତି । ଏ ଲଢେଇରେ ଶୂନ୍ୟ ରେଖଣ୍ଡାବୁଲେଇ ବୁଲେଇ ହାଲିଆ ହୋଇ ଗଲେଣି । କେବଳ ନିଜର ସୁରକ୍ଷା ପାଇଁ ଯାହା କିଛି ପଦ କ୍ଷେପ ନେଉଛେ । ଭୋକ ପାଇଁଖାଦ୍ୟ ବହୁସ୍ଥାନରେ ଦୃଶ୍ୟମାନ । ଭୋକିଲାଲୋକମରିବା ପୂର୍ବରୁଖାଦ୍ୟ ପାଇଁଛଡାମଡାହେବେ । ଏଥିପାଇଁହଣାକଟାଲାଗିଯାଇପରେ । ପୂର୍ବରୁ ୧୯୮୯ ଫ୍ରାନ୍ସ୍ବିପ୍ଳବ ପୂର୍ବରୁ, ୧୯୧୭ ରୁଷ୍ବିପ୍ଳବ ଓ ୧୯୪୩ ବେଙ୍ଗଲ ଦୁର୍ଭିକ୍ଷବେଳେ ଅସମ୍ଭାଳଭୋକପାଇଁ ଦଙ୍ଗାଲାଗିଯାଇଥିଲା । ଯାହାଏବେ ଆଫ୍ରିକୀୟ ଦେଶମାନଙ୍କରେଘଟୁଛି । ଏ ଘଟଣାସମଗ୍ରବିଶ୍ୱରେ ମଧ୍ୟ ଦେଖାଦେଇପାରେ!

ଭବିଷ୍ୟତର ପୃଥିବୀ ଆମରକରୋନାରକାରାଗାରରେ ଅସହାୟ । ଏ ଅତିଷ୍ଠ ଅର୍ଥନୀତିକୁ ଆସନ୍ତାକାଲି ଅଚିରେ ପ୍ରତ୍ୟାଖାନ କରିବ । କାଲିସକାଳେଯେତେବେଳେଭୂତାଣୁବିଭୀଷିକାସୃଷ୍ଟିକାରୀକରାଳକରୋନା ଏ ଦୁନିଆରୁବିଦାୟନେବାକୁବସିଥିବ- ସେତେବେଳେ ଏ ସମାଜ ପାଇଁସୃଷ୍ଟିହେବ- ଏକ ସଂଶୟମୁକ୍ତ ନୂତନ ଭୂମିକା । ଜୀବନଶୈଳୀ ବଦଳିବାର ଓ ବଦଳାଇବାରବୀଜମନ୍ତ୍ର ପାଠ ପାଇଁ ପୁଣି ଆରମ୍ଭ ହେବ ପ୍ରସ୍ତୁତି ପର୍ବ ।

ଟ୍ରମ୍ପ୍ଜରିଆରେ ଆମେରିକା ଆଜି ଔଷଧ ବିକଳ ରେତାଟିଆ କାମୁଡି ଚୀନ୍କୁ  ଅଭିଶାପ ବାଣୀ ଶୁଣାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଧମକ ଦେଇ ସାରିଛି । ଏଠି ମଧ୍ୟ କତିପୟ ରାଜନୈତିକ ଯୋଦ୍ଧାଧାରୀ ଏକ ନିର୍ଦ୍ଧିଷ୍ଟ ଧର୍ମୀୟ ସଂପ୍ରଦାୟକୁ ଆଙ୍ଗୁଠି ଦେଖାଇବାରେ ଲାଗି ପଡିଛନ୍ତି । କିନ୍ତୁ ମଣିଷ ଯେ ମୂଖ୍ୟ, ଏ ମହାତତ୍ୱର ତାତ୍ପର୍ଯ୍ୟ ଏବେ ଆଉ ଅଜଣା ଅଶୁଣା ହୋଇ ରହି ନାହିଁ । ବନ୍ଧୁଗଣ! କେତେକ ବୁଦ୍ଧିଜୀବି ସେମାନେ କେବଳ ଶଦ୍ଦକୁ ଏପଟ ସେପଟ କରି ମହା ମିଥ୍ୟାକୁ ମହା ସତ୍ୟ ବୋଲି ବୋଲାଇବାକୁ ଝାଳ ବୁହାଉଛନ୍ତି । ମାତ୍ର ଆମରସଜାଗସଚେତନ ଜନଗଣ ଜାଣନ୍ତି ଯେ, ଆମର ପ୍ରଥମ ସାଲ୍ୟୁଟ୍ରହକ୍ଦାରହେଉଛନ୍ତି- ଏବେ ଦିନରାତିକୁଏକ୍କରିଦେଇ ମଣିଷମାନଙ୍କୁବଂଚେଇବାରଲଢେଇକୁବଳବତରକରାଇରଖିବା ଦିଗରେ ଆପ୍ରାଣେ ଉଦ୍ୟମରତବୈଜ୍ଞାନିକ, ଚିକିତ୍ସକ, ସ୍ୱାସ୍ଥ୍ୟକର୍ମଚାରୀ, କୃଷକ, ଶ୍ରମିକ, ସୈନିକ, ସିପାହୀ ଓ ସାଧାରଣମଣିଷ ।

ସାରା ପୃଥିବୀରେ ଶୋଷଣ ଜାଲ ବିଛାଇ ଥିବା ଆମେରିକାକିନ୍ତୁ ନିଜ ମାୟା ଜାଲରେ ନିଜେ ଛନ୍ଦି ହୋଇ ଯାଇଛି । ଆଜିର ଏ ପରିସ୍ଥିତି ପଛରେ ଆମେରିକାର କି ପ୍ରକାର କୂଟ କୌଶଳ ଛପିରହିଛି – ଏ କଥା ସବୁ ଦେଶ କହି ପାରୁନାହାଁନ୍ତି । ସେମାନଙ୍କ ଜିଭ କଟି ଯିବା ଭୟରେବହୁ ସଂଖ୍ୟକ ଦେଶ ମୁହଁରେ ତୁଣ୍ଡି ଲଗାଇ ଦେଇଛନ୍ତି । ଆମେରିକାରଶତ ପ୍ରଚାରିତସମୃଦ୍ଧି, ପ୍ରାଚୁର୍ଯ୍ୟ ତଥା ଶିଖର ଆରୋହଣରଉଚ୍ଚାରଣଏବେକିନ୍ତୁଗୋଟାଏ ପ୍ରକାଣ୍ଡ ପୋଲା ବାଉଁଶର ଅନ୍ତଃ ସାରଶୂନ୍ୟତାକୁହିଁସାବ୍ୟସ୍ତକରିବାକୁ ଯାଉଛି । କାଲିଯେତେବେଳେକରୋନାମୁକ୍ତମଣିଷତା’ର ପ୍ରଳୟପରର ସର୍ଜନା ସକାଶେ ନୂଆଖସଡାତିଆରିକରିବ- ସେତେବେଳେ ଏ ଡିଣ୍ଡିମପିଟା ଅର୍ଥନୀତି ଆଗରେ ଆଠେଁଇପଡିତାଲିମ୍ନେବାର ବଦଭ୍ୟା ସଛାଡିବାକୁ ହେବ । ନୂଆ ଜୀବନ ଶୈଳୀ ଆମ ସମସ୍ତଙ୍କୁ ବଂଚିବାର ଅର୍ଥନୀତି ଆଡେ ଉନ୍ମୁଖ ହେବାକୁ ବାଧ୍ୟ କରିବହିଁକରିବ ।

Leave A Reply