Odisha news

ବ୍ୟାପକ ଅବ୍ୟବସ୍ଥାରେ ଚାଲିଛି ସଂଗରୋଧ କେନ୍ଦ୍ର : ମୌଳିକ ବ୍ୟବସ୍ଥାର କାର୍ଯ୍ୟ ଏବେ ବି ଅଧାପନ୍ତରିଆ , ସଂଗରୋଧରେ ଥିବା ତାମିଲନାଡୁ ଫେରନ୍ତା ଶ୍ରମିକର ଆତ୍ମହତ୍ୟା

0

ବେତନଟୀ  : ଆଜି ବେତନଟୀ ବ୍ଲକର ଅଁଳା ପଞ୍ଚାୟତର ଡମ୍ବରୁଡହର ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିବା ବୈଶିଙ୍ଗା ଥାନା ଅଧୀନ ରାଇକମାର ଜଗନ୍ନାଥ ବେହେରାଙ୍କ ପୁଅ ସୁରେନ୍ଦ୍ର ବେହେରା (୪୫) ନିକଟସ୍ଥ ଏକ ମହୁଲ ଗଛରେ ନିଜେ ପିନ୍ଧି ଥିବା ଲୁଙ୍ଗିରେ ଫାଶି ଲଗାଇ ଆତ୍ମହତ୍ୟା କରି ଥିବାର ଦେଖା ଯାଇଛି । ଏହି ଘଟଣା ଜାଣିବା ପରେ ସେହି ସଙ୍ଗରୋଧ କେନ୍ଦ୍ରରେ ଥିବା ସୁରେନ୍ଦ୍ରଙ୍କ ପନôୀ ପଦ୍ମାବତୀ ତିନି ତିନି ଥର ସଜ୍ଞାହୀନ ହୋଇ ପଡି ଥିଲେ ।

ତାଙ୍କ ଚକ୍ଷୁ ସମ୍ମୁଖରେ ନିଜ ସ୍ୱାମୀ ଏପରି ଭାବେ ଆତ୍ମହତ୍ୟା କରି ଥିବାରୁ ସେ ମର୍ମାହତ ହୋଇ ପଡି ଥିଲେ । ଗତକାଲି ରାତ୍ରୀରେ ସୁରେନ୍ଦ୍ର ଖାଦ୍ୟ ଖାଇ ଥିଲେ ଓ ନିଜ ପନôୀଙ୍କ ସହିତ ବହୁ ସମୟ ଧରି ଆଲୋଚନା କରି ଥିଲେ । ଖବର ପାଇ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ, ବୈଶିଙ୍ଗା ଏଏସଆଇ ସୁଶାନ୍ତ କୁମାର ମହାକୁଡ, ସରପଞ୍ଚ କୃଷ୍ଣକୁମାର ହେମ୍ବ୍ରମ ପ୍ରମୁଖ ପହଞ୍ଚିବା ପର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇ ଥିଲା । ପ୍ରଥମେ ସେହି ସଙ୍ଗରୋଧ କେନ୍ଦ୍ରରେ ଥିବା ମୃତ ସୁରେନ୍ଦ୍ରଙ୍କ ପଡପଦ୍ମାବତୀ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ପଚରା ଉଚରା କରି ଥିଲେ । ପଦ୍ମାବତୀ ପୋଲିସକୁ ଦେଇ ଥିବା ବୟାନ ମୁତାବକ ସୁରେନ୍ଦ୍ର ତିନି ଦିନ ହେଲା ନିଜ ଗଳାରେ ଯନ୍ତ୍ରଣା ଅନୁଭବ କରୁ ଥିଲେ । ତେଣୁ ନିଜକୁ କରୋନା ହୋଇ ଯାଇଛି ବୋଲି ଅନୁମାନ କରି ସେ ମସ୍ତିଷ୍କ ଭାରାକ୍ରାନ୍ତ ହୋଇ ପଡି ଥିଲେ ।

ପନôୀ ସୁରେନ୍ଦ୍ରଙ୍କୁ ବାରମ୍ବାର ବୁଝାଇ ଥିଲେ ଓ ଗତ ରାତ୍ରୀରେ ମଧ୍ୟ ବହୁ ସମୟ ପର୍ଯ୍ୟନ୍ତ ପରସ୍ପର ଆଲୋଚନା କରି ଶୋଇବାକୁ ଯାଇ ଥିଲେ । ସୁରେନ୍ଦ୍ର ଆନ୍ଧ୍ରପ୍ରଦେଶରେ କାର୍ଯ୍ୟ କରୁ ଥିଲେ ଓ ଗତ ୧୦ ତାରିଖ ଦିନ ଏହି କେନ୍ଦ୍ରକୁ ଅଣା ଯାଇ ଥିଲେ । ସୁରେନ୍ଦ୍ର ଆନ୍ଧ୍ରରେ ଥିବା ଅବସ୍ଥାରେ ତାଙ୍କ ପନôୀ ପଦ୍ମାବତୀ ଓ କେତେ ଜଣ ଗ୍ରାମବାସୀ ତାଙ୍କ ନିକଟରେ ପହଞ୍ଚି ଥିଲେ ଓ ପ୍ରଶାନ୍ତି ଯିବାକୁ ମନସ୍ତ କରି ଥିଲେ । ପନôୀ ଓ ଗ୍ରାମବାସୀ ମାନେ ପ୍ରଶାନ୍ତି ଯିବା ପରେ ସୁରେନ୍ଦ୍ର ଘରକୁ ଚାଲି ଆସି ଥିଲେ । ସୁରେନ୍ଦ୍ର ୧୦ ତାରିଖରେ ପହଞ୍ଚି ଡମ୍ବରୁଡହରରେ ରହିବାର ଦୁଇ ଦିନ ପରେ ପଦ୍ମାବତୀ ଓ ଅନ୍ୟ ଗ୍ରାମବାସୀ ମାନେ ୧୨ ତାରିଖରେ ଫେରି ସଙ୍ଗରୋଧ କେନ୍ଦ୍ରକୁ ଯାଇ ଥିଲେ । ପନôୀ ଫେରିବା ପରେ ସୁରେନ୍ଦ୍ର ଅସୁସ୍ଥ ଅନୁଭବ କରୁ ଥିବାର ତାଙ୍କୁ କହି ଥିଲେ ।

ତେବେ ଆଜି ସୁରେନ୍ଦ୍ର ଏପରି ଏକ ପଦକ୍ଷେପ ନେବେ ସେକଥା ପନôୀ ବିଶ୍ୱାସ କରି ପାରି ନଥିଲେ । ଅନ୍ୟ ପକ୍ଷରେ ଡମ୍ବରୁଡହର ସଙ୍ଗରୋଧ କେନ୍ଦ୍ରରେ ଦୁଇଟି କକ୍ଷ ରହିଛି । ସେଥିରୁ ଗୋଟିଏ କକ୍ଷରେ ୬ ଜଣ ମହିଳା ଓ ଅନ୍ୟ କକ୍ଷଟିରେ ୭ ଜଣ ପୁରୁଷ ସଙ୍ଗରୋଧରେ ରହିଛନ୍ତି । ଏମାନଙ୍କୁ ଜଗିବା ପାଇଁ ନିୟୋଜିତ ଶିକ୍ଷକ, ଅଙ୍ଗନୱାଡି କର୍ମୀ ଓ ଅନ୍ୟ କର୍ମଚାରୀ ମାନେ ସ୍କୁଲର ଅଫିସ ଗୃହରେ ରହୁ ଥିଲେ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରା ଯାଇ ନଥିବାର ଜଣା ପଡିଛି । ଏହି କେନ୍ଦ୍ରର ନୋଡାଲ ଅଫିସର ସଞ୍ଜିବ ପଣ୍ଡା ନିୟମିତ ଭାବେ ଏହି କେନ୍ଦ୍ରକୁ ଆସୁ ନଥିବା ଓ କେନ୍ଦ୍ରର ଦାୟୀତ୍ୱକୁ ଗୁରୁତର ସହିତ ନେଉ ନଥିବାର ଜଣା ପଡିଛି ।

ସୁରକ୍ଷା ପାଇଁ ଏହି ସଙ୍ଗରୋଧ କେନ୍ଦ୍ରରେ କୌଣସି ସୁରକ୍ଷା କର୍ମୀ ଲଗା ଯାଇ ନଥିବାର ଜଣା ପଡିଛି । ଗତକାଲି ରାତ୍ରୀରେ ଡ୍ୟୁଟି କରୁ ଥିବା କର୍ମଚାରୀ ମାନେ ଆଜି ସକାଳୁ ୬ଟା ସମୟରେ ସିଫ୍ଟ ଛାଡିବା ବେଳକୁ ପୁରୁଷ ମାନେ ରହୁ ଥିବା କକ୍ଷଟି ବନ୍ଧ ଥିଲା । ତେଣୁ ସୁରେନ୍ଦ୍ର ସେଠାରେ ଥିଲେ କି ନାହିଁ ସେକଥା କେହି ଜାଣି ପାରି ନଥିଲେ । ଘଟଣା ପ୍ରଚାର ହେବା ପରେ ବହୁ ଲୋକ ସେଠାରେ ଜମା ହୋଇ ଯାଇ ଥିଲେ । ଶବକୁ ଉହ୍ଲାଇବା ପରେ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ÷ହସ୍ତାନ୍ତର କରା ଯାଇଛି । ମୃତ ସୁରେନ୍ଦ୍ରଙ୍କ ଦୁଇ ଜଣ ସନ୍ତାନ ଅଛନ୍ତି । ବଡ ଝିଅ ବିବାହିତ ଓ ପୁଅ ଏବେ ୧୨ ବର୍ଷର ବୋଲି ଜଣା ପଡିଛି । ଅନ୍ୟ ପକ୍ଷରେ ଏହି କେନ୍ଦ୍ରରେ ଥିବା ସମସ୍ତ ଅନ୍ତେଃବାସୀ ସରକାରଙ୍କ ନିଷ୍ପତ୍ତି ଓ ଦାୟୀତ୍ୱରେ ରହୁଛନ୍ତି । ଏଠାରୁ ଜଣେ ବ୍ୟକ୍ତି ରୋଗର ଆତଙ୍କରେ ଖସି ଯାଇ ଆତ୍ମହତ୍ୟା କରିବା ଅନ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଜଣା ପଡିଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ଦୁଇ ଦିନ ତଳେ ଏହି କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଏଠାରେ ଡ୍ୟୁଟିରେ ଥିବା ରବୀନ୍ଦ୍ର ମହାନ୍ତ ସୁବ୍ୟବସ୍ଥା ଦାବି କରିବା ଫଳରେ ତାଙ୍କର ନୋଡାଲ ଅଧିକାରୀ ସଞ୍ଜିବ ପଣ୍ଡାଙ୍କ ମଧ୍ୟରେ ବଚସା ହୋଇ ଥିଲା । ଏହାକୁ ନେଇ ନୋଡାଲ ଅଧିକାରୀଙ୍କ ଦାୟୀତ୍ୱ ହୀନତା ଓ ଦୁର୍ବବ୍ୟହାରକୁ ନେଇ ଶିକ୍ଷକ ସଂଘ ବେତନଟୀ ବିଡିଓ, ବିଇଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply