ବାରିପଦା, (ସବୁ୍ୟ) : ଶନିବାର ପୁଣି ନୂଆ ୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂଖ୍ୟା ୧୩୯କୁ ଛୁଇଁଛି । ବାରିପଦା ପୌରଞ୍ଚାଳରେ ୨ଜଣ ସ୍ଥାନୀୟ କରୋନା ପିଜିଟିଭ୍ ଚିହ୍ନଟ ହେବାପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ଏହି ଦୁଇଜଣଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକି୍ରୟା ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ କରଞ୍ଜିଆ, ବିଶୋଇ, ଯଶିପୁର, ଶ୍ୟାମାଖୁଣ୍ଟା, ଶୁକୃଳି ଓ ଉଦଳା ବ୍ଲକରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବଡସାହି ଓ ବାରିପଦାରେ ଦୁଇଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୦ଜଣ ଚିହ୍ନଟଙ୍କ ମଧ୍ୟରୁ ୮ଜଣ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ରହୁଥିବାବେଳେ ପଶ୍ଚିମବଙ୍ଗ, ତାମିଲନାଡୁ, ଗୁଜୁରାଟ, କର୍ଣ୍ଣାଟକ୍, ରାଜସ୍ଥାନ ଓ ତ୍ରିପୁରା ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାସ ସୁଦ୍ଧା ୧୩୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୪୮ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।