ବାରିପଦା : ବର୍ଷାଋତୁ ଏବଂ କରୋନା ପରିପ୍ରେକ୍ଷୀରେ ବିପର୍ଯ୍ୟୟର ମୁକାବିଲା ପାଇଁ ସ୍ଥାନୀୟ ୯ ନମ୍ବର ୱାର୍ଡ ସ୍ଥିତ ମଧୁବନ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ସାମୂହିକ ଅଭ୍ୟାସ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ଯୋଗଦେଇଥିଲେ । ପ୍ରତିବର୍ଷ ଜୁନ୍ ୧୯ତାରିଖରେ ରାଜ୍ୟରେ ଥିବା ସମସ୍ତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ଡ୍ରିଲ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଉଥିବାର ଦର୍ଶାଯାଇଥିଲା ।
ପ୍ରାରମ୍ଭରେ ମଧୁବନ ଆଶ୍ରୟସ୍ଥଳୀରେ ସମିତିର ବରିଷ୍ଠ ସଦସ୍ୟ ରଘୁନାଥ ପଣ୍ଡା ସଭାପତିତ୍ୱ କରିଥିବାବେଳେ ଅଗ୍ନିଶମ ସେବାର ଅଧିକାରୀ ଶ୍ରୀଧର ମାହାଳିକ୍ଙ୍କ ନେତୃତ୍ୱରେ ବିଭିନ୍ନ ଯନ୍ତ୍ରପାତି, ସରଞ୍ଜାମ, କାର୍ଯ୍ୟ କୌଶଳତା ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା । ଏହି କର୍ମଶାଳାରେ ଜିଲ୍ଲା ଯୋଜନା ଅଧିକାରୀ ଦେବଦତ୍ତ ସେଠୀ, ମଧୁବନ ବନ୍ୟା ଆଶ୍ରୟସ୍ଥଳୀ ସମିତିର ସମ୍ପାଦକ ବିକ୍ରମ କେଶରୀ ଜେନା, ଦାସୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଚନ୍ଦନ କୁମାର ଦାସ, ବାରିପଦା ପୌରପାଳିକାର ଉଜ୍ଜଳ କୁମାର ବେହେରା, ସର୍ବେଶ କୁମାର ନନ୍ଦ, ଡଃ ଯୋଗେନ୍ଦ୍ର ନାଥ ପଣ୍ଡା, ରବିନ୍ଦ୍ର ନାଏକ, ଚନ୍ଦ୍ରଶେଖର ମହାନ୍ତି, ଅଶ୍ୱନି ପାତ୍ର, ଶତୃଘ୍ନ ଦଳେଇ ଏବଂ ସତ୍ୟଜିତ୍ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ବାରିପଦା ପୌରପରିଷଦ ଏବଂ ଦାବୀ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ ଉକ୍ତ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।