ନିମାପଡା,୨୦ା୬ା: ନିମାପଡା ପୁଲିସ ହାତରେ ୭ଜଣ ଦୁର୍ଦ୍ଧାନ୍ତ ଡକାୟତ ଧରା ପଡିଛନ୍ତି ।ସମସ୍ତେ ପୁରୀ ଅଂଚଳର ହୋଇଥିବା ବେଳେ ପୁଲିସ ଧରାପଡିଥିବା ଅପରାଧିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ପୁଲିସ ଜବତ କରିଛି ।ଗିରଫ ଡକାୟତ ମାନେ ହେଲେ ପୁରୀ ସଦରଥାନା ଗୋପିନାଥପୁରର ସୁରକାନ୍ତ ମଲ୍ଲିକ,(୨୪),ଖଣ୍ଡିଆକୁଦର ସନ୍ଦିପ ସ୍ୱାଇଁ(୨୪),ପେଣ୍ଠକଟା ତ୍ରିନାଥ ନଗରର ଅନନ୍ତ ପଣ୍ଡା(୨୫),କୁମ୍ଭାରପଡା ଥାନା ଗଜପତି ନଗରର ପ୍ରଭାତ ଜେନା(୨୭),ରାମଚଣ୍ଡି ବାଲିକୁଦ ସାହିର ମାନସ ସାହୁ(୨୩),ବାସେଳୀ ଥାନା ବାଲିସାହି ସ୍କୁଲ ଛକର ଗଣେଷ ସାହୁ(୨୬),ଚନ୍ଦନପୁର ଥାନା ତାଳଜଙ୍ଗ ଗ୍ରାମର ଛବି ସାହୁ(୨୨)ାଗତ ଶୁକ୍ରବାର ରାତ୍ରରେ ଏମାନେ ସମସ୍ତେ ଏକାଠି ହୋଇ ଡକାୟତ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ନିମାପଡା- ବଳଙ୍ଗା ରାସ୍ତାର କୁଆଁସ ବ୍ରିଜ ନିକଟରୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।ପୁଲିସ ସେମାନଙ୍କ ଠାରୁ ୨ଟି ସୁତୁଲି ବୋମା,ଶାବଳ,ଖଣ୍ଡା,ଲୁହାରଡ,ଛୁରୀ,କଟୁରୀ ଆଦି ମାରଣାସ୍ତ୍ର ଜବତ କରିବା ସହିତ କେଶ ନଂ ୧୩୨/୨୦ ଦଫା ୩୯୯,୪୦୨ ଓ ୪ଇଏସ୍ ଆକ୍ଟରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି