Odisha news

ଆପଣଙ୍କ ପିଲାମାନେ ଖାଉଥିବା ମାୟୋନିଜ ଶରୀର ପାଇଁ କେତେ ସୁରକ୍ଷିତ ଆପଣ ଜାଣିଛନ୍ତି କି ?

0

ବର୍ତମାନ ସାରା ବିଶ୍ୱରେ ଫାଷ୍ଟ ଫୁଡ ର ଚାହିଦା ଏତେ ଅଧିକ ବଢି ଯାଇଛି ଯେ ଲୋକେ ଘରୁ ବାହାରିବା ମାତ୍ରକେ ଖାଇବା ଆରମ୍ଭ କରିଦେଉଛନ୍ତି l ବିଶେଷ ଭାବରେ ଏହି ଫାଷ୍ଟ ଫୁଡ ରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ସସ କଥା ଯଦି ଆମେ କହିବା ତାହା ଖାଦ୍ୟ କୁ ଅଧିକ ସୁସ୍ୱାଦୁ କରିଥାଏ, ଯାହାପ୍ରତି ଛୋଟ ପିଲା ଠାରୁ ନେଇ ଯୁବକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ଇଛା ପ୍ରକାଶ କରିଥାଆନ୍ତି l ରହି ସସ ମାନଙ୍କ ସହିତ ମାୟୋନିଜ କୁ ମଧ୍ୟ ଗୁରୁତ୍ୱ ଦିଆଯାଇଥାଏ l

ଅନେକ ସମୟରେ ଆମେ ଏହି ସସ ଏବଂ ମାୟୋନିଜ ନମିଳିବା ଦ୍ୱାରା ମଧ୍ୟ କାଫେ ମାଲିକଙ୍କ ସହିତ ଝଗଡା କରିଦେଇଥାଉ l କିନ୍ତୁ ମାୟୋନିଜ କେତେ ଭୟଙ୍କର ଆପଣ ଥରେ ଜାଣି ରଖିବା ଆବଶ୍ୟକ l

* ମାୟୋନିଜ ଜଳନଶୀଳ –
ମାୟୋନିଜ ମୁଖ୍ୟ ଭାବରେ ତେଲ, ଅଣ୍ଡା ର ପତଳା ଚୋପା , ଏବଂ ଏସିଡ ରେ ପ୍ରସ୍ତୁତ ଅଟେ l ଏଥିରେ ପାଖାପାଖି ୮୦ ପ୍ରତିଶତ ତେଲ ରହିଥାଏ, ତେଲ ସମାନ୍ୟତଃ ଜ୍ବଳନଶୀଳ ଅଟେ, ତେଣୁ ମାୟୋନିଜ ଶରୀର ପାଇଁ ଠିକ ନୁହେଁ ବୋଲି ଗବେଷକଙ୍କ ମତ ଅଟେ l

* ମାୟୋନିଜ ଏବଂ ମୋମଜ ମଧ୍ୟରେ ସମ୍ପର୍କ –
ମାୟୋନିଜ ସାଧାରଣ ଭାବରେ ମୋମଜ ସହିତ ଖାଇବାର ଦେଖିବାକୁ ମିଳିଥାଏ, ଏହା ମୋମଜ ର ସ୍ୱାଦ ବୃଦ୍ଧି କରିଦେଇ ଥାଏ, କିନ୍ତୁ ମୋମଜ ମଇଦାରେ ପ୍ରସ୍ତୁତ ଏବଂ ସେଥିରେ ଏତେ ଅଧିକ ଉଚ୍ଚ ମାତ୍ରାର ତେଲ ଯୁକ୍ତ ସସ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ l

* ହାଡ ସମସ୍ୟାର କାରଣ –
ଆମେ ଯଦି ଅଧିକ ମାତ୍ରାରେ ମାୟୋନିଜ ଏବଂ ମୋମଜ ଖାଇବା ଉଭୟଙ୍କର କମ୍ବିନେସନ ଶରୀରରେ ବିଭିନ୍ନ ପ୍ରତିକ୍ରିୟା ଦେଇଥାଏ, ଯେପରିକି ସୁଗାର ବଢିବା, ରକ୍ତଚାପ ଅସନ୍ତୁଳିତ ରହିବା, ଏବଂ ହାଡ଼ ଉପରେ ପ୍ରଭାବ ପକାଇଥାଏ, ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଯାଇଥାଏ l

* ରକ୍ତଚାପ ବୃଦ୍ଧିର କାରଣ –
ଅଧିକ ମାତ୍ରାରେ ମାୟୋନିଜ ଖାଇବା ଦ୍ୱାରା ରକ୍ତଚାପ ବୃଦ୍ଧି ସମସ୍ୟା ଦେଖାଯାଇ ପାରେ ବୋଲି ଗବେଷକଙ୍କ ମତ ରହିଛି, କାହିଁକିନା ଏହାକୁ ସେବନ କରିବା ଦ୍ୱାରା ନିଦ୍ରା ହୀନତା ର ସମୁଖୀନ ହେବାର ଅଧିକ ଆଶଙ୍କା ରହିଥାଏ l

Leave A Reply