Odisha news

ପାଟିକୁ ସୁସ୍ୱାଦୁ ଲାଗୁଥିବା ମାୟୋନିଜ୍ ହୋଇପାରେ ଶରୀର ପାଇଁ ପ୍ରାଣ ଘାତକ, ରୁହନ୍ତୁ ସତର୍କ

0

କଣ ଆପଣ କେବେ ଭାବିଛନ୍ତି ଆପଣ ଯେଉଁ ମୟୋନିଜ୍ କୁ ଆପଣ ଖୁବ୍ ଆନନ୍ଦ ରେ ବିଭିନ୍ନ ଫାଷ୍ଟ ଫୁଡ୍ ରେ ଖାଉଛନ୍ତି , ତାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଅଟେ ? ହଁ ଆଜ୍ଞା ଏହି ସ୍ଵାଦିଷ୍ଟ ଜିନିଷ ଟି ଶରୀର କୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ଯାହାର କଳ୍ପନା ମଧ୍ୟ ଆପଣ ମଧ୍ୟ କରି ପାରିବେ ନାହିଁ । ଆଜି ଆସନ୍ତୁ ଜାଣିବା ମୟୋନିଯ ସେବନ କରିବା ଦ୍ୱାରା କେଉଁ ସବୁ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ।

* ମାୟୋନିଜ କେବଳ ଶରୀର ରେ ଶୁଗର ସ୍ତର କୁ ବୃଦ୍ଧି କରି ନଥାଏ , ବରଂ ଦୃତ ଗତିରେ ଓଜନ ବୃଦ୍ଧି ମଧ୍ୟ କରିଥାଏ । ମାୟୋନିଜ୍ ସେବନ ଦ୍ଵାରା ହୃଦ୍ ପିଣ୍ଡ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ହେବା ସହିତ ରକ୍ତ ଚାପ ବୃଦ୍ଧି ମଧ୍ୟ ଗୋଟିଏ ବଡ଼ କାରଣ ହୋଇଥାଏ ।
* ଗୋଟିଏ ରିପୋର୍ଟ ଅନୁସାରେ ଗୋଟିଏ ଚାମଚ୍ ମାୟୋନିଜ୍ ରେ ପାଖା ପାଖି ଗୋଟିଏ ଗ୍ରାମ ପର୍ଯ୍ୟନ୍ତ ସୁଗର୍ ରହିଥାଏ । ତେଣୁ ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ସେବନ କରୁଛନ୍ତି ତେବେ ଆପଣଙ୍କ ରକ୍ତ ଶର୍କରା ସ୍ତର ଦୃତ ଗତିରେ ବୃଦ୍ଧି ହୋଇଥାଏ । ତେଣୁ ମଧୁମେହ ରୋଗୀ ମାନେ ମାୟୋନିଜ୍ ସେବନ କରିବା ଉଚିତ୍ ନୁହେଁ ।
* ମାୟୋନିଜ୍ ରେ ଓମେଗା 6 ଫ୍ୟାଟି ଏସିଡ ଅଧିକ ପରିମାଣ ରେ ରହିଥାଏ । ଏହି କାରଣରୁ ଏହାକୁ ଆପଣ ଅତ୍ୟଧିକ ସେବନ କରିବା ଦ୍ୱାରା ଆପଣ ଙ୍କ ରକ୍ତଚାପ ଦୃତ ଗତିରେ ବୃଦ୍ଧି ହୋଇଥାଏ । ମାୟୋନିଜ୍ ସେବନ ଦ୍ଵାରା ହାର୍ଟ ଷ୍ଟ୍ରୋକ ସମସ୍ୟା ର ବିପଦ ମଧ୍ୟ ଅଧିକ ଦେଖା ଦେଇଥାଏ ।
* ମାୟୋନିଜ୍ ରେ କ୍ୟାଲୋରୀ ମାତ୍ରା ଖୁବ୍ ଅଧିକ ରହିଥାଏ । ଏଥିରେ ଫ୍ୟାଟ ମଧ୍ୟ ଖୁବ୍ ଅଧିକ ରହିଥାଏ । ତେଣୁ ଏହାକୁ ଅଧିକ ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ । ଯଦି ଆପଣ ସଚେତନ ରହିବେ ନାହିଁ ତେବେ ଓଜନ ବୃଦ୍ଧି ର ଶିକାର ହେବେ ।
Leave A Reply