Odisha news

ମା ପାଇଁ ଦିନଟିଏ : ” ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି “

0
କଥାରେ ଅଛି ” ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି ” । ଅର୍ଥାତ୍ ମା ଓ ଜନ୍ମ ଭୂମିର ସ୍ଥାନ ଦୁନିଆରେ ସବୁଠୁ ଉଚ୍ଚ ରେ । ଗୋଟିଏ ମାର ଋଣ କଦାପି ସୁଝି ହୋଇ ପାରେ ନାହିଁ । କାହିଁକି ନା ଯେତେବେଳେ ଗୋଟିଏ ଶିଶୁ ଟିଏ ମାର ଗର୍ଭ ରେ ଭୃଣ ଭାବରେ ସ୍ଥାନ ନେଇଥାଏ, ସେତେବେଳେ ହିଁ ମା ନିଜ ଶିଶୁ ପାଇଁ ଅନେକ ସ୍ବପ୍ନ ଦେଖିଥାଏ । ଯାହାକୁ ସେ ପୁରା କରିବା ପାଇଁ ନିଜର ଜୀବନ , ଯୌବନ ଲଗାଇ ଦେଇଥାଏ ।
କାହିଁକି ନା ତା ନିକଟ ରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥାଏ ତାର ପିଲାଙ୍କ ର ଭବିଷ୍ୟତ । ଯେଉଁଥି ପାଇଁ ସେ ଶିଶୁ ଅବସ୍ଥାରେ ନିଜ ଛୁଆ କୁ କୋଳରେ ଧରି ଅନେକ ସ୍ବପ୍ନ ସଜାଇବାରେ ଲାଗିଥାଏ । ସେହି ପୁଣ୍ୟମୟୀ, ସ୍ନେହମୟୀ ଓ କର୍ମ ବୀରା ମା ପାଇଁ ଆଜି ଦିନଟି ସମର୍ପିତ ।
ଗୋଟିଏ ମା ଏକା ଧାରାରେ ନିଜ ପିଲା ମାନଙ୍କ ପାଇଁ ଶିକ୍ଷୟତ୍ରୀ , ସେବୀକା, ରୋଷେଇଆ , ଭଲ ସାଙ୍ଗ , ଦେହ ରକ୍ଷୀ ବା ବଡି ଗାର୍ଡ , ମ୍ୟାଜିକସିଆନ୍ ସବୁକିଛି । ଯେଉଁ ରୂପରେ ଦେଖିବ ମା କୁ ସେ ସେହି ରୂପରେ ମହାନ୍ ।
ମା ଯେଉଁ ରୂପରେ ହେଉନା କାହିଁକି ସେ ସର୍ବଦା ପୂଜ୍ୟା । ଯେପରିକି ଅସହ୍ୟ ଖରାକୁ ସହି ସେ ନିଜ ଛୁଆ ପାଟିରେ ଗଣ୍ଡିଏ ଦାନା ଦେବା ପାଇଁ ଗୋଟିଏ ଶ୍ରମିକ ଭଳି କାମରେ ଲାଗିଯାଏ , ନିଜ ପେଟ ର ଦାନାକୁ ମାରି ନିଜ ଛୁଆଙ୍କ ପେଟ ଭରିଥାଏ । ରାତି ରାତି ଅନିଦ୍ରା ହୋଇ ରୋଗୀଣା ଛୁଆ ର ଶେଯ ପାଖରେ ଗୋଟିଏ ସେବିକା ଭଳି ବସି ରୁହେ । କିନ୍ତୁ ତା ପାଟିରୁ ଟିକେ ହେଲେ ଯନ୍ତ୍ରଣା ର ଚିତ୍କାର କେହି ଶୁଣି ପାରନ୍ତି ନାହିଁ । ନିଜ ପିଲାଙ୍କ ପ୍ରତି ଯାହାବି ବିପଦ ଆସିଥାଏ ସାମ୍ନା ରେ ଛାତି ଦେଖେଇ ଗୋଟିଏ ବୀର ନାରୀ ଭଳି ଠିଆ ହୋଇଯାଏ । ସତରେ ଏହି ମାର ମହତ୍ତ୍ଵ ଖୁବ୍ ଉର୍ଦ୍ଧ୍ଵ ରେ ।
ପୃଥିବୀ ଇତିହାସ ରେ ମାତୃ ଦିବସ:-
ଏହି ମାତୃ ଦିବସ ଦିନଟି କୁ ପାଳନ କରିବାର ଶ୍ରେୟ ଯାଉଛି ଆମେରିକାର ଐନା ଏମ ଜାରୱିସ୍ ଙ୍କୁ , ଯିଏ କି ଆମେରିକାର ୱେଷ୍ଟ ଭର୍ଜିନିଆ ରେ ଜନ୍ମ ନେଇଥିଲେ । ଐନା ଙ୍କ ମା ଅନ୍ନା ଗୋଟିଏ ସ୍କୁଲ୍ ରେ ଶିକ୍ଷୟତ୍ରୀ ଥିଲେ । ଏକଦା ସେ ସ୍କୁଲ୍ ରେ ପଢ଼ାଉଥିବା ସମୟରେ କହିଥିଲେ ଯେ ଗୋଟିଏ ଦିନ ଏଭଳି ଆସିବ , ଯେଉଁ ଦିନଟି ମା ଙ୍କ ନାମରେ ପାଳିତ ହେବ ।
ଐନା ନିଜ ମା ଙ୍କ ନିଧନ ପାରେ ସେ ନିଜ ସାଙ୍ଗ ମାନଙ୍କ ସହିତ ମିଶି ଗୋଟିଏ ଅଭିଯାନ ଆରମ୍ଭ କଲେ । ଯେଉଁଥିରେ ମାତୃ ଦିବସ ଦିନ ରାଷ୍ଟ୍ରୀୟ ଛୁଟି ଘୋଷଣା ହେଉ ବୋଲି କୁହାଯାଇ ଥିଲା । ଐନା ଏଥିପାଇଁ କରିବାକୁ ଚାହୁଁଥିଲେ କାହିଁକି ନା ପିଲାମାନେ ତାଙ୍କ ମା ଜୀବିତ ଥିବା ସମୟରେ ଏହି ଦିନଟିକୁ ପାଳନ କରିବେ ।
ପ୍ରଥମ ମାତୃ ଦିବସ ମଇ ମାସ ୮ ତାରିଖ ୧୯୧୪ ରେ ପାଳିତ ହୋଇଥିଲା । ଏହି ଦିନ ଠାରୁ ପ୍ରତିବର୍ଷ ମଇ ମାସ ର ଦ୍ଵିତୀୟ ରବିବାର ଦିନ ଟିକୁ ମଦର୍ସ ଡେ ବା ମାତୃ ଦିବସ ଭାବରେ ପାଳନ କରାଯାଉଛି । ଭାରତ ସମେତ ଆମେରିକା , ନ୍ୟୁଜିଲାଣ୍ଡ , କାନାଡା ଭଳି ଅନେକ ଦେଶ ରେ ଏହିଦିନ ଟିକୁ ଆନ୍ତର୍ଜାତୀୟ ମାତୃ ଦିବସ ଭାବରେ ପାଳନ କରାଯାଇ ଥାଏ । ଆଜିର ବ୍ୟସ୍ତ ବହୁଳ ଜୀବନ ରେ ଆମେ ନିଜ ମା ପାଇଁ ଗୋଟିଏ ଦିନ ବାହାର କରିବା ଅସମ୍ଭବ ହେଉଛି , କିନ୍ତୁ ଏହି ମଇ ମାସ ର ଦ୍ଵିତୀୟ ରବିବାର ଦିନ ଟି ସମସ୍ତ ମା ମାନଙ୍କ ପାଇଁ ବିଶେଷ ମହତ୍ୱ ରଖିଛି ।

Leave A Reply