ବର୍ଷ ବର୍ଷ ଧରି ଅସନ୍ତୁଳିତ ସାର ପ୍ରୟୋଗ ଏବଂ ଫସଲର ଚାହିଦାଠାରୁ କମ୍ ସାର ପ୍ରୟୋଗ ଫଳରେ ଓଡ଼ିଶାର ପ୍ରାୟ ସମସ୍ତ ମାଟିରେ ମୁଖ୍ୟ ଖାଦ୍ୟସାରଗୁଡିକର ଅଭାବ ଦେଖାଗଲାଣି । ମାତ୍ର ଓଡିଶାର ଚାଷୀ ମୃତ୍ତିକା ପରୀକ୍ଷା ନକରି ଆନୁମାନିକ ଭାବରେ ବିଭିନ୍ନ ଫସଲରେ ସାର ପ୍ରୟୋଗ କରିଥାଆନ୍ତି । ତେଣୁ ଓଡିଶାର ଚାଷୀ ସମସ୍ତ ଫସଲରେ ସର୍ବଭାରତୀୟ ସ୍ତର ଅପେକ୍ଷା ବହୁତ କମ୍ ଅମଳ ପାଇଥାନ୍ତି ।
ମୃତ୍ତିକା ପରୀକ୍ଷା କରିବା ଦ୍ୱାରା ମାଟିରେ ଫସଲକୁ ଉପଲବ୍ଧ ଅବସ୍ଥାରେ ଥିବା ବିଭିନ୍ନ ଖାଦ୍ୟସାରର ମାତ୍ରା ନିରୂପଣ କରାଯାଏ । ଏହା ଉପରେ ଅଧାରିତ କରି ଫସଲପାଇଁ ଅନୁମୋଦିତ ସାରର ମାତ୍ରା ନିର୍ଦ୍ଧାରଣ କରାଯାଏ । ଏହା ଛଡା ମାଟିରେ କ୍ଷାରୀୟତା, ଅମ୍ଳତା ଓ କ୍ଷତିକାରୀ ଲବଣର ମାତ୍ରା ନିର୍ଣ୍ଣୟ କରିହୁଏ ଏବଂ ତତ୍ଜନିତ ମୃତ୍ତିକା ସମସ୍ୟାର ବିହିତ ସମାଧାନ ପାଇଁ ଉଚିତ୍ ମୃତ୍ତିକା ସୁଧାରକ ପ୍ରୟୋଗ କରାଯାଇପାରେ । ମୃତ୍ତିକା ପରୀକ୍ଷା କରି ଅନୁମୋଦିତ ସାର ପ୍ରୟୋଗ ଫଳରେ ଫସଲ ଅମଳରେ ଆଶାନୁରୂପ ବୃଦ୍ଧି ସମ୍ଭବ ହୋଇପାରିଛି । ନିମ୍ନରେ ମୃତ୍ତିକା ପରୀକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି ।
ନମୁନା ମାଟି ସଂଗ୍ରହ :
ଚାଷୀ କ୍ଷେତର ସଂଗୃହୀତ ନମୁନା ମାଟି ସମୁଦାୟ କ୍ଷେତର ମାଟିର ପ୍ରତିନିଧିତ୍ୱ କରିପାରୁଥିବା ଦରକାର । ଏଥିପାଇଁ ନିମ୍ନଲିଖିତ ବିଷୟରେ ଧ୍ୟାନ ଦେବା ଦରକାର ।
ପ୍ରତି ଏକ ଏକର ଜମିରୁ
* ସର୍ବନିମ୍ନ ୧୫ ରୁ ୨୦ଟି ନମୁନା ମାଟି ନିଅନ୍ତୁ ।
* ସମତୁଲ ଜମିରୁ ହିଁ ମାଟି ସଂଗ୍ରହ କରନ୍ତୁ ।
* କେବଳ ଚାଷମାଟି (ଉପର ୬ ଇଞ୍ଚ) ସ୍ତରରୁ ମାଟି ନିଅନ୍ତୁ ।
* ନମୁନା ମାଟିକୁ ଭଲକରି ସଫା କରି ସଫା ପଲିଥିନ୍ରେ ରଖନ୍ତୁ ।
ସତର୍କତା – ନିମ୍ନଲିଖିତ ସ୍ଥାନମାନଙ୍କରୁ ନମୁନା ମାଟି ସଂଗ୍ରହ କରନ୍ତୁ ନାହିଁ ।
୧. ଅତ୍ୟଧିକ ଓଦା ମାଟି
୨. ହିଡ଼ କଡ଼ର ମାଟି
୩. ଗଛ ତଳର ମାଟି
୪. ଖତ ଗଦା ହୋଇଥିବା ମାଟି
୫. ସାର ପ୍ରୟୋଗ ପରେ ପରେ ଚ୍ଚòଜ ମାଟି
ନମୁନା ମାଟି ସଂଗ୍ରହ କରିବା ସମୟ :
ମାଟିରେ ଫସଲ ନଥିବା ସମୟରେ ଓ ମାଟି ଶୁଷ୍କଥିବା ଅବସ୍ଥାରେ ନମୁନା ମାଟି ସଂଗ୍ରହ କରିବା ଦରକାର । ସାଧାରଣତଃ ଗ୍ରୀଷ୍ମଋତୁ ବା ପ୍ରାରମ୍ଭିକ ଶୀତଋତୁ ସମୟରେ ନମୁନା ମାଟି ସଂଗ୍ରହ କରାଯାଇଥାଏ ।
ନମୁନା ମାଟି ସଂଗ୍ରହ କରିବା ପ୍ରଣାଳୀ
* ମାଟିର ଉପର ୬ଇଞ୍ଚ (୧୫ ସେମି) ସ୍ତରରେ ହିଁ ସମସ୍ତ ଫସଲର ଚେର ବଢ଼ିଥାଏ ଏବଂ ସାର ପ୍ରୟୋଗ ମଧ୍ୟ ଏହି ସ୍ତରରେ ହୋଇଥାଏ । ତେଣୁ ମାଟିର ଉପର ୬ ଇଞ୍ଚ ସ୍ତରରୁ ନିମ୍ନମତେ ନମୁନା ମାଟି ସଂଗ୍ରହ କରନ୍ତୁ ।
* ପ୍ରଥମେ ଜମିର ମାଟି ସଂଗୃହୀତ ହେବାକୁ ଥିବା ସ୍ଥାନଗୁଡିକୁ ଚିହ୍ନିତ କରି, ସେଥିରୁ ଘାସ ଓ ଫସଲ ଅବଶେଷକୁ ବାଛି ପରିଷ୍କାର କରିଦିଅନ୍ତୁ ।
* ଗୋଟିଏ ଫାଉଡା ସାହାଯ୍ୟରେ ବିପରୀତ ଦିଗରେ ତୀର୍ଯକ ଭାବରେ ଦୁଇଚୋଟ ପକାଇ ଗୋଟିଏ V ଆକାରର ୬ ଇଞ୍ଚ ଗଭୀରର ଗାତ କରନ୍ତୁ । (ଚିତ୍ରରେ ଦିଆ ଯାଇଛି )
* ସେହି ଗାତର ଗୋଟିଏ କଡ଼ରୁ ୨-୩ ସେ.ମି. ମୋଟା ମାଟିସ୍ତର ଖୁରୁପୀ ସାହାଯ୍ୟରେ ସଂଗ୍ରହ କରି ନମୁନା ମାଟି ପଲିିଥିନ୍ରେ ରଖନ୍ତୁ । ଏକ ଏକର ଜମିପିଛା ସର୍ବନିମ୍ନ ୧୫-୨୦ଟି ନମୁନା ମାଟି ସଂଗ୍ରହ କରନ୍ତୁ ।
* ୧୫-୨୦ଟି ନମୁନା ମାଟିକୁ ଏକାଠି ମିଶାଇ ଦିଅନ୍ତୁ ଏବଂ ଏଥିରୁ ଅନାବନା ଘାସ ବାଛିଦିଅନ୍ତୁ ।
* ଏହି ମାଟିକୁ ୪ ଭାଗରେ ବିଭକ୍ତ କରି ୨ଟି ବିପରୀତ ଭାଗକୁ ସଂଗ୍ରହ କରି ଅନ୍ୟ ଦୁଇ ଭାଗକୁ ଫିଙ୍ଗିଦିଅନ୍ତୁ ।
* ଏହି ବିଭକ୍ତିକରଣ ପ୍ରକ୍ରିୟା ମାଧ୍ୟମରେ ଶେଷ ୫୦୦ ଗ୍ରାମ୍ ଉପଯୁକ୍ତ ନମୁନା ମାଟିକୁ ଗୁଣ୍ଡ କରି ଏବଂ ପରିଷ୍କାର କରି ସଫା ପଲିଥିନ୍ ଜରି ବା ମାଟି ପରୀକ୍ଷା କନା ବ୍ୟାଗ୍ରେ ରଖି ସେଥିରେ ଗୋଟିଏ ଟ୍ୟାଗ୍ ଲଗାନ୍ତୁ ।
* ଏହି ଟ୍ୟାଗ୍ରେ ଚାଷୀଙ୍କ ନାମ, ଠିକଣା, ପୂର୍ବ ଓ ପରବର୍ତ୍ତୀ ଫସଲର ବିବରଣୀ ଲେଖି ମୃତ୍ତିକା ପରୀକ୍ଷାଗାରକୁ ପଠାନ୍ତୁ ।
* ପୂର୍ବରୁ ଆମେ ଅନ୍ୟାନ୍ୟ ପରୀକ୍ଷାଗାରର ସହଯୋଗରେ ମୃତ୍ତିକା ପରୀକ୍ଷାକରି ତାହାର ଫଳାଫଳ ଚାଷୀଭାଇମାନଙ୍କୁ ଯୋଗାଇ ଆସୁଥିଲୁ କିନ୍ତୁ ବର୍ତ୍ତମାନ ଆମର ନିଜର ମୃତ୍ତିକା ପରୀକ୍ଷାଗାରରେ ସଂଗୃହିତ ମୃତ୍ତିକା ପରୀକ୍ଷା କରି ଚାଷୀଭାଇମାନଙ୍କୁ ଉତ୍ତମ ମାନର ସେବା ଯୋଗାଇ ଦେଉଛୁ ।
ଆମ ବ୍ୟବସ୍ଥା ଦ୍ୱାରା ଆମେ ଆପଣମାନଙ୍କର ମୃତ୍ତିକା ପରୀକ୍ଷଣ ଫଳାଫଳ ସହିତ ଆପଣ କରିବାକୁ ଯାଉଥିବା ଫସଲର ରାଜ୍ୟ ସରକାରଙ୍କ ଅନୁମୋଦନ ଅନୁସାରେ ଆବଶ୍ୟକ ହେଉଥିବା ରାସାୟନିକ ସାରର ମାତ୍ରା ଜଣାଇ ଦେଇ ପାରିବୁ । ଅନୁମୋଦିତ ସାରର ମାତ୍ରା ସହ ମୃତ୍ତିକା ପରୀକ୍ଷଣ ଫଳାଫଳ ଏକ ସମ୍ପୂର୍ଣ୍ଣ କମ୍ପୁଟରୀକୃତ ବ୍ୟବସ୍ଥା ଦ୍ୱାରା ଆପଣଙ୍କୁ ଯୋଗାଇ ଦିଆଯିବ । ଏହି ସୁଯୋଗର ଯଥା ସମ୍ଭବ ଲାଭ ଉଠାଇ ସଠିକ୍ ପରିମାଣର ସାର ପ୍ରୟୋଗ ସଙ୍ଗେ ସଙ୍ଗେ ଅଧିକ ଖର୍ଚ୍ଚାନ୍ତରୁ ନିଜକୁ ବଞ୍ଚାଇବା ପାଇଁ ଆପଣମାନଙ୍କୁ ଅନୁରୋଧ ।
ଏ ସମ୍ପର୍କରେ ଆଗ୍ରହୀ ଚାଷୀଭାଇମାନେ ନିକଟସ୍ଥ କୃଷି ବିଭାଗ କର୍ମଚାରୀ କିମ୍ବା ଆଞ୍ଚଳିକ ପ୍ରବନ୍ଧକ, ପାରାଦୀପ ଫସ୍୍ଫେଟ୍୍ସ୍୍ ଲିମିଟେଡ୍୍, ବୟନ ଭବନ, ପଣ୍ଡିତ ଜବାହରଲାଲ ନେହରୁ ମାର୍ଗ, ଭୁବନେଶ୍ୱର – ୭୫୧୦୦୧ ରେ ଯୋଗାଯୋଗ କରନ୍ତୁ ।
ମୃତ୍ତିକା ସ୍ୱାସ୍ଥ୍ୟ ପାଇଁ ସନ୍ତୁଳିତ ସାର ପ୍ରୟୋଗ
ବୈଷୟିକ ଗବେଷଣା ଦ୍ୱାରା ଏ ପର୍ଯ୍ୟନ୍ତ ୧୭ଟି ମୌଳିକ ଉପାଦାନକୁ ଗଛର ଆବଶ୍ୟକୀୟ ଖାଦ୍ୟ ଉପାଦାନ ରୂପେ ଗ୍ରହଣ କରାଯାଇଅଛି । ଏହି ୧୭ଟି ଖାଦ୍ୟ ଉପାଦାନ ମଧ୍ୟରୁ ଗଛ ୩ଟି ଉପାଦାନ ଯଥା ଅଙ୍ଗାରକ, ଉଦ୍ଜାନ ଓ ଅମ୍ଳଜାନ, ପାଣି ଓ ପବନରୁ ଓ ଅବଶିଷ୍ଟ ୧୪ଟି ମୁଖ୍ୟତଃ ମାଟିରୁ ସଂଗ୍ରହ କରିଥାଏ, ସେଗୁଡିକୁ ଉଦ୍ଭୁିଦ ଖାଦ୍ୟସାର କୁହାଯାଏ । ଯଦିଓ ଗଛର ସୁସ୍ଥ ବିକାଶ ନିମନ୍ତେ ପ୍ରତ୍ୟେକଟି ଉପାଦାନର ଆବଶ୍ୟକତା ସମାନ, ତଥାପି ସେଗୁଡିକ ସମାନ ପରିମାଣରେ ଦରକାର ହୁଏନାହିଁ । ଯବକ୍ଷାରଜାନ, ଫସ୍ଫରସ୍, ପଟାସ, କ୍ୟାଲ୍ସିୟମ, ମାଗ୍ନେସିୟମ ଓ ଗନ୍ଧକ ପ୍ରଭୃତି ୬ଟି ଉପାଦାନ ଗଛର ସ୍ୱାଭାବିକ ବୃଦ୍ଧି ପାଇଁ ଅଧିକ ଆବଶ୍ୟକ ପଡ଼େ ।
ବୈଜ୍ଞାନିକ କୃଷି ପଦ୍ଧତିର ଗୋଟିଏ ମୁଖ୍ୟ ଅଙ୍ଗ ହେଲା ମୃତ୍ତିକା ପରିଚାଳନା । କିଛି ବର୍ଷ ସଘନ କୃଷି ଅବଲମ୍ବନ କରିବା ଫଳରେ ତାହାର ଭୌତିକ ଓ ରାସାୟନିକ ପରିବେଶ ପରିବର୍ତ୍ତିତ ହୁଏ ଏବଂ ମୃତ୍ତିକାରେ ଗଚ୍ଛିତ ଥିବା ଖାଦ୍ୟ ଉପାଦାନର ପରିମାଣ ହ୍ରାସପାଏ । ତେଣୁ କାଳକ୍ରମେ ଉତ୍ପାଦନ କ୍ଷମତା କମିଯାଏ । ଏହି ଉଭୟ ପରିସ୍ଥିତିରେ ମୃତ୍ତିକା ସୁପରିଚାଳନା ଦ୍ୱାରା ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇ ପାରିବ । ମୃତ୍ତିକାର ଭୌତିକ ଅବସ୍ଥାର ଉନ୍ନତି ନିମନ୍ତେ ମୃତ୍ତିକା ବିଶୋଧନ ପାଇଁ ପି.ପି.ଏଲ୍୍ର Rò_ମcତ୍ସଅUମ _କ୍ଷiମର ଆବଶ୍ୟକତା ହୋଇଥାଏ । ଉଦ୍ଭୁିଦ ଖାଦ୍ୟସାର ଅଭାବ ଥିବା ଅନୁର୍ବର ମୃତ୍ତିକାରେ ଖତ ଓ ରାସାୟନିକ ସାରର ସୁଷମ ଉପଯୋଗ କରି ଉର୍ବରତା ବୃଦ୍ଧି କରାଯାଏ ।
ଆବଶ୍ୟକତା ତୁଳନାରେ କୌଣସି ଖାଦ୍ୟ ସାରର ଅଭାବ ବହୁତ ବେଶୀ ହୋଇଥିଲେ ଉଦ୍ଭୁିଦ ଶରୀରରେ ନିର୍ଦ୍ଧିଷ୍ଟ ଲକ୍ଷଣ ପ୍ରକାଶ ପାଏ । ପରିପୋଷଣ କ୍ରିୟା ବାଧାପ୍ରାପ୍ତ ହେବାରୁ ଉଦ୍ଭୁିଦର ଅଭିବୃଦ୍ଧି କମିଯାଏ ଗଛର ଅକାର କ୍ଷୁଦ୍ର ହୋଇଯାଏ, ପତ୍ର, ଫୁଲ ଓ ଫଳର ଆକାର ରଙ୍ଗ ଓ ଆକୃତି ଅସ୍ୱାଭାବିକ ହୋଇଯାଏ । କେତେକ କ୍ଷେତ୍ରରେ ଉଦ୍ଭୁିଦର ଙ୍ଘòନ୍ନòðଳ ଅଙ୍ଗ ବା ସମ୍ପୂର୍ଣ୍ଣ ଉଦ୍ଭୁିଦଟି ମରିଯାଇପାରେ । ତୀବ୍ର ଖାଦ୍ୟାଭାବ ଯୋଗୁ ଏପରି ଘଟେ ।
ଖାଦ୍ୟ ସାରର ଅଭାବଜନିତ କେତେକ ବିଶେଷ ଲକ୍ଷଣ :
ଯବକ୍ଷାରଜାନ : ଏହାର ଅଭାବରେ ପତ୍ରରେ ହରିତ୍ କଣିକା ପରିମାଣ ହ୍ରାସ ପାଏ । ପତ୍ର ସ୍ୱାଭାବିକ ସବୁଜ ରଙ୍ଗ ହରାଏ ଓ ସେଗୁଡିକ ଫିକା ସବୁଜ ବା ପୀତ ସବୁଜ ରଙ୍ଗ ଦେଖାଯାଏ । ଏହାର ଲକ୍ଷଣ ପ୍ରଥମେ ତଳ ପତ୍ରର ଅଗ୍ରଭାଗରୁ ଆରମ୍ଭ ହୋଇ ମଝି ଶିରା ପାଶ୍ୱର୍ ଦେଇ ପତ୍ରର ମୂଳ ଅଂଶ ଆଡକୁ ସଂପ୍ରସାରିତ ହୁଏ । ମକା, ଜୁଆର, ଆଖୁ ପ୍ରଭୃତି ଗଛର ଲମ୍ବା ଚଉଡା ପତ୍ରରେ ଏହି ଲକ୍ଷଣ ପରିଷ୍କାର ଦେଖିହୁଏ । ଧାନ, ଗହମ, ମାଣ୍ଡିଆ ପ୍ରଭୃତି ଗଛର ସରୁଆ ପତ୍ର ଅଗ୍ରଭାଗ ଆଡକୁ ପୁରାପୁରି ହଳଦିଆ ପଡି ଆସେ ପରିଶେଷରେ ତଳ ପତ୍ରଗୁଡିକ ନଡା ଭଳି ରଙ୍ଗ ହୋଇ ଶୁଖିଯାଏ । ଯବକ୍ଷାରଜାନର ଅଭାବରେ ଗଛର ଶାରୀରିକ ଅଭିବୃଦ୍ଧି କମିଯାଏ । ତେଣୁ ଗଛ କ୍ଷୁଦ୍ରକାର ହୁଏ । ଡାଳ ଓ ପିଲ ସଂଖ୍ୟା ହ୍ରାସ ପାଏ । କେଣ୍ଡା ବା ଫଳର ଆକାର ଛୋଟ ହୋଇଯାଏ । ଏହା ଫଳରେ ଅମଳ ବିଶେଷ ବାଧାପ୍ରାପ୍ତ ହୁଏ ।
ଫସ୍ଫରସ୍ : ଏହି ଉପାଦାନ ଅଭାବରେ ଚାରାଗଛ ଚେର ବୃଦ୍ଧି ହୋଇପାରେ ନାହିଁ । ତେଣୁ ପ୍ରଥମରୁ ଚାରାଗଛଟି ଦୁର୍ବଳିଆ ହୁଏ ଏବଂ ଏହାର ଅଭିବୃଦ୍ଧି ମନ୍ଥର ହୋଇଯାଏ । ଫସ୍ଫରସ୍ ଅଭାବରେ ପାକଳ ତଳ ପତ୍ରଗୁଡିକର ରଙ୍ଗ ଗାଢ଼ ସବୁଜ ଦେଖାଯାଏ । ମକା, ଜୁଆର ପ୍ରଭୃତି ପତ୍ରରେ ଅଗ୍ରଭାଗ ଆଡକୁ ସାମାନ୍ୟ ବାଇଗଣିଆ ରଙ୍ଗ ମିଶିରହିବା ଦେଖାଯାଏ । ତଳପତ୍ର ଶୁଖିଯାଇ ବଳିତା ଭଳି ମୋଡି ହୋଇଯାଏ । ଗଛରେ ଫୁଲ, ଫଳ ଆସିବାରେ ଡେରିହୁଏ । ଫସଲ ଡେରିରେ ପାକଳ ହୁଏ, ଦାନା ହୃଷ୍ଟପୃଷ୍ଟ ହୁଏନାହିଁ । ବହୁତ ଅଗାଡ଼ି ହୁଏ ।
ପୋଟାସିୟମ : ଏହାର ଅଭାବରେ ଗଛ ବାଙ୍ଗରା ହୋଇଯାଏ, ଅଧିକ ଡାଳ ବା ପିଲ ହେବାର ଦେଖାଯାଏ । ପତ୍ରଗୁଡିକ ଜଳୀୟଅଂଶ ସଂରକ୍ଷଣ କରିବାରେ ଅସମର୍ଥ ହୁଅନ୍ତି ଏବଂ ଜଳାଭାବ ପଡି ଝାଉଁଳିବାଭଳି ଦେଖାଯାନ୍ତି । ଗଛର କାଣ୍ଡ ନରମା ରୁହେ । ତେଣୁ ଦାନାଜାତୀୟ ଫସଲ ଝଡ଼ ପବନରେ ପଡିଯାଏ । ରୋଗ ପୋକ ନିରୋଧ ଶକ୍ତି ହ୍ରାସ ପାଏ । ତେଣୁ ଫସଲ ରୋଗ ପୋକ ଦ୍ୱାରା ସହଜରେ ଆକ୍ରାନ୍ତ ହୁଏ ।
ଫଳ ହୃଷ୍ଟପୃଷ୍ଟ ହୁଏନାହିଁ । ଏହାର ରଙ୍ଗ ଓ ସ୍ୱାଦ ନିକୃଷ୍ଟ ହୁଏ । ଫଳ ବଢ଼ିବା ସମୟରେ ଫାଟି ଯାଇପାରେ । ଧାନ ଜାତୀୟ ଫସଲରେ ଅଧିକ କ=ା, ଅଗାଡି ହୁଏ । ଆଳୁଗଛ ବହୁତ କିନ୍ତୁ ଆଳୁର ଆକାର ଛୋଟ ହୁଏ ଓ ଅମଳ କମ୍ ହୁଏ ।
ଅଧିକ ଅମଳକ୍ଷମ ବିହନରୁ ସଠିକ୍ ଆଦାୟ ପାଇବା, ସାର ବ୍ୟବହାର ଏବଂ ଜଳ ସେଚନ ଉପରେ ନିର୍ଭରଶୀଳ । ଷାଠିଏ ଦଶକର ରାସାୟନିକ ସାର ଅଧିକ ଫସଲ ଅମଳର ଚାବି କାଠି । କିନ୍ତୁ ରାସାୟନିକ ସାରର ମୂଲ୍ୟ ବୃଦ୍ଧି ଫଳରେ ଏହାର ଅନୁମୋଦିତ ପରିମାଣ ବ୍ୟବହାରରେ ବାଧା ସୃଷ୍ଟି କରୁଛି । ଏହା ବ୍ୟତୀତ ରାସାୟନିକ ସାର ମଧ୍ୟ ଅସନ୍ତୁଳିତ ଭାବରେ (ଯଥା: ଯବକ୍ଷାରଜାନ (ୟୁରିଆ)ର ପରିମାଣ ଫସଫରସ୍ ଏବଂ ପୋଟାସ୍ ତୁଳନାରେ ଅତ୍ୟଧିକ ବ୍ୟବହାର ହେଉଥିବା ଯୋଗୁଁ ମାଟିର ଉତ୍ପାଦିକା ଶକ୍ତି କ୍ରମଶଃ କ୍ଷୟ ପାଉଛି । ଯବକ୍ଷାରଜାନ, ଫସ୍ଫରସ୍ ଏବା ପୋଟାସ ୪:୨:୧ ଅନୁପାତରେ ବ୍ୟବହାର କରିବା ଆବଶ୍ୟକ ହେଉଥିବା ବେଳେ ଓଡ଼ିଶାରେ ସ୍ଥଳ ବିଶେଷରେ ୪.୫:୧.୫:୧ ହାରରେ ବ୍ୟବହାର ହେଉଛି । ଏହା ଫସଲ ଉତ୍ପାଦନରେ ମଧ୍ୟ ବାଧାପ୍ରାପ୍ତ କରୁଛନ୍ତି । ଏହାଛଡା ପ୍ରତି ବର୍ଷ ଫସଲ ଚାଷ ଯୋଗୁଁ ମୃତ୍ତିକାରୁ ଯେଉଁ ଖାଦ୍ୟସାର ଫସଲ ଶୋଷି ନିଏ ତାହା ଭରଣା କରିବା ଆବଶ୍ୟକ ।
ମୃତ୍ତିକାରେ ବିଭିନ୍ନ ଖାଦ୍ୟସାର ଯଥେଷ୍ଟ ନଥିଲେ ଫସଲ ଭଲ ବଢ଼େ ନାହିଁ ଓ ଅମଳ କମିଯାଏ । ଏଣୁ ଫସଲର ଆବଶ୍ୟକତା ଅନୁସାରେ ଅଭାବ ଥିବା ଖାଦ୍ୟସାରକୁ ସାର ମାଧ୍ୟମରେ ଯୋଗାଇ ଦିଆଯିବା ଆବଶ୍ୟକ । ଏଥି ନିମନ୍ତେ ଜମିରୁ ନମୁନା ମାଟି ସଂଗ୍ରହ କରି ମୃତ୍ତିକା ପରୀକ୍ଷାଗାରରେ ପରୀକ୍ଷା କରାଇଲେ ବିଭିନ୍ନ ମାଟିରେ ବିଭିନ୍ନ ଖାଦ୍ୟସାରର ସୁଲଭତା ସ୍ଥିତି ଜଣାଯାଇଥାଏ ।
ମୃତ୍ତିକା ପରୀକ୍ଷାରୁ ଖାଦ୍ୟସାର “କମ୍’, “ମଧ୍ୟମ’, “ବେଶୀ’ ପରିମାଣରେ ଅଛି ଜାଣିବା ପରେ ଫସଲ ପାଇଁ ରାସାୟନିକ ସାର କମ୍ ଥିଲେ ନିର୍ଦ୍ଧାରିତ ପରିମାଣରେ ୨୫% ବଢ଼ାଇବାକୁ ପଡ଼େ । ମଧ୍ୟମ ଥିଲେ ନିର୍ଦ୍ଧାରିତ ପରିମାଣରେ ଦେବାକୁ ପଡ଼େ । ବେଶୀ ଥିଲେ ନିର୍ଦ୍ଧାରିତ ପରିମାଣରେ ୨୫% ରୁ ୩୫% ଭାଗ କମାଇବାକୁ ପଡ଼େ ।
ଡଃ. ଶାନ୍ତନୁ କୁମାର ମହାନ୍ତି
ପ୍ରଫେସର,ମୃତ୍ତିକା ରସାୟନ ବିଭାଗ,
ଓ.ୟୁ.ଏ.ଟି, ଭୁବନେଶ୍ୱର