ପାକିସ୍ତାନ : ପାକିସ୍ତାନର ଫଇସଲାବାଦ୍ରେ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କୁ ଶକ୍ତ ଦଣ୍ଡ ବିଧାନ କରାଯାଉଛି । ମାସ୍କ ଉଲ୍ଲଘଂନକାରୀଙ୍କଠାରେ ପୋଲିସ୍ ଏକ ଡିଭାଇସ୍ ଉପଯୋଗ କରୁଛି ଯେଉଁଥିରେ ଜୋର୍ରେ କରେଣ୍ଟ୍ ଝଟକା ଲାଗୁଛି । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଉଛି ମୋଟରଚାଳକ, ରିକ୍ସାଚାଳକ ତଥା ପାଦଚଳାଳୀଙ୍କ ଠାରେ ଏ ଡିଭାଇସ୍ ବ୍ୟବହାର କରାଯାଉଛି । ଏଭଳି ଅମାନବୀୟ ଦଣ୍ଡ ବିରୋଧରେ ବହୁ ଲୋକ ଅଭିଯୋଗ କଲେଣି । କିଛି ସେକେଣ୍ଡ୍ ପାଇଁ ଏଭଳି ଝଟକା ଜୀବନ ନେଇପାରେ ବୋଲି ଲୋକମାନେ କହିଛନ୍ତି । ସବୁ ବୟସ ବର୍ଗଙ୍କୁ ଏଭଳି ଦଣ୍ଡ ଦିଆଯାଉଛି ।