ଟିଭି ସିରିଏଲରେ ପପୁଲାର୍ ହେବା ପରେ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସାଲ ମିଡିଆରେ ବେଶ୍ ସକ୍ରିୟ । ସେ ବୟଫ୍ରେଣ୍ଡ୍ ଭିକି ଜୈନ୍ଙ୍କ ସହ ନିଜର ଫଟୋ ମଧ୍ୟ ପୋଷ୍ଟ କରିଥାନ୍ତି । ସେ ଏକ ଫଟୋ ସେୟାର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି । ତାଙ୍କର ଏହି ଫଟୋ ଦେଖିବା ପରେ ସେ ନିର୍ବନ୍ଧ କରିଦେଇଥିବା ଫ୍ୟାନ୍ମାନେ କହୁଛନ୍ତି । ଏହି ଫଟୋରେ ସେ ଏକ ରିଙ୍ଗ୍ ପିନ୍ଧିଥିବା ଲୋକଙ୍କ ନଜରରେ ପଡ଼ିଛି । ସେ ଲକ୍ଡାଉନ୍ରେ ଚୁପ୍ଚାପ୍ ନିର୍ବନ୍ଧ କରିଦେଇଥିବା କୁହାଯାଉଛି । ଅଙ୍କିତା ଏକ ସାକ୍ଷାତକାରରେ କହିଥିଲେ, ‘ଏବେ ବହୁତ କାମ କରିବାକୁ ଅଛି । ବାହାଘର ପୂର୍ବରୁ ବହୁତ କିଛି ହାସଲ କରିବାକୁ ଚାହୁଁଛି । ମୁଁ ଏକ ଫିଲ୍ମ କରିବାକୁ ଚାହୁଁଛି ଯାହା କେବଳ ମୋର, ମୁଁ ସେଥିରେ ଲିଡ୍ ହିରୋଇନ୍ ରହିବି । ମୁଁ ଚାହୁଁଛି ଏଥିପାଇଁ ଲୋକେ ମୋତେ ମନେ ରଖିବେ । ମୁଁ ନିଜ ପାଇଁ କିଛି ଚିନ୍ତା କରିଛି । ମୁଁ ଟାଲେଣ୍ଟେଡ୍ ଓ ପରିଶ୍ରମୀ ମଧ୍ୟ । ମୁଁ ଜାଣିଛି ମୋ ସ୍ୱପ୍ନ ପୂରା ହେବ ।’ ‘ମଣିକର୍ଣ୍ଣିକା’ ଫିଲ୍ମ ମାଧ୍ୟମରେ ଅଙ୍କିତା ବଲିଉଡ୍ ଡେବୁ୍ୟ କରିଥିଲେ । ଶେଷଥର ତାଙ୍କୁ ‘ବାଘୀ ୩’ରେ ଦେଖିବାକୁ ମିଳିଥିଲା ।