ନୂଆପଡା-୨୫/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି ) ନୂଆପଡା ଜିଲ୍ଲାପାଳ ସ୍ବାଧାଦେଵ ସିଂ ଙ୍କ ଆଗ୍ରହ ରେ କୋଭିଡ ମହାମରୀ ପରିସ୍ଥିତିର ମୁକାବିଲା, ସହ ଜନସାଧାରଣଙ୍କୁ ସଚେତନ ଓ ସତର୍କତା ନେଇ କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ-୨ ନିର୍ମାଣ ହୋଇଥିଲା । ଏହି ଚାଲଚିତ୍ର କ୍ଷୁଦ୍ର ହେଲେ ବି ଜନସାଧାରଣ ଙ୍କୁ ବେଶ ଆକୃଷ୍ଟ କରି ମାସ୍କ ବ୍ୟବହାର ବହୁଳ ପ୍ରଚାର ହୋଇଥିଲା। ଏହି ଚଳଚ୍ଚିତ୍ର ମାସ୍କ-୨ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ପାଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି।। ପଣ୍ଡିଚେରୀ ଠାରେ ଅନୁଷ୍ଠିତ ମୋକଖୋ ରେ ବିଭିନ୍ନ ଵର୍ଗରେ ଆନ୍ତର୍ଜାତିକ ପୁରସ୍କାର ପାଇଅଛି। ଏହି ଚଳଚିତ୍ର କୁ ଡ଼ଃ.ଶ୍ଵେତ କୁମାର ଦାଶ୍ ରଚନା ଏବଂ ନିର୍ଦ୍ଧେଶନା ଦେଇଥିବା ବେଳେ ଜିଲ୍ଲାପ୍ରଶାସନ ପ୍ରଯୋଜନା ରେ ନିର୍ମିତ ଚଳଚିତ୍ର ରେ ଜିଲ୍ଲାର କଳାକାର ମାନେ ଅଭିନୟ କରିଛନ୍ତି।
Comments are closed.