ନୂଆପଡ଼ା-୨୫/୭ ସକାଳ ଖବର (ସୁରେନ୍ଦ୍ର ତିୱାରି ) ସିନାପାଲି ବ୍ଲକ ନଙ୍ଗଲବୋର୍ଡ଼ ଠାରେ ଜମିଜଙ୍ଗଲ ମୁକ୍ତି ଆନ୍ଦୋଳନ ତରଫରୁ ଏକ ବିରାଟ ଜନଆନ୍ଦୋଳନରେ ବନବାସୀ ମାନେ ଏକଜୁଟ ହୋଇଥିଲେ। ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ରହିଥିବା ବେଳେ ସିନାପାଲି ରେଞ୍ଜର ବିମଳ ପ୍ରକାଶ ଟପ୍ନୋ, ଖଡିଆଳ ରେଞ୍ଜର ସଂସ୍କୃତି ଗଡ଼ନାୟକ ଉପସ୍ଥିତ ରହି ଜଙ୍ଗଳ ଜମି ଆଇନ ୨୦୦୬ କାର୍ଯ୍ୟକାରିତା ଉପରେ ବିଶେଷ ଆଲୋଚନା ହୋଇଥିଲା। ଏହି ନିୟମ ଅନୁଯାୟୀ ଗୋଷ୍ଠିଗତ ଅଧିକାର ପାଇଁ ବନବାସୀ ମାନେ ଦୀର୍ଘ ଦିନ ହେଲା ଆବେଦନ କରିବା ସହ ସବିଶେଷ ଫର୍ମ ଦାଖଲ କରି ସାରିଛନ୍ତି। ହେଳେ ବନବିଭାଗ ଟାଲଟୁଲ ନୀତି ଅବଲମ୍ବନ କରି ଦସ୍ତଖତ କରୁନାହିଁ। ଏହି ଘଟଣା କୁ ନେଇ ଖଡିଆଳ ଡି ଏଫ୍ ଓ ବିବେକ କୁମାର ଙ୍କୁ ଗତ କିଛି ଦିନ ତଳେ ନଙ୍ଗଲବୋଡ ଠାରେ ବନବାସୀ ମାନେ ଅଟକ ରଖି ଥିଲେ। ସେହିଦିନ ଡିଏଫ୍ଓ ୨୪ ତାରିଖ ଦିନ ବୈଠକ ବସି ସମାଧାନ କରିବାକୁ କହିଥିଲେ କିନ୍ତୁ ଡିଏଫ୍ଓ ଆସି ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥଲେ। ଆଗାମୀ ଦିନରେ ବନ ବିଭାଗ ଆମର ହକ ନ ଦେବା ଯାଏଁ ଗ୍ରାମକୁ ବନ କର୍ମଚାରୀ ମାନଙ୍କୁ ଗାଁ କୁ ପୁରାଇ ନ ଦେବାକୁ କହି ପୋଷ୍ଟର ଲଗାଇଛନ୍ତି।

Comments are closed.