ନୂଆପଡା-୨୫/୭ ସକାଳ ଖବର (ସୁରେନ୍ଦ୍ର ତିୱାରି ) ଖଡ଼ିଆଳ ଏନଏସି ମଧ୍ୟରେ ଜାତୀୟ ରାଜପଥ 353 ନମ୍ବର ଅତିକ୍ରମ କରିଅଛି। ଏହି ରାଜପଥର ଉଭୟ ପାର୍ଶ୍ଵରେ ଜବର ଦଖଲ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ପଦକ୍ଷେପ ଆରମ୍ଭ ହୋଇଅଛି। ଏହି ଘଟଣା ନେଇ ଜଣେ ସ୍ବେଚ୍ଛାସେବୀ ମାନ୍ୟବର ହାଇକୋର୍ଟ ରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଖଡ଼ିଆଳ ବଡ଼ପୋଲ ଠାରୁ ଆଜି ଥାନା ଛକ ପର୍ଯ୍ୟନ୍ତ ମାପଚୁପ ହୋଇଅଛି। ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ, ଖଡ଼ିଆଳ ରାଜସ୍ବ ନିରୀକ୍ଷକ ସୁରନ୍ଦ୍ର କୁମାର ମେହେର ଙ୍କ ସହ ରାଜସ୍ବ କର୍ମଚାରୀ ଯୋଗ ଦେଇଥିଲେ। ଏହାପରେ ଜାତୀୟ ରାଜପଥ ବିଭାଗ ଏବଂ ରାଜସ୍ବ ବିଭାଗ ର ମିଳିତ ସମୀକ୍ଷା ହେବ।ଖଡ଼ିଆଳ ର ଅନେକ ସ୍ଥାନରେ ଜାତୀୟ ରାଜପଥ ସଂକୀର୍ଣ୍ଣ ହୋଇ ଯାଇଅଛି। ତେଣୁ ଆବଶ୍ୟକ ପଦକ୍ଷେପ ପାଇଁ ଜନସାଧାରଣ ଦାବୀ କରିଛନ୍ତି।

Comments are closed.