ନୂଆପଡା-୨୫/୭ ସକାଳ ଖବର (ସୁରେନ୍ଦ୍ର ତିୱାରି) କୋମନା ବ୍ଲକ କୁରୁମପୁରୀ ପଞ୍ଚାୟତ ଅନ୍ତର୍ଗତ ସିନାପାଲି ସ୍ଥିତ ହୋଲିହୋମ ଜରା ନିବାସ ଅନ୍ତେବାସୀଙ୍କ ମଧ୍ୟରୁ ୧୨ ଜଣ ବୃଦ୍ଧବୃଦ୍ଧା କୋବିଡ଼ ପୋଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୩ ଜଣ ହୋଲିହୋମ କର୍ମଚାରୀ ଓ ଜଣେ ଶିଶୁ ବୋଲି ଜଣା ପଡ଼ିଛି।। ଅନ୍ତେବାସୀଙ୍କ ମଧ୍ୟରୁ ୧୬ ଜଣ କୋଭିଡ ପୋଜିଟିଭ ଚିହ୍ନଟ ହେବାପରେ କୁରୁମପୁରୀ ଗ୍ରାମପଂଚାୟତ କାର୍ଯ୍ୟାଳୟ ପକ୍ଷରୁ କଣ୍ଟାନମେଣ୍ଟ ଯୋନ ଘୋଷଣା କରିଛନ୍ତି। ଗତ ୨୪ ତାରିଖ ସଂନ୍ଧ୍ୟା ୬ ଘଣ୍ଟା ରୁ ୩୧ ତାରିଖ ସଂନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ କଣ୍ଟାନମେଣ୍ଟ ଜୋନ ଘୋଷଣା ହୋଇଅଛି। ଆସନ୍ତା ୨୯ ତାରିଖ ଦିନ ହେବାକୁ ଥିବା କୁରୁମପୁରୀ ସାପ୍ତାହିକ ବଜାର, ଛେଳି ବଜାର ବନ୍ଦ ଘୋଷଣା କରିଥିବା ବେଳେ ସାମାଜିକ ଦୂରତା ବିଜାୟ ରଖିବା, ମାସ୍କ ବ୍ୟବହାର ଏବଂ ବାହାର ରାଜ୍ୟରୁ ପ୍ରତ୍ୟବର୍ତ୍ତନ କରୁଥିବା ବ୍ୟକ୍ତିଙ୍କ ୭ ଦିନ ପର୍ଯ୍ୟନ୍ତ ଗୃହ ସଂଘରୋଧରେ ରହିବାକୁ ସରପଞ୍ଚ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
Comments are closed.