Odisha news

ଅତନୁ ସବ୍ୟସାଚୀ ନାୟକଙ୍କ ଦ୍ୱାରା ସମ୍ମାନ ଭବନ ଶିଳାନ୍ୟାସ ଓ ୱେବସାଇଟ ଲୋକାର୍ପଣ

0

ମାର୍ଶାଘାଇ :  ମାର୍ଶାଘାଇ ମହାବିଦ୍ୟାଳୟର ସମ୍ମାନ ଭବନର ଶୁଭ ଶିଳାନ୍ୟାସ ଓ ମହାବିଦ୍ୟାଳୟର  ନିଜସ୍ୱ ୱେବସାଇଟକୁ ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମଙ୍ଗଳବାର  ଲୋକାର୍ପଣ କରିଛନ୍ତି । ରାଷ୍ଟ୍ରୀୟ  ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ଆନୁକୂଲ୍ୟରେ ନିର୍ମାଣ ହେବାକୁଥିବା ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ସମ୍ମାନ ଭବନର ଶିଳାନ୍ୟାସ  ଓ ମହାବିଦ୍ୟାଳୟର ନିଜସ୍ୱ ୱେବସାଇଟ ଲୋକାର୍ପଣ କରିବା ସହ ବିଧାୟକ ଶ୍ରୀନାୟକ ମହାବିଦ୍ୟାଳୟର ୧୦୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନଙ୍କ ଅନଲାଇନରେ ଜରିଆରେ  ଭାବ ବିନିମୟ କରିଥିଲେ  ।  ମହାବିଦ୍ୟାଳୟର ସାମଗି୍ରିକ ବିକାଶ ସହ  ମହାବିଦ୍ୟାଳୟରେ ଅତ୍ୟାଧୁନିକ  ଅଡିଟୋରିୟମ୍ ନିର୍ମାଣ କରାଯିବ  ବିଧାୟକ ଶ୍ରୀନାୟକ ମଧ୍ୟ ପ୍ରତିଶୁତି  ଦେଇଥିଲେ ।

ମହାବିଦ୍ୟାୟାଳୟର ଅଧ୍ୟକ୍ଷ ଡଃ ଅମୀୟ କୁମାର ଜେନାଙ୍କ  ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ଉପ ଜିଲ୍ଲାପାଳ ଜ୍ୟୋତ ଶଙ୍କର ମହାପାତ୍ର  ,ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ରୁସାର ଭାରପ୍ରାପ୍ତ ଅଧିକାରିଣୀ ରାଜଶ୍ରୀ ମହାନ୍ତି ,ରାଷ୍ଟ୍ରିୟ ସୂଚନା କେନ୍ଦ୍ରର ସାଧାରଣ ପ୍ରବନ୍ଧକ ସମ୍ବତ୍ ପଣ୍ଡା ,  ବରିଷ୍ଠ ପ୍ରାଦ୍ୟୋଗିକ  ନିଦେ୍ର୍ଦଶକ  ଅଜିତ୍  ପଟ୍ଟନାୟକ ପ୍ରମୁଖ ଭର୍ଚୁଆଲ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ  ମାର୍ଶାଘାଇ ବ୍ଲକର  ପୂର୍ବତନ ଅଧ୍ୟକ୍ଷ ସଂଜୟ କୁମାର ଲେଙ୍କା , ବରିଷ୍ଠ ବିଜେଡି ନେତା ପ୍ରଫୁଲ ଚନ୍ଦ୍ର ଦାସ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ କୁମାର ଗାହଣ , ପୂର୍ତ୍ତ ବିଭାଗର ନିର୍ବାହି ଯନ୍ତ୍ରୀ ସରୋଜ କୁମାର ନାୟକ , ସହକାରୀ ନିର୍ବାହୀ ଯନ୍ତୀ ଧିରେନ୍ ସୂତାର , କନିଷ୍ଠ ଯନ୍ତ୍ରୀ ବିରେନ୍ ବସୁ ,ଶିକ୍ଷାବିତ୍ ଚନ୍ଦ୍ରମଣି ସାହୁ , ମଧୁସୂଦନ ବେହେରା , ଯୁବନେତା  ପ୍ରତାପ କୁମାର ମଲ୍ଲିକ , ଅଜୟ କର  ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧ୍ୟାପକ ପ୍ରଭାତ ରଂଜନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଧ୍ୟାପକ  ଗୋବିନ୍ଦ ଚନ୍ଦ୍ର ବେହେରା , ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ , ଲଲିତ୍ ନାରାୟଣ ଦାସ , ଦୀପକ କୁମାର ମହାନ୍ତି , ମକରଧ୍ୱଜ ରାଉତ , ବିଜୟ କୁମାର ପାତ୍ର , ସୁରେନ୍ଦ୍ର ନାଥ ପଣ୍ଡା ,ଦିଲ୍ଲପ କୁମାର ସାହୁ , ପ୍ରଧ୍ୟାପିକା ଅନୁପମା ପଣ୍ଡା , ଅଧ୍ୟାପିକା ନିରୁପମା ରଥ , ସଂଜୁକ୍ତା ଜେନା ,  ସୁଭଦ୍ରା ଶୁଭଦର୍ଶିନୀ  , ଲକ୍ଷ୍ମୀପ୍ରିୟା ମଲ୍ଲ , ମଧୁସ୍ମିତା କର ଓ ବୈଷୟିକ  ସହୟତାରେ ସଂଘମିତ୍ରା ସାମଲ  , ଦାମୋଦର ସ୍ୱାଇଁ , ହୃଷିକେଶ ଗୋଛାୟତ ,ବିଜୟ ଜେନା , ସରୋମିରା ଲେଙ୍କା , ବଡବାବୁ ବିଶ୍ୱରଂଜନ ରଥ ପ୍ରମୁଖ  ସକି୍ରୟ ସହଯୋଗ କରିଥିଲେ ।

Leave A Reply