ସୁଖୀ ଦାମ୍ପତ୍ୟ ଜୀବନ ର ମନ୍ତ୍ର : ସ୍ୱାମୀ-ସ୍ତ୍ରୀ ଏହିସବୁ ଛୋଟ ଛୋଟ ଟିପ୍ସ କୁ ନିହାତି ଧ୍ୟାନ ଦେବା ଜରୁରୀ, ଏହାଦ୍ୱାରା ବଢିଥାଏ ଅଧିକ ନିବିଡ଼ତା
ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଗୋଟିଏ ପବିତ୍ର ସମ୍ପର୍କ ଅଟେ, କିନ୍ତୁ ଆଜିର ସମାଜ ରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଯେତେ ନିବିଡତା ରହିଲେ ମଧ୍ୟ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ସ୍ଥିର ହୋଇ ରହି ପାରୁ ନାହିଁ । ଯାହାକି ଆଜିର ସମାଜ ରେ ଗୋଟିଏ ବଡ ଆହ୍ବାନ ଭାବରେ ଦେଖା ଦେଉଛି । ଗବେଷକ ଙ୍କ ମତରେ କିଛିଟା ଛୋଟ ଛୋଟ କଥା ରହିଛି ଯାହାକି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାର ବଡ କାରଣ ଅଟେ ।
– ଅନେକ ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ରେ କିଛିଟା ଭୁଲ ଧାରଣା ସମ୍ପର୍କ ଭାଙ୍ଗିବାର କାରଣ ହୋଇଥାଏ । ଯେପରିକି ପାର୍ଟନର ଙ୍କ ସହିତ କିଛିଟା ଭୁଲ ଧାରଣା ଏଭଳି ସ୍ଥାନରେ ଆସି ପହଞ୍ଚି ଯାଇଥାଏ କି ସମ୍ପର୍କ ଭାଙ୍ଗିବା ଭଳି ସ୍ଥିତି ହୋଇଯାଇ ଥାଏ ।
– କିଛି ଲୋକ ଏଭଳି ଥାଆନ୍ତି ଯିଏ କି ନିଜ ପାର୍ଟନର ଙ୍କ ତାଙ୍କ ଜୀବନ ରେ ହସ୍ତକ୍ଷେପ କରିବାକୁ ଜାସୁସି କରିବା ସହିତ ତୁଳନା କରି ଥାଆନ୍ତି, କିନ୍ତୁ ଏହା ଠିକ୍ ନୁହେଁ। ନିଜ ପାର୍ଟନର କୁ ନିଜ ଜୀବନ ରେ କିଛିଟା କଥାରେ ହସ୍ତକ୍ଷେପ କରିବାକୁ ଦେବା ଉଚିତ୍ । ଯେଉଁ କାରଣରୁ ଉଭୟ ଉଭୟ ଙ୍କ ପ୍ରତି ଯତ୍ନବାନ୍ ହୋଇ ପାରିବେ ।
– କୌଣସି ସମ୍ପର୍କ ରେ ନିଜ ସାଥୀ କୁ ବାନ୍ଧି ରଖିବାକୁ ଚେଷ୍ଟା କରନ୍ତୁ ନାହିଁ କିମ୍ବା ଆପଣଙ୍କ ହିସାବ ରେ ଜୀବନ ଅତିବାହିତ କରିବାକୁ ବାଧ୍ୟ କରନ୍ତୁ । ତାଙ୍କୁ ତାଙ୍କ ହିସାବ ରେ ଜୀବନ ଅତିବାହିତ କରିବାକୁ ଛାଡ଼ିଲେ ସମ୍ପର୍କ ରେ ଅଧିକ ନିବିଡ ହେବ ।
– ନିଜ ଜୀବନ ରେ ସବୁବେଳେ ନିଜ ପାର୍ଟନର ଙ୍କ ଗୁରୁତ୍ଵ କୁ ବୁଝନ୍ତୁ । ନିଜ ପାର୍ଟନର ଙ୍କ ସମ୍ମାନ କରନ୍ତୁ ଓ ସେ ଆପଣଙ୍କ ଜୀବନ ରେ ବିଶେଷ ସ୍ଥାନ ରଖିଛନ୍ତି ତାହା ତାଙ୍କୁ ଅନୁଭବ କରାନ୍ତୁ ।
– ଅନେକ ସମୟରେ ଆମ ନିଜ ଇଗୋ କାରଣରୁ ଆମେ କିଛିଟା ଭୁଲ କରି ମଧ୍ୟ ମୁଣ୍ଡ ନୁଆଇଁ ନଥାଉ । କିନ୍ତୁ ଏହା ଠିକ୍ ନୁହେଁ । ଯଦି କିଛି ଭୁଲ ଆପଣଙ୍କ ଦ୍ଵାରା ହେଉଛି , ତେବେ ସେହି ସମ୍ପର୍କ କୁ ରକ୍ଷା କରିବା ପାଇଁ ଯଦି ନିଜ ପଟରୁ କ୍ଷମା ମାଗିନେଇ ପାରିବେ ତେବେ କୌଣସି ଭୁଲ ହେବ ନାହିଁ ।
– ସବୁବେଳେ ଚେଷ୍ଟା କରନ୍ତୁ ଉଭୟଙ୍କ ମଧ୍ୟରେ ରହିଥିବା ଭୁଲ ଧାରଣା କୁ କିପରି ଦୂର କରିବେ । ଯାହାକି ଆପଣଙ୍କ ସମ୍ପର୍କ ନଷ୍ଟ ହେବାରୁ ରକ୍ଷା କରିବ ।
– ଯଦି ଆପଣଙ୍କ ପାର୍ଟନର ଙ୍କ ସହିତ ମନାନ୍ତର ଓ ମତାନ୍ତର ହେବାର କାରଣ ଆପଣଙ୍କ ର କୌଣସି ଖରାପ ଅଭ୍ୟାସ ରହିଛି ତେବେ ତାହାକୁ ତ୍ୟାଗ କରନ୍ତୁ । ଏଭଳି ସ୍ଥିତି ରେ ନିଜ ସଂପର୍କ କୁ ଗୁରୁତ୍ଵ ଦେବା ସବୁଠୁ ଜରୁରୀ ।
– ସବୁବେଳେ ନିଜ ପାର୍ଟନର ଙ୍କ ସହିତ କ୍ବଲିଟି ଟାଇମ୍ ଅତିବାହିତ କରନ୍ତୁ । ଉଭୟ ଉଭୟ ଙ୍କ ମନର ଭାବନାକୁ ସମ୍ମାନ କରନ୍ତୁ । ତେବେ ଯାଇ ସମ୍ପର୍କ ରେ ନିବିଡତା ଆସି ପାରିବ ଓ ସମ୍ପର୍କ ଚିର ସ୍ଥାୟୀ ହୋଇ ରହି ପାରିବ ।