Odisha news

ବିବାହରେ ଯଦି ବାଧା ଉପୁଜୁଛି ତେବେ ଶୀଘ୍ର ବିବାହ ପାଇଁ କରନ୍ତୁ ଏହି ଉପାୟ, ଘଟିବ ବିଶେଷ ସଂଯୋଗ

0

ହିନ୍ଦୁ ଧର୍ମରେ ବିଭିନ୍ନ ଉପାୟକୁ ବିଶେଷ ମହତ୍ୱ ଦିଆଯାଇ ଥାଏ l ତେଣୁ ବୈଦିକ ଶାସ୍ତ୍ର ଅନୁସାରେ ମଧ୍ୟ ବିବାହ ପାଇଁ ଏଭଳି କିଛି ଉପାୟ କୁହାଯାଇଛି ଯାହାଦ୍ୱାରା ବିବାହ ପାଇଁ ଶୁଭ
ହୋଇଥାଏ l ଯଦି ଆପଣ ବିବାହ ସମ୍ବନ୍ଧୀୟ ଅସୁବିଧା ର ସାମ୍ନା କରୁଛନ୍ତି ତେବେ ରବିବାର ରେ କିଛିଟା ଉପାୟ କରନ୍ତୁ, ଯାହା ଆପଣଙ୍କ ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିବ l

* ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବିବାହ ସମ୍ବନ୍ଧୀୟ ସମସ୍ୟା ପାଇଁ ରବିବାର ଦିନଟି ଖୁବ ଶୁଭ ଅଟେ l କାରଣ ଏହିଦିନ ସୂର୍ଯ୍ୟଦେବ ଙ୍କ କୃପା ସହିତ ବିଷ୍ନୁ ଙ୍କ କୃପା ମଧ୍ୟ ଲାଭ ହୋଇଥାଏ l ଯଦି ବିବାହରେ ବିଳମ୍ବ ହେଉଛି ତେବେ ଏହିଦିନ ବରଗଛକୁ ପୂଜା କରି ସେଥିରେ ନାଲି କପଡା ଟିଏ ବାନ୍ଧି ଦିଅନ୍ତୁ l ଏହା ଆପଣଙ୍କ ଅସୁବିଧା ଦୂର କରିବ l

* ରବିବାର ଦିନ ସୂର୍ଯ୍ୟପୂଜା ପରେ ଗୋଟିଏ ତମ୍ବା କଳସୀ ରେ ଜଳ ନେଇ କଦଳୀ ଗଛରେ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହେବ l

* ଯଦି ବିବାହ ଯୋଗ ହୋଇ ଭାଙ୍ଗି ଯାଉଛି ତେବେ ଗଣେଶଙ୍କ ସ୍ତୁତି କରନ୍ତୁ l ଏହାଦ୍ୱାରା ସମସ୍ତ ବିଘ୍ନ ଦୂର ହେବା ସହିତ ବିବାହ କାର୍ଯ୍ୟ ରେ ଉପୁଜୁଥିବା ବିଘ୍ନ ଦୂର ହେବ l

* ଅଧିକାଂଶ ସମୟରେ କୌଣସି ଅସୁବିଧା ନଥାଇ ମଧ୍ୟ ବିବାହରେ ବିଳମ୍ବ ଘଟି ଥାଏ l ଯଦି ଏଭଳି ସମସ୍ୟା ଦେଖା ଦେଉଛି ତେବେ ବିଷ୍ନୁ ଙ୍କ ନିକଟରେ ବ୍ରତ କରି ନିଜର ମନୋସ୍କାମନା ପୂର୍ଣ୍ଣ କରନ୍ତୁ l

* ଯେଉଁଦିନ ଆପଣ ବିଷ୍ନୁ ଙ୍କ ନିକଟରେ ଆରାଧନା କରିବେ ସେହିଦିନ ହଳଦିଆ ବସ୍ତ୍ର ଧାରଣ କରିବେ ଯାହାଦ୍ୱାରା ଆପଣଙ୍କ ସମସ୍ତ ରିଷ୍ଟ ଖଣ୍ଡନ ହେବ ଓ ଶୁଭ ସୂଚନା ମିଳିବ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହ କାର୍ଯ୍ୟରେ ବାଧା ଉପୁଜୁ ଥିଲେ ଅଁଳା ବୃକ୍ଷ ନିକଟରେ ଦୁଗ୍ଧ ଓ ଧଳା ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ତ ଇଛା ପୂରଣ ହୋଇଥାଏ ଓ ବିବାହ ଶୀଘ୍ର ହୋଇଥାଏ l

Leave A Reply