ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆ ଗୋଟିଏ ଏପରି ସ୍ଥାନ ଭାବରେ ଧରାଯାଏ ଯାହା ଯେ କୌଣସି ବ୍ୟକ୍ତିକୁ ଉପରକୁ ଉଠାଇବାରେ ଓ ତଳକୁ ମଧ୍ୟ ଖସାଇ ପାରେ l କାହାକୁ ଉନ୍ନତି ପଥରେ ନେଇଯାଏ ଓ ଆଉ କାହାକୁ ବିପଦ ମୁହଁକୁ ଠେଲି ଦିଏ l ଏହି ପରି ଗୋଟିଏ ମାମଲା କେରଳର ସାମ୍ନାକୁ ଆସିଛି l କେରଳର ଗୋଟିଏ ଦମ୍ପତି ନିଜ ଫଟୋ ସୋସିଆଲ ମିଡିଆରେ ସେୟାର କରି ଲୋକମାନଙ୍କର ଆକ୍ରୋସର ଶିକାର ହୋଇଛନ୍ତି l ଏହି ଦମ୍ପତି ସୋସିଆଲ ମିଡିଆରେ ଫଟୋଟି ସେୟାର କରିବା ପରେ ଫଟୋଟି ଭାଇରାଲ ହେବାକୁ ଲାଗିଥିଲା l ଘଟଣାଟି ଏହିପରି ଦମ୍ପତି ଜଣଙ୍କ ସେପ୍ଟେମ୍ବର ୧୬ ତାରିଖ ଦିନ ବିବାହ କରିଥିଲେ ,କିନ୍ତୁ କରୋନା ମହାମାରୀ କାରଣରୁ ସେ ତାଙ୍କର ଫୋଟସୁଟ କରାଇ ପାରି ନଥିଲେ l
ବିବାହର କିଛି ଦିନ ପରେ ସେମାନେ ତାଙ୍କର ଫୋଟୋସୁଟ କରାଇବା ପାଇଁ ଇଛା କରିଥିଲେ ଓ ତାହା କରିଥିଲେ ମଧ୍ୟ l ଉଭୟ ଗୋଟିଏ ଫୋଟଟିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ l ଫଟୋଟିରେ ଦେଖା ଯାଇଥିଲା ଦମ୍ପତି ଜଣଙ୍କ କେବଳ ଗୋଟିଏ ଧଳା ରଙ୍ଗର ବେଡ଼ସିଟ ଗୁଡ଼ାଇ ହୋଇଛନ୍ତି l ଏହାକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ଅପତୀ ଜନକ ମନ୍ତବ୍ୟ ଦେଇଥିଲେ l ଫଟୋଟିରେ ଦେଖା ଯାଉଥିବା ମହିଳା ଜଣଙ୍କର ନାମ ହେଉଛି ଲକ୍ଷ୍ମୀ ,ସେ ମିଡ଼ିଆ କର୍ମୀଙ୍କ ସହିତ କଥାହୋଇ କହିଛନ୍ତି ଯେ ମତେ ଲୋକମାନେ ଅପତୀ ଜନଙ୍କ ଭାଷାରେ ଗଲି ଦେଉଛନ୍ତି l ମୋର ପରିବାର ଲୋକଙ୍କୁ ମଧ୍ୟ ଅଭଦ୍ର ବ୍ୟବହାର ଦେଖାଉଛନ୍ତି l
ଲକ୍ଷ୍ମୀଙ୍କ ଘରଲୋକ ତାଙ୍କୁ ସୋସିଆଲ ମିଡିଆରୁ ଏହି ଫଟୋଟିକୁ ହଟାଇବା ପାଇଁ କହିଥିଲେ କିନ୍ତୁ ଦମ୍ପତି ଜଣଙ୍କ ଏହାକୁ ହଟାଇ ନଥିଲେ l ଲକ୍ଷ୍ମୀଙ୍କ ସ୍ୱାମୀ ଋଷି କହିଛନ୍ତି ଯେ ଫଟୋଗ୍ରାଫର ଆମକୁ ଏହି ଷ୍ଟାଇଲରେ ଫଟୋ ଉଠାଇବା ପାଇଁ କହିଥିଲା l ଏହି ମାମଲାରେ ଜଣେ ୟୁଜର ମତ ଦେଇଛନ୍ତି ଯେ ଏହି ପ୍ରକାର ଫଟୋ ସୋସିଆଲ ମିଡିଆରେ ଗ୍ରହଣୀୟ ନୁହେଁ l ଆଉ ଜଣେ ଲେଖିଛନ୍ତି ବେଡ଼ସିଟ ତଳେ କିଛି ଡ୍ରେସ ପିନ୍ଧିଛ ନl ନାହିଁ l ଏହି ମାମଲାକୁ ନେଇ ଲକ୍ଷ୍ମୀ କହିଛନ୍ତି ଯଦି ଆମକୁ ଏହି ଫଟୋରେ କିଛି ଅସୁବିଧା ନାହିଁ ତେବେ ଲୋକମାନଙ୍କୁ ଅସୁବିଧା ହେବାର କିଛି ଆବଶ୍ୟକତା ନାହିଁ l ବର୍ତ୍ତମାନ କେରଳରେ ଲକ୍ଷ୍ମୀ ଓ ଋଷିଙ୍କର ଫଟୋ ସୁଟକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଯାଉଛି l