ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ ସଫଳତା ଲାଭ କରିବା ପାଇଁ ସର୍ବଦା ଇଛା କରି ଥାଆନ୍ତି l କିନ୍ତୁ ବେଳେ ବେଳେ ଭାଗ୍ୟ ଆମର ସାଥି ହୋଇ ନଥାଏ l କାହିଁକି ନା ମଣିଷ ନିଜର କିଛି ଟା କର୍ମ ର ଫଳ ଅନେକ ସମୟରେ ଭୋଗ କରିଥାଏ l ତେଣୁ ଶାସ୍ତ୍ର ଅନୁସାରେ ନିଜକୁ ସମ୍ପୂର୍ଣ ଈଶ୍ୱର ଙ୍କୁ ସମର୍ପଣ କରିବା ଦ୍ୱାରା ଆମେ ଜୀବନ ର ଏହି ଖରାପ କର୍ମ ର ଫଳ ବେଳେବେଳେ ଏଡାଇ ଯାଇଥାଏ l
ତେଣୁ ପ୍ରତ୍ୟେକ ମଣିଷ ନିଜ ଜୀବନ ରେ ଈଶ୍ୱର ବିଶ୍ୱାସୀ ହେବା ଖୁବ ଜରୁରୀ l ଆମର ସମସ୍ତ ବିଘ୍ନ ଈଶ୍ୱର ଙ୍କ କୃପାରୁ ଦୂର ହୋଇଥାଏ l
* ପ୍ରତିଦିନ ସକାଳୁ ଉଠି ନିଜ ଶୌଚ କର୍ମ ରୁ ନିବୃତ ହୋଇ ଈଶ୍ୱର ଙ୍କ ପାଇଁ କିଛି ସମୟ ଅର୍ପଣ କରନ୍ତୁ l ଏହି ସମୟରେ ଆପଣ ମିଳିତ ଭାବରେ ଲକ୍ଷ୍ମୀ ଓ ଗଣେଶ ଙ୍କୁ ଧ୍ୟାନ କରନ୍ତୁ l
* ଭଗବାନ ଗଣେଶ ଅଗ୍ର ପୂଜ୍ୟ ହୋଇଥିବା ବେଳେ ମାତା ଲକ୍ଷ୍ମୀ ହେଉଛନ୍ତି ଧନ ର ଦେବୀ l ଉଭୟ ଙ୍କୁ ପୂଜା କରିବା ଦ୍ୱାରା ଆମ ଜୀବନ ର ସମସ୍ତ ବିଘ୍ନ ଓ କଷ୍ଟ ଦୂର ହେବା ସହିତ ଆର୍ଥିକ ଅନାଟନ ଦୂର ହୋଇଥାଏ l
* ପ୍ରତିଦିନ ଘରୁ ବାହାରକୁ ଯିବା ପୂର୍ବରୁ ” ଓଂ ଙ୍ଗ ଗଣପତୟେ ନମଃ ” ମନ୍ତ୍ରକୁ ଜପ କରନ୍ତୁ ଓ ଘରୁ ଏକ ମୁହଁ ହୋଇ ବାହାରି ଯାଆନ୍ତୁ ସମସ୍ତ କାର୍ଯ୍ୟ ରେ ସଫଳ ହେବେ l
* ଯଦି ଆପଣ ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟ ରେ କୁଆଡେ ବାହାରକୁ ଯାଉଛନ୍ତି ତେବେ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରି ” ଯା ଦେବୀ ସର୍ବ ଭୂତେଷୁ ଲକ୍ଷ୍ମୀ ରୁପେଣ ସଂସ୍ଥିତା , ନମଃ ତସ୍ତୈ ନମଃ ତସ୍ତୈ ନମୋ ନମଃ ” l
* କଠିନ ପରିଶ୍ରମ ଦ୍ୱାରା ଯଦି ସଫଳତା ଲାଭ ହେଉ ନାହିଁ ତେବେ ପ୍ରତିଦିନ ପ୍ରଭୁ ଗଣେଶ ଙ୍କ ନିକଟରେ ଘିଅ ଦୀପ ଟିଏ ଜଳାଇ ” ଓଂ ଏକ ଦନ୍ତାୟ ବିହେ ବକ୍ରତୁଣ୍ଡାୟ ଧୀମହୀ ତନ୍ନ ଦନ୍ତି ପ୍ରଚୋଦାୟତ l ” ଏହି ମନ୍ତ୍ରକୁ ପାଠ କରନ୍ତୁ l
* ଆର୍ଥିକ ସମସ୍ୟା ଦୂର କରିବା ପାଇଁ ନିୟମିତ ଭାବରେ ସକାଳୁ ” ଓଂ ନମୋ ଗଣପତୟେ କୁବେର ୟେକଦ୍ରୀକୋ ଫଟ୍ ସ୍ୱାହା ” l ଏହି ମନ୍ତ୍ରକୁ ଜପ କରନ୍ତୁ l