Padmaja pattanaik: ଆମ ଓଡ଼ିଆଘରେ ଚିର ପରିଚିତ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ମାଣ୍ଡିଆର ମହତ୍ୱ ରହିଛି l ଆଦିବାସୀ ଅଧୁସିତ ଅଞ୍ଚଳର ଲୋକମାନେ ମାଣ୍ଡିଆକୁ ତାଙ୍କର ଦୈନଦିନ ଖାଦ୍ୟରେ ଗୁରୁତ୍ୱ ଦେଇଥାନ୍ତି l ମାଣ୍ଡିଆରେ ବିଭିନ୍ନ ପ୍ରକାରର ପୋଷାକ ତତ୍ୱ ରହିଛି ଯଥା କ୍ୟାଲସିୟମ ,ଭିଟାମିନ ,ଫାଇବର ,କାର୍ବୋହାଇଡ୍ରେଡ଼ ସହିତ ଅନେକ ଗୁଡିଏ ପୋଷାକ ତତ୍ୱ ଅଛି l ମାଣ୍ଡିଆକୁ ଗୁଣ୍ଡ କରି ରନ୍ଧାଯାଇ ଖିଆଯାଏ ଓ ଏହାର ଗଜା ମଧ୍ୟ କରି ଖାଇଲେ ଶରୀରକୁ ଲାଭ ମିଳିଥାଏ l ମାଣ୍ଡିଆର ମୁଖ୍ୟତଃ ଚାଷ ଇଥୋପୀୟ ପାହାଡିଆ ଅଞ୍ଚଳରେ ଚାଷ କରାଯାଏ l ଏହା ସହିତ ଆଫ୍ରିକା ଓ ଏସିଆ ମହାଦେଶରେ ମଧ୍ୟ ବିଭିନ୍ନ ସ୍ଥାନରେ ଚାଷ କରାଯାଏ l ଆଜିକୁ ପ୍ରାୟ ୧000 ବର୍ଷ ପୂର୍ବରୁ ଭାରତକୁ ମାଣ୍ଡିଆ ଆସିଥିଲା l ଭାରତରେ କର୍ଣ୍ଣାଟକ ରାଜ୍ୟରେ ସବୁଠାରୁ ଅଧିକ ମାଣ୍ଡିଆ ଉତ୍ପାଦନ ହୁଏ l
* କ୍ୟାଲସିୟମର କମିକୁ ପୁରାକରେ -କ୍ୟାଲସିୟମର କମି ଦ୍ୱାରା ଆମ ହାଡ ଉପରେ ବିଭିନ୍ନ ପ୍ରକାରର ପ୍ରଭାବ ପଡିଥାଏ l ତେଣୁ ଆମେ ବିଭିନ୍ନ ପ୍ରକାରର ଔଷଧ ଖାଇଥାନ୍ତି ଯାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ l ଆମେ ଚେଷ୍ଟା କଲେ ଦେଶୀ ଖାଦ୍ୟ ପଦାର୍ଥ ଦ୍ୱାରା କ୍ୟାଲସିୟମର କମିକୁ ପୁରା କରି ପାରିବl ମାଣ୍ଡିଆ ସେଥିରୁ ଗୋଟିଏ l ମାଣ୍ଡିଆକୁ ପ୍ରତେକ ଦିନ ସକାଳୁ ଖାଇବା ଦ୍ୱାରା କ୍ୟାଲସିୟମର କମି ପୁରା ହେବ ସହିତ ହାଡ ମଧ୍ୟ ସୁସ୍ଥ ରହିଥାଏ l
* କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ -କୋଲେଷ୍ଟ୍ରଲ ଆମ ଶରୀରରେ ରହିଥାଏ , ସେଥିରେ ଗୋଟିଏ ହେଉଛି ହାନିକାରକ କୋଲେଷ୍ଟ୍ରଲ ଅନ୍ୟଟି ହେଉଛି ହିତକର କୋଲେଷ୍ଟ୍ରଲ l ହାନିକାରକ କୋଲେଷ୍ଟ୍ରଲ ଅତ୍ୟଧିକ ବଢ଼ିଯିବl ଦ୍ୱାରା ଆମେମାନେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉ l ମାଣ୍ଡିଆରେ ଲେସିଥିନ ନାମକ ଅମିନୋଏସିଡ ରହିଛି ଯାହା ରକ୍ତରେ ଥିବା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ l ଯଦି ଆପଣ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ସକାଳୁ ଖାଲି ପେଟରେ ମାଣ୍ଡିଆ ଯାଉ ଖାଆନ୍ତୁ l
* ଓଜନ କମାଇବାରେ ସାହାଯ୍ୟ କରେ ମାଣ୍ଡିଆ-ଆଜିକାଲି ଦୁନିଆରେ ଓଜନ ବଢୁଥିବା ଏକ ସାଧାରଣ ସମସ୍ୟା l ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ମାଣ୍ଡିଆ ଖାଇବା ଆପନଙ୍କପାଇଁ ଉଚିତ ହେବ l ମାଣ୍ଡିଆରେ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ ଯାହା ଓଜନ କମାଇବାକୁ ସାହାଯ୍ୟ କରେ l ଏହା ଏକ ପ୍ରାକୃତିକ ଖାଦ୍ୟ l ତେଣୁ ମାଣ୍ଡିଆ ଅଟାରେ ରୁଟି ତିଆରି କରି ଖାଇଲେ ଆପଣଙ୍କ ଓଜନ କମିବା ସହିତ ପଚାନା ତନ୍ତ୍ର ମଧ୍ୟ ସୁସ୍ଥ ରହିବ l