Odisha news

ପୁତିନଙ୍କ ପାଖରେ ୨0୩୬ ପର୍ଯ୍ୟନ୍ତ ରହିପାରେ ଋଷ ରାଷ୍ଟ୍ରପତି ପଦ

0

ନୂଆଦିଲ୍ଲୀ  : ୧୯୯୯ ରେ ଭାରତୀୟ ରାଜନୀତିରେ ଅସ୍ଥିରତା ଦେଖା ଦେଇଥିଲା l ସେତେବେଳେ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ ମାତ୍ର ୧୩ ମାସ ଶାସନ କରିବା ପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ l ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେବାର ଦୁଇମାସ ପରେ ଋଷିଆର ନେତୃତ୍ୱ ନେଇଥିଲେ ଭ୍ଲାଦିମିର ପୁତିନ l ୧୯୯୯ ମସିହା ପରେ ଭାରତରେ ତିନୋଟି ପ୍ରଧାନମନ୍ତ୍ରୀ ବଦଳି ସାରିଲେଣି କିନ୍ତୁ ଆଜି ମଧ୍ୟ ଋଷିଆର ରାଷ୍ଟ୍ରପତି ପୁତିନ ଅଛନ୍ତି l ଏହି ରାଷ୍ଟ୍ରପତି ୨0୩୬  ମସିହା ପର୍ଯ୍ୟନ୍ତ ଋଷିଆର ନେତୃତ୍ୱ ନେବେ l ଋଷିଆର ଜନତାଙ୍କ ଜନମତ ସଂଗ୍ରହରେ ପୁତିନ ୨0୩୬ ମସିହା ପର୍ଯ୍ୟନ୍ତ ନେତୃତ୍ଵା ନେବା ସହିତ ଜନସାଧାରଣଙ୍କ ପ୍ରିୟ ହୋଇଛନ୍ତି ବୋଲି ଜଣl ପଡିଛି l

ଋଷର କେନ୍ଦ୍ରୀୟ ମତଦାନ ଆୟୋଗ ଅନୁସାରେ ଭୋଟ ଗଣନା ପାଖାପାଖି ହୋଇସାରିଛି ,ବର୍ତ୍ତମାନ ଆସିଥିବା ପରିଣାମ ଅନୁସାରେ ୭୮ ପ୍ରତିଶତ ଜନତା ସମ୍ବିଧାନ ସଂଶୋଧନକୁ ସମର୍ଥନ କରିଛନ୍ତି l ଅନ୍ୟପଟରେ ବିପକ୍ଷ ରାଜନୈତିକ ଦଳ ପୁତିନଙ୍କ ଉପରେ ମତଦାନକୁ ନେଇ ଗଡବଡ ହୋଇଛି ବୋଲି ଆରୋପ ଲଗାଇଛନ୍ତି l ପୁତିନଙ୍କର କାର୍ଯ୍ୟକାଳ  ୨0୨୪ ରେ ସାରିବାକୁ ଯାଉଥିଲା l ଋଷିଆର ସମ୍ବିଧାନ ଅନୁସାରେ ଜଣେ ରାଷ୍ଟ୍ରପତି ପଦ ପାଇଁ ଜଣେ ଦୁଇଥର ନିର୍ବାଚିତ ହୋଇପାରିବ l

୬୭ ବର୍ଷୀୟ ପୁତିନ ଯଦି ୨0୩୬ ପର୍ଯ୍ୟନ୍ତ ଋଷର ନେତୃତ୍ୱ ନେବେ ତେବେ ସେତେବେଳେ ତାଙ୍କ ବୟସ ୮୩ ବର୍ଷ ହୋଇଥିବା l ସମ୍ବିଧାନ ସଂଶୋଧନକୁ ନେଇ ପ୍ରଥମେ ଅପ୍ରେଲ ମାସ ୨୨ତାରିଖ ନିର୍ଧାରଣ ହୋଇଥିଲା ,କିନ୍ତୁ କରୋନା ମହାମାରୀ ଯୋଗୁ ଏହା ଘୁଞ୍ଚା ଯାଇଥିଲା l ପୁତିନଙ୍କୁ ରାଷ୍ଟ୍ରପତି ପଦରେ ଦୁଇଟି କାର୍ଯ୍ୟକାଳ ପୁରା କରିବାର ସୁଯୋଗ ମିଳିଥିଲେ ମଧ୍ୟ କେତେ ଗୁଡ଼ିଆ ନୂଆ ସଂଶୋଧନ ମଧ୍ୟ କରିବାକୁ ପଡିବ ,ଯେଉଁଥିରେ ଅଛି ପେନ୍ସନ ଗ୍ୟାରେଣ୍ଟି ଓ ସମଲିଙ୍ଗୀ ବିବାହ ଉପରେ ଲାଗିଥିବା ପ୍ରତିବନ୍ଧ ସାମିଲ ଅଛି l ଏହି ସମ୍ବିଧାନ ସଂଶୋଧନ ଦ୍ୱାରା ୟୁକ୍ରେନ ଉପରେ ମଧ୍ୟ ପୁତିନଙ୍କର ଦବଦବା ବଢିବ l

Leave A Reply

Your email address will not be published.