Odisha news

ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଛୁଇଁଲା : ଦିନକରେ ୭୬ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ୧୧୫.

0

ରାୟଗଡା( Rabindra Patkhandal): ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଛୁଇଁଲା । ଗୋଟିଏ ଦିନରେ  ୭୬ କୋରନା ଆକ୍ରାନ୍ତ ଚିହ୍ନଟ ଏବଂ ଗୁଣପୁର ଉପଖଣ୍ଡ ବିଜୟପୁର  ଗୋଟିଏ ଗାଁରେ ୭୪ ଅକ୍ରାନ୍ତ ଚିହ୍ନଟ ଜିଲ୍ଲାରେ ଗୋଷ୍ଟି ସଂଙ୍କ୍ରମଣ ସ୍ଥିତି ଅଣାୟତ ଦିଗକୁ ଗତି କରୁଥିବା ସ୍ପଷ୍ଟ ହୋଇଯାଇଛି ।

କେବଳ ଜିଲ୍ଲାରେ ୩୯ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଥରେ ଗୋଟିଏ ଦିନରେ ୭୬ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାୟଗଡା ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ରେ ପହଂଚିଛି । ବର୍ତମାନ ରାୟଗଡା ଜିଲ୍ଲା ରେଡ୍ ଜୋନରେ ପହଂଚିଯାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡା ପୌରାଚଂଳ କସ୍ତୁରୀ ନଗରର ଜଣେ ୨୫ ବର୍ଷ ଯୁବକ ଅଛନ୍ତି । ସେ ଜୁନ ୨୮ରେ ଦିଲ୍ଲୀରୁ ଫେରି ଘରୋଇ ସଙ୍ଗରୋଧରେ ରହୁଥିଲେ । କୋରନା ଲକ୍ଷଣ ଦେଖା ଦେବାରୁ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜେଟିଭ୍ ଆସିଥିଲେ । ସେହିପରି ଅନ୍ୟ ଜଣେ ଗୁଣପୁର ପୌରାଚଂଳର ୩୫ ବର୍ଷ ଯୁବକ ଅଛନ୍ତି । ସେ ଗୁଣପୁରରେ ରହି କୋରନା ଆକ୍ରାନ୍ତ ହୋଇଥିଲେ । ଯାହା ଏବେ ପ୍ରଶାସନର ଚିନ୍ତାର କାରଣ ପାଲଟିଛି ।

ଯୁବକ ଜଣକ କାହା ସଂସ୍ପର୍ଶରେ ଆସି କୋରନା ଆକ୍ରାନ୍ତ ହୋଇଛନ୍ତି ସେ ପ୍ରଶାସନ ତରଫରୁ ଖୋଳତାଡ ଆରମ୍ଭ ହୋଇଛି । ତେବେ ଏ ସବୁ ଭିତରେ ଗୁଣପୁର ବ୍ଲକ ସିରିଝୋଲି ପଂଚାୟତ ଅନ୍ତର୍ଗତ ବିଜୟପୁର ଗ୍ରାମ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବର୍ତ୍ତମାନ ସୁଦ୍ଧା କେବଳ ଏହି ଗ୍ରାମରୁ ୯୦ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଜୁନ ୨୦ରେ ତାମିଲନାଡୁର ଗୋଟିଏ ପରିବାରର ସ୍ୱାମୀ,ସ୍ତ୍ରୀ ଏବଂ ୪ ବର୍ଷର ଶିଶୁ କନ୍ୟା ଫେରି ବିଜେପୁର  ଗ୍ରାମରେ ଘରୋଇ ସଙ୍ଗରୋଧରେ ରହିଥିଲେ । ସ୍ୱାବ ନମୁନା ଯାଂଚପରେ ସମସ୍ତଙ୍କ କୋରନା ପଜେଟିଭ ଆସିଥିଲେ । କିନ୍ତୁ ସଙ୍ଗରୋଧରେ ରହି ବାହାର ଲୋକଙ୍କ ସହ ମିଳାମିଶା କରିବାରୁ ୨୭ ତାରିଖ ଦିନ ସେହି ଗ୍ରାମର ୧୩ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।

ସେତେ ବେଳେ ହିଁ ପ୍ରଶାସନକୁ ଆଭାସ ମିଳିଯାଇଥିଲା ଯେ ବିଜେପୁର ଗ୍ରାମରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ବିଜେପୁର ଗ୍ରାମକୁ ସଂପୂର୍ଣ୍ଣ ରୂପେ କଂଟେନମେଂଟ ଜୋନ ଘୋଷଣା କରାଯାଇଥିଲା । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣଙ୍କୁ ଜେକେପୁର ସ୍ଥିତ କୋଭିଡ୍ ମେଡିକାଲ ଏବଂ ୫୬ ଜଣଙ୍କୁ ଗୁଣପୁର ସ୍ଥିତ କୋଭିଡ୍ କେୟାର ସେଂଟରରେ ଭର୍ତି କରାଯାଇଛି । ଯେ ହେତୁ କଂଟେନମେଂଟ ଜୋନରୁ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତେଣୁ ଏଥି ପାଇଁ ଭୟଭୀତନ ହୋଇ କରୋନାର ମୁକାବିଲା କରିବାକୁ ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିବେଦନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୪୧୦୫ଜଣଙ୍କ ସ୍ୱାବ ନମୂନା ପଠାଯାଇଥିବା ବେଳେ ୩୯୯୦ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୧୧୫ ଜଣଙ୍କ ରିପୋର୍ଟ ପଜେଟିଭ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.