Odisha news

ବେତନଟୀ : ମହିଳା ବନରକ୍ଷୀଙ୍କୁ ମାଡ ମାରି କାଠ ଗାଡି ଛଡାଇ ନେବା ଘଟଣା : ଥାନାରେ ଗାଡି ଜବତ ହେବା ପରେ ବନ ବିଭାଗ ମଧ୍ୟ ମାମଲା କରିବ

0

ବେତନଟୀ : ଗତକାଲି ଟିକାୟତପୁର ନିକଟରେ ଏକ ଟାଟା ଏସିଇରେ କାଠ ଚାଲାଣ ବେଳେ ବାମୋଡା ବନରକ୍ଷୀ ଜୟନ୍ତୀ ପୃଷ୍ଟି ଏହାକୁ ଅଟକାଇବାକୁ ପ୍ରଚେଷ୍ଟା କରି ଥିଲେ । କିନ୍ତୁ ମାଫିଆ ମାନେ ତାଙ୍କୁ ମାଡ ମାରିବା ସହିତ ବଳ ପୂର୍ବକ କାଠ ଓ ଟାଟା ଏସିଇକୁ ନେଇ ଫେରାର ହୋଇ ଯାଇ ଥିଲେ ।

ଏହି ଘଟଣାକୁ ନେଇ ବୈଶିଙ୍ଗା ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି । ଦୁବୃତ୍ତ ମାନେ ସଂପୃକ୍ତ ଧଳା ରଙ୍ଗର ଟାଟା ଏସିଇକୁ ମଧ୍ୟ କେଉଁଠି ଲୁଚାଇ ରଖି ଥିବାର ଜଣା ପଡିଛି ।

ତେବେ ଅଭିଯୁକ୍ତ ମାନେ ପୋଲିସ ଚଢ଼ାଉକୁ ନେଇ ଭୀତତ୍ରସ୍ତ ହୋଇ ଯାଇ ଥିବାର ଜଣା ପଡିଛି । ପୋଲିସ ଚଢ଼ାଉ ପୂର୍ବରୁ ଆତ୍ମଗୋପନ କରୁ ଥିବାର ଜଣା ପଡିଛି । କାଠ ଗାଡିଟି ଜବତ ହେବା ପରେ ବନ ବିଭାଗ ମଧ୍ୟ ଏକ ମାମଲା ଦାୟେର କରିବ ବୋଲି ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.