Odisha news

ବେତନଟୀ : ବିସି ପୁରରେ ଜଣେ କରୋନା ପଜିଟିଭ ଚିହ୍ନଟ , ସ୍ୱତନ୍ତ୍ର କୋଭିଡ ଟିମର ଗ୍ରାମ ପରିଦର୍ଶନ ଓ ବିଶୋଧନ

0

ବେତନଟୀ : ବେତନଟୀ ଥାନା ଅଧୀନ ବିସି ପୁର ପଞ୍ଚାୟତର ଉରାଚନ୍ଦାବିଲା ମହୁଲମଠା ଗ୍ରାମରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ପ୍ରଶାସନ ତରଫରୁ ବାଙ୍କିଶୋଳ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରା ଯାଇଛି ।

ଆଜି ଏହି ଗ୍ରାମରେ ପହଞ୍ଚି ବାରିପଦା ସଦର ବିଡିଓ ଆକୁଳ ଚନ୍ଦ୍ର ନାଏକ, ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ, ସରପଞ୍ଚ ତପସ୍ୱିନୀ ନାଏକ, ପିଇଓ ସପନ କୁମାର ଦାସ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ, କୃଷ୍ଣଚନ୍ଦ୍ରପୁର ଡାକ୍ତରୀ ଦଳ, ଉରାଚନ୍ଦାବିଲା ଆଶା କର୍ମୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।

ଗ୍ରାମକୁ ବିଶୋଧନ କରା ଯାଇ ଥିବାର ଜଣା ପଡିଛି । କରୋନା ପଜିଟିଭ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟୋରୀ ବାବଦରେ ପଚରା ଉଚରା ଚାଲି ଥିବାର ଜଣା ପଡିଛି ।

Govt
Leave A Reply