Odisha news

ମୟୂରଭଞ୍ଜର ପ୍ରଥମ ସପ୍ତାହ ଶେଷ ଦୁଇ ଦିନ ସଟଡାଉନକୁ ନେଇ ବଜାର ଦର ଆକାଶ ଛୁଆଁ : ବାଇଗଣ ୬୦ ତ ବିଲାତି ୫୦, ବାହାରକୁ ନବାହାରିବାକୁ ବେତନଟୀ ଓ ବୈଶିଙ୍ଗା ପୋଲିସର ଚେତାବନୀ

0

ବେତନଟୀ : ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତାକାଲି ଠାରୁ ଦୁଇ ଦିନିଆ ସଟଡାଉନ ହେବ । ଏହାକୁ ନେଇ ଲୋକ ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଲୋକମାନେ ଦୁଇ ଦିନ ପାଇଁ ପନିପରିବା, ଶୁଖିଲା ଖାଦ୍ୟ, ମାଛ ମାଂସ ମଧ୍ୟ ନେଇ ଗଚ୍ଛିତ କରୁ ଥିବାର ଦେଖା ଯାଇଛି । ତେବେ ଏହାର ଫାଇଦା ନେଉଛନ୍ତି ବ୍ୟବସାୟୀ । ପ୍ରବଳ ଗ୍ରାହକ ଭିଡ ଓ ଖାଦ୍ୟ ସାମଗ୍ରୀର ଚାହିଦାକୁ ଦେଖି ମନଇଚ୍ଛା ଦରରେ ଖାଦ୍ୟ ସାମଗ୍ରୀ ବିକ୍ରି କରା ଯାଉ ଥିବାର ଦେଖା ଯାଇଛି । ଏପରିକି ପନିପରିବାର ଦର ମଧ୍ୟ ଆକାଶଛୁଆଁ ହୋଇଛି ।

ବାଇଗଣ କି:ଗ୍ରା: ପ୍ରତି ୬୦ ଟଙ୍କା ବିକ୍ରି ହେଉ ଥିବା ବେଳେ ବିଲାତି ବାଇଗଣ କି:ଗ୍ରା: ପ୍ରତି ୫୦ ଟଙ୍କା ଦରରେ ବିକ୍ରି ହେଉଛି । ଅନ୍ୟାନ ପନିପରିବା ଅନୁରୁପ ଚଢ଼ା ଦାମରେ ବିକ୍ରି ହେଉ ଥିବାର ଦେଖା ଯାଇଛି । ଗୋଟିଏ ପଟେ ଲୋକଙ୍କର କୌଣସି ରୋଜଗାର ନାହିଁ । ଗୋଟିଏ ପରେ ଗୋଟିଏ ଲକ ଡାଉନ ଓ ପ୍ରତିବନ୍ଧକ ଚାଲି ଥିବାରୁ ଶ୍ରମିକ, ଗରୀବ ଶ୍ରେଣୀର ଲୋକ ମାନଙ୍କ ଘରେ ଚୁଲି ଜଳୁ ନାହିଁ ।

ଏପରି ସମୟରେ କରୋନାର ଭୟାବହତା ହେତୁ ମୟୂରଭଞ୍ଜ ସଟଡାଉନକୁ ସଟଡାଉନ ନିଦେ୍ର୍ଦଶ ଦିଆ ଯାଇ ଥିବାରୁ ଏବେ ଗରୀବ, ନିମ୍ନ ମଧ୍ୟବିତ୍ତ ପରିବାର ମାନେ ଯମ ଯନ୍ତ୍ରଣା ଭୋଗୁଛନ୍ତି । ଅନ୍ୟ ପକ୍ଷରେ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ, ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ସଟଡାଉନକୁ କଡାକଡି ପାଳନ କରିବା ପାଇଁ ଲୋକ ମାନଙ୍କୁ ନିବେଦନ କରିଛନ୍ତି । ପୋଲିସ ଗାଡି ଉଭୟ ଥାନା ଅଞ୍ଚଳରେ, ବେତନଟୀ, ବୈଶିଙ୍ଗା ଥାନା ଅଞ୍ଚଳରେ ବୁଲି ଲୋକ ମାନଙ୍କୁ ସଟଡାଉନର ସୂଚନା ଦେଇ ଥିବାର ଦେଖା ଯାଇଛି । ପ୍ରଶାସନ ତରଫରୁ ମଧ୍ୟ ଲୋକ ମାନଙ୍କୁ ସଟଡାଉନ କଡାକଡି ପାଳନ କରିବାକୁ ନିଦେ୍ର୍ଦଶ ଦିଆ ଯାଇ ଥିବାର ଜଣା ପଡିଛି ।

Leave A Reply

Your email address will not be published.