Odisha news

ବେତନଟୀ : ସୁନା ପଦକ ହଜାଇ ଦେବାରୁ ମାଆ ଗାଳି ଦେଲା , ଦଉଡିରେ ଫାଶି ଲଗାଇ ୧୦ମ ଶ୍ରେଣୀ ଛାତ୍ରୀ ମୃତ

0

ବେତନଟୀ : ବେତନଟୀ ଥାନା ଅଧୀନ ହାତୀକୋଠ ପଞ୍ଚାୟତର ଖସାଡିହି ଗ୍ରାମର ଦୀନବନ୍ଧୁ ମହାନ୍ତଙ୍କ କନ୍ୟା ମୋନାଲିସା ଗାଧୋଇବାକୁ ଯାଇ ଥିବା ବେଳେ ତାର ସୁନା ପଦକଟି ହଜି ଯାଇ ଥିଲା । ଏହି ଘଟଣାକୁ ନେଇ ତା ଉପରେ ମାଆ ସାମାନ୍ୟ ବିରକ୍ତ ହୋଇ ଥିଲେ । ତେବେ କାହାରିକୁ କିଛି ନକହି ମୋନାଲିସା ଏକ ଦଉଡିରେ ପାଖରେ ଥିବା ଏକ ପଳାସ ଗଛରେ ଆତ୍ମହତ୍ୟା କରି ଥିବାର ଦେଖା ଯାଇ ଥିଲା ।

ଖବର ପାଇ ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ, ଏସଆଇ ବିନୟ ରଞ୍ଜନ ପରିଡା, ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ପିତା ଦୀନବନ୍ଧୁଙ୍କ ଲିଖିତ ଅଭିଯୋଗ ମୂଳେ ବେତନଟୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ମୋନାଲିସା ବଡସାହିରେ ରହି ୧୦ମ ଶ୍ରେଣୀରେ ପାଠ ପଢ଼ୁ ଥିଲେ । ଲକ ଡାଉନ ପାଇଁ ଘରେ ଆସି ରହୁ ଥିବାର ସୂଚନା ମିଳିଛି ।

Leave A Reply

Your email address will not be published.