ନୂଆଦିଲ୍ଲୀ : ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲିଆଙ୍କ ପାଖରେ ଲଣ୍ଡନରେ ଆଉ ପଇସା ନାହିଁ l ଭାରତରେ ଆରମରେ ଜୀବନ ବିତାଉଥିବା ଓ କୋଟି କୋଟି ଟଙ୍କାର ସ୍ୱମୀତ୍ୱ ହାସଲ କରିଥିବା ମାଲିଆ ବର୍ତମାନ ଲଣ୍ଡନରେ ହଜାର ତାଙ୍କ ଖର୍ଚ କରିବା ପାଇଁ ହଜାର ଥର ଚିନ୍ତା କରୁଛନ୍ତି l ବିଜୟ ମାଲିଆଙ୍କ ଅବସ୍ଥା ଏପରି ହୋଇଯାଇଛି ତାଙ୍କ ପାଖରେ ଓକିଲର ଫିସ ଦେବାପାଇଁ ମଧ୍ୟ ପଇସା ନାହିଁ ବର୍ତମାନ ତାଙ୍କର ସମସ୍ତ ଖର୍ଚ ଉପରେ ପ୍ରତିବନ୍ଧକ ଲାଗ ଯାଇଅଛି l
ଭାରତର ଯାଞ୍ଚ ଏଜେନ୍ସିର କଠୋରତା ସାମ୍ନା କରୁଥିବା ବିଜୟ ମାଲିଆ ଲଣ୍ଡନର ଉଚ୍ଚ ନ୍ୟାୟାଳକୁ କହିଛନ୍ତି ଯେ ତାଙ୍କର ଫ୍ରାନ୍ସରେ ଥିବା ସମ୍ପତ୍ତିକୁ ବିକ୍ରି କରିବା ଦ୍ୱାରା ଯେଉଁ ପଇସା ମିଳିବ ତା ମଧ୍ୟରୁ ତାଙ୍କୁ ୧୪ କୋଟି ଟଙ୍କା ରିଲିଜ କରାଯାଉ l ପରିସ୍ଥିତି ଏପରି ହେଲାଣି ଯେ ବିଜୟ ମାଲିଆଙ୍କର କେସ ଲଢ଼ୁଥିବା ଓକିଲ କହିଛନ୍ତି ତାଙ୍କୁ ତାଙ୍କର ଫିସ ନମିଳିଲେ ସେ ଆସନ୍ତା ତାରିଖରେ ତାଙ୍କର କେସ ଲଢ଼ିବା ବନ୍ଦ କରିଦେବେ l ବର୍ତମାନ ଲଣ୍ଡନର ଅଦାଲତ ବିଜୟ ମାଲିଆଙ୍କର ସମ୍ପତ୍ତିର ଦେଖାରଖା କରୁଛନ୍ତି l
ମାଲିଆ ଏହି ସବୁ ସମ୍ପତ୍ତିକୁ ବିକ୍ରି କରିପାରିବେ ନାହିଁ କିମ୍ବା ତାକୁ ବନ୍ଧା ରଖି ରୁଣ ନେଇ ପାରିବେ ନାହିଁ l ବିଜୟ ମାଲିଆଙ୍କ ଅବସ୍ଥା ଦେଖି ଲଣ୍ଡନ ଅଦାଲତ ଓକିଲ ଫିସ ପାଇଁ ୩୯ ଲକ୍ଷ ତାଙ୍କ ରିଲିଜ କରିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ତାଙ୍କର ନିଜ ଖର୍ଚ ପାଇଁ କୌଣସି ପଇସା ଦିଆଯିବ ନାହିଁ l ୬୪ ବର୍ଷୀୟ ମାଲିଆଙ୍କ ଉପରେ ଭାରତ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଧୋକାଧାରୀ ମାମଲା ରୁଜୁ କରାଯାଇଛି l ମାଲିଆ ଭାରତରୁ ପଳାତକ ଭାବରେ ଖସିଯାଇ ଲଣ୍ଡନରେ ଶରଣ ନେଇଛନ୍ତି l ଭାରତର ଯାଞ୍ଚ ଏଜେନ୍ସି ବିଜୟ ମାଲିଆଙ୍କ ପ୍ରତ୍ୟର୍ପଣ ପାଇଁ ଲମ୍ବା ଆଇନଗତ ଯୁଦ୍ଧ ଲଢ଼ୁଛି l