ପଦିନୀ ପାଳରେ ମୋ ଘର
ନୂଆ କନିଆ ଡରେ ଛାନିଆ ।
ତାକୁ ହେଲାଣି ଢେଙ୍ଗୁ ଜର
ତା ଦେହ ହୁଏ ଥର ଥର ।
ଘର ପାଖେ ନାହିଁ ଡାକ୍ତର
କେମିତି ନେଵି ମୁଁ ସହର ।
ଗାଁ ଚାରି ପଟେ ଘେରା ନଦୀ
ହଜିଯାଏ ମୋ ମନୁ ବୁଦ୍ଧି ।
ଆମ ରାଇଜର ରାଜଧାନୀ
ଚକାଚକ ରୋଡ଼ ସବୁଧନୀ ।
ଚାଲେଗାଡ଼ି ଏଠି ପିନପିନି
ଗାଁ ଲୋକେ ସବୁ ହିନି ମାନି ।
ଦେଖନ୍ତୁ ଭାବି ଏ ସରକାର
ଜୀବନ ଆମର ଦରକାର
ଵଢାଅ ଏ ପିଲାଙ୍କ ନଲେଜ
ଖୋଲ ମେଡିକାଲ କଲେଜ ।
କେତେ ଯେ ଜୀବନ ବଞ୍ଚିଯିବ
ଶିକ୍ଷା ଦୀକ୍ଷା ସବୁ ବଢିଯିବ ।
ବେକାରୀ ହୋଇବେ ସବୁ ଦୂର
ହସ ଖୁସି ଭରିଯିବ ନଗର ।
***** ଅକ୍ଷୟ ପଣ୍ଡା
ଆଳି କେନ୍ଦ୍ରାପଡ଼ା