Odisha news

ମାଲକାନଗିରି ଜିଲ୍ଲାରେ କୋରନା ସଂକ୍ରମିତ ସଂଖ୍ଯା ୧୯ କୁ ବୃଦ୍ଧି

0
ମାଲକାନଗିରି !ତା:୨୫.୫.୨୦୨୦ : ଆଜି ମାଲକାନଗିରି ଜିଲ୍ଲାରେ କୋରନା ସଂକ୍ରମିତଙ୍କ ସଂଖ୍ଯା ୧୯ରେ ପହଞ୍ଚିଛି,ଫଳରେ ଲୋକମାନଂକ ମଧ୍ଯରେ ଛନକା ପଶି ଯାଇଛି !ପୂର୍ବରୁ ୧୦ ଜଣ ସଂକ୍ରମିତ ଥିବା ବେଳେ ଆଜି ଗୋଟାଏ ଦିନରେ ୯ ଜଣ ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି !ପ୍ଥମ ଥର ଲାଗି ପୌରପରିଷଦ ମାଲକାନଗିରିରେ ୪ ଜଣ କରୋନା ରୋଗୀ ଚିହ୍ନଟ ପରେ ସର୍ବତ୍ର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି ! ପ୍ରାପ୍ତ ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲାରେ ୯ ଜଣ କୋରନା ରୋଗରେ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଗଣ ମାଧ୍ଯମକୁ ଅବଗତ କରାଇଛନ୍ତି !
କାଲିମେଳା ବ୍ଲକରେ ୩ ଜଣ ବ୍ଯକ୍ତି ସଂକ୍ରମିତ ହୋଇଥିବା ବେଳେ ୨ ଜଣ  ତାମିଲନାଡୁ ଫେରନ୍ତା ଏବଂ ଅନ୍ଯ ଜଣେ ତେଲାଙ୍ଗାନା ଫେରନ୍ତା !ପଡିଆ ସ୍ଥାନୀୟ ଅଞ୍ଚଳର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ କାର୍ଯ୍ଯରତ ସ୍ବାସ୍ଥ୍ଯ କର୍ମୀ !ଅନ୍ଯ ୪ ଜଣ କୋରନା ସଂକ୍ରମିତ ହେଲେ ମାଲକାନଗିରି ପୌରପରିଷଦର ବ୍ଯକ୍ତି;ଯେଉଁମାନେ ଆନ୍ଧ୍ର ପ୍ରଦେଶରୁ ଫେରିଥିଲେ ମାଲକାନଗିରି ସହରକୁ !ତେବେ ଏହି ସଂକ୍ରମିକ ବ୍ଯକ୍ତିମାନଂକୁ ସଂଘରୋଧ କେନ୍ଦ୍ରଗୁଡିକରେ ରଖା ଯାଇଥିଲା !
ପ୍ରଥମ ଥର ଲାଗି ମାଲକାନଗିରି ପୌରାଞ୍ଚଳରେ କୋରନା ରୋଗି ଚିହ୍ନଟ ହେଲା ପରେ ସର୍ବତ୍ର ଚର୍ଚ୍ଚା ଜୋର ଧରିଛି!କାଳେ ସଂକ୍ରମିତ ହେବା ଭୟରେ ଲୋକମାନଂକ ଛାତିରେ ଛନକା ପଶିଛି !ଗ୍ରାହକମାନେ ସାମଗ୍ରୀ କ୍ରୟ କଲା ବେଳେ ସାମାଜିକ ଦୂରତ୍ବକୁ ପାଳନ କରାଯାଉଥିବା ଜଣା ପଡିଛି ! ଇତି ମଧ୍ଯରେ ୨୯୨୫ ଜଣ ବ୍ଯକ୍ତିମାନଙ୍କ କୋରନା ସଂକ୍ରମିତ ନମୁନା ପରୀକ୍ଷା ଲାଗି ଭୁବନେଶ୍ବର ପଠା ଯାଇଥିବା ବେଳେ ୨୭୪୪ ରିପୋର୍ଟ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚି ଯାଇଛି !ତନ୍ମଧ୍ଯରୁ ୨୭୩୪ ଜଣଂକ ଠାରେ କୋରନା ଭୁତାଣୁ ନଥିବା ସ୍ପଷ୍ଟ ହୋଇଛି !ବଳକା ରିପୋର୍ଟ ପ୍ରଶାସନର ହସ୍ତଗତ ହେୀଇନଥିବା ଜଣା ପଡିଛି !ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସଂଘୋରଧ କେନ୍ଦ୍ରରେ ୧୨ ହଜାର ୯୮୬ ଜଣଂକୁ ରଖା ଯାଇଥିବା ବେଳେ ନିଜ ଘରେ ୫୯୪ ଜଣଂକୁ ସଂଘରୋଧରେ ରଖାଯାଇ ପ୍ରଶାସନିକ ନଜର ରଖାଯାଇଛି
Nalco
Leave A Reply